ପାକିସ୍ତାନରେ ରହିଛି ଦୁଇ ହଜାର ବର୍ଷ ପୁରୁଣା ହିନ୍ଦୁ ମନ୍ଦିର !!

ପୂରା ବିଶ୍ବରେ ସଂସ୍କୃତି,ଧର୍ମ ଏବଂ ମନ୍ଦିର ପାଇଁ ଭାରତକୁ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହା ଜାଣି ଆପଣ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ, ଆମର ପଡ଼ୋଶୀ ଦେଶ ଯାହା ଏକ ମୁସିଲିମ୍ ବହୁଳ ଦେଶ ଅଟେ, ସେଠାରେ ବି ଏମିତି କିଛି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଅଛି ଯାହା ବିଷୟରେ ଆପଣ ମାନେ ବୋଧ ହୁଏ କିଛି ଜାଣିଥିବେ। ମୁସଲମାନ ଦେଶ ହୋଇଥିଲେ ମଧ୍ୟ ଏହି ମନ୍ଦିରରେ କେବଳ ହିନ୍ଦୁ ନୁହନ୍ତି ମୁସଲମାନ୍ ମାନେ ମଧ୍ୟ ମୁଣ୍ଡ ନୂଆଇଁ ପ୍ରଣାମ କରିଥାନ୍ତି।

ବେଲୁଚିସ୍ତାନରେ ଅବସ୍ଥିତ ହିଙ୍ଗଲାଜ ମନ୍ଦିର ନିଜର ପୌରାଣିକ କଥାବସ୍ତୁରୁ ପରିଚିତ ହୋଇଥାଏ। ଏହି ମନ୍ଦିରକୁ ନେଇ କୁହାଯାଇଥାଏ କି ଭଗବାନ ବିଷ୍ଣୁ ମାତା ସତୀଙ୍କର ମୁଣ୍ଡ କାଟିବା ପାଇଁ ଚକ୍ର ଫୋପାଡ଼ିଥିଲେ। ସେହି ଚକ୍ରରେ ମୁଣ୍ଡ କଟି ଯେଉଁ ଯାଗାରେ ପଡ଼ିଥିଲା ଏହା ସେହି ଯାଗା। ଏହି ମନ୍ଦିର ପାକିସ୍ତାନର ବେଲୁଚିସ୍ତାନ୍ରୁ ୧୨୦କି.ମି ଦୂରରେ ହିଙ୍ଗୁଲ ନଦୀ ତଟରେ ଅବସ୍ଥିତ। ଏହି ମନ୍ଦିର ୫୧ଟି ଶକ୍ତିପୀଠ ମଧ୍ୟରୁ ଗୋଟିଏ।

temple secondଭଗବାନ ଶିବଙ୍କର ଅଭିଶାପରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟମନ୍ଦିର ତିଆରି କରାଯାଇଥିଲା। ମୁଲତାନରେ ଅବସ୍ଥିତ ଏହି ମନ୍ଦିରକୁ ପ୍ରାୟ ୧୫୦୦ବର୍ଷ ପୂର୍ବରୁ ବୁଲିବାପାଇଁ ଚୀନୀ ବୌଦ୍ଧ ଭିକ୍ଷୁମାନେ ଏହି ମନ୍ଦିର ବିଷୟରେ ବହୁତ କଥା ଲେଖିଛନ୍ତି। ଏହି ମନ୍ଦିର ବିଷୟରେ ଚୀନୀ ବୌଦ୍ଧ ଭିକ୍ଷୁ କହିଛନ୍ତି ଯେ, ମହମ୍ମଦ ବିନ୍ କାସିମ୍ ଏବଂ ମହମ୍ମଦ ଗଜନୀ ଏହି ମନ୍ଦିରକୁ ଗୋଟେ ଥର ନୁହେଁ ବରଂ ଅନେକ ଥର ଲୁଣ୍ଠନ କରିଛନ୍ତି।

ଏହା ସହିତ ପଢ଼ନ୍ତୁ :ଶ୍ରୀରାମ ଯୁଦ୍ଧରେ ବିଜୟ ଲାଭ କରିବା ପାଇଁ ରାବଣକୁ ମାଗିଥିଲେ ଆଶୀର୍ବାଦ,ଜାଣନ୍ତୁ କାହିଁକି ?

କରାଚି ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରକୁ ନେଇ ଏହି ମାନ୍ୟତା ରହିଛି ଯେ ଏହି ମନ୍ଦିର ପ୍ରାୟ ୨୦୦୦ବର୍ଷ ପୁରୁଣା ଅଟେ। ତ୍ରେତୟା ଯୁଗରେ ୧୭ଲକ୍ଷ ବର୍ଷ ପୁରୁଣା ହନୁମାନଙ୍କ ଏକ ମୂର୍ତ୍ତି ଏହି ମନ୍ଦିରରେ ସ୍ଥାପିତ କରାଯାଇଛି। ଏହି ମନ୍ଦିରର ପୁର୍ଣ୍ଣନିର୍ମାଣ ୧୦୮୨ବର୍ଷରେ କରାଯାଇଥିଲା। ଏହି ମନ୍ଦିରରେ ହନୁମାନ ଭକ୍ତ ମାନଙ୍କର ଭିଡ଼ ମଧ୍ୟ ସବୁବେଳେ ଲାଗିରହିଥାଏ।

temple thirdଭାରତରେ ରାମ ମନ୍ଦିରକୁ ନେଇ ସବୁ ରାମଭକ୍ତଙ୍କ ମଧ୍ୟରେ ଗଭୀର ଭକ୍ତି ରହିଛି। କିନ୍ତୁ ପାକିସ୍ତାନରେ ମଧ୍ୟ କିଛି ରାମ ମନ୍ଦିର ରହିଛି ଯାହା ମଧ୍ୟରେ ସବୁଠାରୁ ବିଶେଷ ହେଉଛି ଇସଲାମ କୋଟ ରାମ ମନ୍ଦିର ଅଟେ।

ଯେବେ ପାର୍ବତୀ ସତୀ ହୋଇଯାଇଥିଲେ ସେହିସମୟରେ ମହାଦେବଙ୍କ ଆଖିରୁ ଲୁହ ବୋହିଥିଲା। ସେହି ଲୁହର ଗୋଟେ ବୁନ୍ଦା ଭାରତର ପୁଷ୍କରରେ ଏବଂ ଅନ୍ୟ ଏକ ବୁନ୍ଦା ପାକିସ୍ତାନର ପଞ୍ଜାବ ଅଞ୍ଚଳର ଚକୱାଲ ଜିଲ୍ଲାରେ ପଡ଼ିଥିଲା। କୁହାଯାଏ ଯେ ପାକିସ୍ତାନରେ ପାଖାପାଖି ୯୦୦ବର୍ଷ ପୂର୍ବରୁ କଟାସ ରାଜ ମନ୍ଦିରକୁ ତିଆରି କରାଯାଇଥିଲା।

templeକରାଚିରେ ଅବସ୍ଥିତ ବରୁଣଦେବ ମନ୍ଦିର ପ୍ରାୟ ୧୦୦ବର୍ଷରୁ ଅଧିକ ପୁରୁଣା ଅଟେ। ଏହା କରାଚିର ମନୋଡ଼ା ଆଇଲେରେ ତିଆରି ହୋଇଛି। ପାକିସ୍ତାନରେ ଏବେ ଏହି ମନ୍ଦିରର ଉପଯୋଗ ହିନ୍ଦୁ କାଉନସିଲ୍ ଅଫ୍ ପାକିସ୍ତାନର କାମ ପାଇଁ କରାଯାଉଛି।

ନିଶ୍ଚୟ ପଢ଼ନ୍ତୁ : ଗୋଟିଏ ଥର ହାରିଥିଲେ ମହାବଳୀ ହନୁମାନ,ଜାଣନ୍ତୁ କିଏ ସେହି ଯୋଦ୍ଧା

ସ୍ବାମୀ ନାରାୟଣ ମନ୍ଦିର ପାକିସ୍ତାନର କରାଚି ସହରର ବନ୍ଦର ରୋଡ଼ରେ ଅବସ୍ଥିତ। ଏହି ମନ୍ଦିର ୩୨,୩୦୬ହଜାର ସ୍କୋୟାର ଯାଗାରେ ତିଆରି ହୋଇଥିଲା। ଏହି ମନ୍ଦିର ପ୍ରାୟ ୧୬୦ ବର୍ଷ ପୁରୁଣା ଅଟେ। ଏଠାରେ ମୁସଲିମ୍ ଲୋକମାନେ ମଧ୍ୟ ପୂଜା କରିବା ପାଇଁ ଆସିଥାନ୍ତି।

temple sixକେବଳ ଏତିକି ନୁହେଁ ଯେତେବେଳେ ଏହି ମନ୍ଦିରକୁ ଭାଗ କରାଯାଇଥିଲା ସେହିସମୟରେ ଏହି ହିନ୍ଦୁ ମନ୍ଦିରର ଉପଯୋଗ ରିଫ୍ୟୁଜି କ୍ୟାମ୍ପ ଦ୍ବାରା କରାଯାଇଥିଲା ଏବଂ ଏହି ମନ୍ଦିରର ପରିସରରେ ଏକ ଗୁରୁ ନାନକ ଗୁରୁଦ୍ବାର ମଧ୍ୟ ରହିଛି। ହିଙ୍ଗରାଜ ମନ୍ଦିରକୁ ଯାତ୍ରା କରିବାପାଇଁ ଏହି ମନ୍ଦିରରୁ ହିଁ ଯାତ୍ରାକରିବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.