Below header

ଉଦ୍ଭଟ ମାନସିକତା, ଭୋକ ଲାଗିବାରୁ କାଟି ଖାଇଦେଲେ ମହିଳାଙ୍କ ମସ୍ତିସ୍କ

ପ୍ରତିଦିନ ଘଟୁଥିବା ଅନେକ ପ୍ରକାରର ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ସେଭଳି ଘଟଣା ନା ଆପଣ ପୂର୍ବରୁ କେବେ ଦେଖିଥିବେ ନା କେବେ ଶୁଣିଥିବେ। ଆଜ୍ଞା ହଁ ଫିଲିପାଇନ୍ସରେ ଦେଖିବାକୁ ମିଳିଛି ଏକ ଏପରି ଘଟଣା ଯାହା ବିଷୟରେ ଶୁଣିବା ମାତ୍ରେ ଆପଣଙ୍କ ପାଦତଳୁ ମାଟି ଖସି ଯାଇପାରେ। ଏଠାରେ Lloyd Bagtong ନାମକ ଜଣେ ୨୧ ବର୍ଷୀୟ ଯୁବକ ଜଣେ ମହିଳାଙ୍କୁ ହତ୍ୟା କରି ତାଙ୍କ ବ୍ରେନ ଖାଇଯାଇଛନ୍ତି ।

Image result for 21-year-old-man-decapitated-woman-and-eats-her-brain-as-a-topping-on-rice-in-philippines

ସୂଚନା ଅନୁଯାୟୀ Lloyd Bagtongଙ୍କ ଘର ନିକଟରୁ ପୋଲିସ ଜଣେ ଅଜଣା ମହିଳାଙ୍କ ଶବ ଉଦ୍ଧାର କରିଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମହିଳା ଜଣକ ଯୁବକଙ୍କ ଘର ଆଡକୁ ଯିବାର ସେ ଦେଖିଥିଲେ । ତେବେ ପୋଲିସ ମହିଳାଙ୍କ ଶବ ଜବତ କରିବା ସମୟରେ ଦେଖିବାକୁ ପାଇଥିଲେ ଯେ ମହିଳା ଜଣକ କେବଳ ଗୋଟିଏ ଜିନ୍ସ ପିନ୍ଧିଥିବା ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲେ ଓ ତାଙ୍କର ହାତ ଦୁଇଟି ବନ୍ଧା ଯାଇଥିଲା । କେବଳ ସେତିକି ନୁହେଁ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦିଆ ଯାଇଥିଲା । ପୋଲିସ ସନ୍ଦେହ କରି Bagtongଙ୍କୁ ଗିରଫ କରିଥିଲେ ବି ସେ ସବୁ ସତକଥା ମାନି ଯାଇଥିଲେ ।

ଏହାସହ ପଢନ୍ତୁ ସମୁଦ୍ରରେ ବାପାଙ୍କ ସହ ମସ୍ତି କରୁଥିଲା ପୁଅ, ଅଚାନକ ତଳୁ ଆସିଲା ଏକ ସାର୍କ ଆଉ ତାପରେ.. ଦେଖନ୍ତୁ ଭିଡିଓ

ଯୁବକଙ୍କ କହିବା ଅନୁଯାୟୀ ସେତେବେଳେ ସେ ବହୁତ ଭୋକିଲା ଥିଲେ ଏବଂ ନିଶାରେ ମଧ୍ୟ ଥିଲେ । ମହିଳା ଜଣକ ତାଙ୍କୁ ଇଂଲିଶରେ କିଛି କହୁଥିଲେ ଯାହାକୁ କି ସେ ବୁଝିପାରୁନଥିଲେ । ରାଗରେ ସେ ମହିଳାଙ୍କୁ ହତ୍ୟା କରିଦେଇଥିଲେ ଓ ତାପରେ ଏକ ବଡ ଚାଖୁ ଆଣି ତାଙ୍କ ମୁଣ୍ଡକୁ କାଟି ଏକ କପଡ଼ାରେ ବାନ୍ଧି ନିଜ ଘରକୁ ନେଇଯାଇଥିଲେ । ସେତିକିରେ ଶେଷ ହୋଇନଥିଲା କଥା । ଯୁବକ ଜଣକ ଘରକୁ ଯାଇ ପ୍ରଥମେ ଭାତ ପ୍ରସ୍ତୁତ କରିଥିଲେ ଓ ମହିଳାଙ୍କ ମୁଣ୍ଡ ଭିତରୁ ବ୍ରେନ ବାହାର କରି ଭାତ ସହିତ ଖାଇଥିଲେ । ଶେଷରେ ନିଜ ଘର ନିକଟରେ ଥିବା ଏକ ଗର୍ତ୍ତରେ ମହିଳାଙ୍କ ଖପୁରିକୁ ପକାଇ ଦେଇଥିଲେ ।

Image result for 21-year-old-man-decapitated-woman-and-eats-her-brain-as-a-topping-on-rice-in-philippines

ପୋଲିସର କହିବା ଅନୁଯାୟୀ ସେ ଯୁବକଙ୍କ ଘରୁ ରକ୍ତ ଜୁଡୁବୁଡୁ ଏକ କପଡା ସହିତ ମହିଳାଙ୍କ ଖପୁରି ଉଦ୍ଧାର କରିଛି ତେବେ ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.