୪ ବର୍ଷ ବୟସରେ ବହି ଛାପିଲେ ଏହି କୁନି ପୁଅ, ଦୁନିଆର ସର୍ବ କନିଷ୍ଠ ଲେଖକ ସାଜି କଲେ ରେକର୍ଡ

ଆପଣ ୪-୫ ବର୍ଷର ପିଲା ଖେଳଣାରେ ଖେଳୁଥିବାର ଦେଖିଥିବେ । ଦୁଷ୍ଟାମୀ କରୁଥିବାର କିମ୍ବା ପଢ଼ିବାକୁ ଅରାଜି ହେଉଥିବାର ଦେଖିଥିବେ । କିନ୍ତୁ କଣ ଆପଣ କେବେ ଜଣେ ଛୋଟ ପିଲାକୁ ଏତେ କମ୍‌ ବୟସରେ ବହି ଲେଖିଥିବାର ଦେଖିଥିବେ ?

ଆପଣ ୪-୫ ବର୍ଷର ପିଲା ଖେଳଣାରେ ଖେଳୁଥିବାର ଦେଖିଥିବେ । ଦୁଷ୍ଟାମୀ କରୁଥିବାର କିମ୍ବା ପଢ଼ିବାକୁ ଅରାଜି ହେଉଥିବାର ଦେଖିଥିବେ । କିନ୍ତୁ କଣ ଆପଣ କେବେ ଜଣେ ଛୋଟ ପିଲାକୁ ଏତେ କମ୍‌ ବୟସରେ ବହି ଲେଖିଥିବାର ଦେଖିଥିବେ ? ବୋଧହୁଏ ନା, କେବେ ଦେଖିନଥିବେ କିନ୍ତୁ ବର୍ତ୍ତମାନ ଜଣେ ୪ ବର୍ଷର ଛୋଟ ପିଲା ନିଜର ଅଦ୍ଭୁତ ପ୍ରତିଭା ପାଇଁ ଏବେ ଅଛନ୍ତି ଖୁବ୍‌ ଚର୍ଚ୍ଚାରେ । ପିଲାଟି ମାତ୍ର ୪ ବର୍ଷ ୭ ମାସ ବୟସରେ ବହି ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏବଂ ସେ ତାଙ୍କର ଏହି ଅଦ୍ଭୁତ ପ୍ରତିଭା ପାଇଁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଗିନିଜ୍‌ ଓ୍ଵାଲର୍ଡ ରେକର୍ଡ ରିପୋର୍ଟ ଅନୁସାରେ ୟୁନାଇଟେଡ୍‌ ଆରବ ଅମିରାତ୍‌ ଆବୁ ଧାବିରେ ରହୁଥିବା ୪ ବର୍ଷର କୁନି ପୁଅ ସଇଦ୍‌ ରସିଦ୍‌ ଆଲମେହରୀ ଏବେ ଖୁବ୍‌ ଫେମସ ହୋଇଯାଇଛନ୍ତି । ଅତି କମ୍‌ ବୟସରେ ସେ ଲେଖିଛନ୍ତି ଏକ ବହି । ସଇଦ୍‌ ପିଲାଙ୍କ ପାଇଁ ଲେଖିଛନ୍ତି ବହି, ଯାହାର ଶୀର୍ଷକ ରହିଛି-‘ଦ ଏଲିଫେଣ୍ଟ ସଇଦ ଏଣ୍ଡ ଦ ବିୟର’ । ଏହି ବହି ଦୁଇଟି ଜୀବଙ୍କ ମଧ୍ୟରେ ଥିବା ବନ୍ଧୁତା ଏବଂ ପ୍ରେମକୁ ଦର୍ଶାଇଛି ।

ସଇଦଙ୍କ ଏହି ରେକର୍ଡକୁ ୯ ମାର୍ଚ୍ଚ ୨୦୨୩ରେ ଭେରିଫାଏ କରାଯାଇଥିଲା । ସେତିକିି ସମୟ ଭିତରେ ବହିର ୧ ହଜାର ପୃଷ୍ଠା ବିକ୍ରି ହୋଇସାରିଥିଲା । ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ତାଙ୍କର ଏହି ଉପଲବ୍ଧକୁ ସ୍ୱିକାର କରିବା ସହ ପୁରଷ୍କୃତ ମଧ୍ୟ କରିଛି । ଯଦିଓ ସଇଦ ନିଜ ପରିବାରର ଏମିତି ପ୍ରଥମ ସଦସ୍ୟ ନୁହଁନ୍ତି ଯେ ବହି ଲେଖି ବିଶ୍ୱ ରେକର୍ଡ କରିଛନ୍ତି । ସେ ଏହି ପ୍ରେରଣା ତାଙ୍କର ବଡ ଭଉଣୀ ଅଲଧାବୀ ଠାରୁ ପାଇଛନ୍ତି । ଯାହାଙ୍କ ନାମ ସବୁଠାରୁ କମ୍‌ ବୟସର ଦ୍ୱିଭାଷୀ ବହି ଲେଖିବାରେ ରହିଛି ।

ସଇଦ ଏହି ରେକର୍ଡ ବନାଇବାକୁ ପ୍ରୟାସ କଲେ କାହିଁକିନା ତାଙ୍କୁ ପଢ଼ିବା, ଲେଖିବା ଏବଂ କାହାଣୀ ଶୁଣିବାକୁ ବହୁତ ଭଲ ଲାଗେ । ସେ ନିଜ ବୟସରେ ଅନ୍ୟ ପିଲାକୁ ପ୍ରେରିତ କରିବାକୁ ଚାହାଁନ୍ତି ଏବଂ ସେହି ପ୍ରତିଭାକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି ଯେଉଁମାନେ ବୟସକୁ ଖାତିର ନକରି ନିଜ ପ୍ରତିଭା ଦେଖାଇବାକୁ ଚାହୁଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.