ଭୂମି ତଳୁ ବାହାରିଲା ୪୦୦ ବର୍ଷ ପୁରୁଣା ଶିବଲିଙ୍ଗ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବେଙ୍ଗାଲୁରୁର ଶ୍ରୀ ଦକ୍ଷିଣାମୁଖ ନନ୍ଦୀ ତିର୍ଥ କଲ୍ୟାଣୀ ଅଞ୍ଚଳରୁ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ସେହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଖନନ ସମୟରେ ଏଠାରେ ନନ୍ଦୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି ମିଳିଛି, ଏବଂ ଏହା ପରେ ଖନନ ସମୟରେ ସମଗ୍ର ମନ୍ଦିର ବାହାରିଛି ।

ଭାରତର ଅନେକ ମନ୍ଦିରର ଇତିହାସ ଶହ ଶହ ବର୍ଷ ପୁରୁଣା । ସେହିଭଳି ଦକ୍ଷିଣ ଭାରତରେ ଶହ ଶହ ବର୍ଷ ପୁରୁଣା ମନ୍ଦିର ଖନନ ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବେଙ୍ଗାଲୁରୁର ଶ୍ରୀ ଦକ୍ଷିଣାମୁଖ ନନ୍ଦୀ ତିର୍ଥ କଲ୍ୟାଣୀ ଅଞ୍ଚଳରୁ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ସେହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଖନନ ସମୟରେ ଏଠାରେ ନନ୍ଦୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି ମିଳିଛି, ଏବଂ ଏହା ପରେ ଖନନ ସମୟରେ ସମଗ୍ର ମନ୍ଦିର ବାହାରିଛି ।

ଇନଷ୍ଟାଗ୍ରାମରେ religioussanatani ଙ୍କ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଯେ କିଛି ଶ୍ରମିକ ଖୋଳୁଥିବା ସମୟରେ ମାଟି ତଳେ ଏକ ପ୍ରତିମା ଦେଖିଥିଲେ । ସେତେବେଳେ ସେଠାରେ ନନ୍ଦୀଙ୍କ ଏକ ପ୍ରତିମୂର୍ତ୍ତି ମିଳିଥିଲା । ତେବେ ଏହାର ଏକ ବିଶେଷ କଥା ହେଉଛି ନନ୍ଦୀଙ୍କ ସେହି ପ୍ରତିମୂର୍ତ୍ତିରୁ ଜଳ ବାହାରି ଥିଲା । ଏହା ପରେ ଖନନ ସମୟରେ ଏହା ଜଣାପଡିଥିଲା ଯେ ନନ୍ଦୀଙ୍କ ପ୍ରତିମୂର୍ତ୍ତି ତଳେ ଏକ ଶିବଲିଙ୍ଗା ଅଛି । ଏହା ପରେ ଖନନ ସମୟରେ ସମଗ୍ର ମନ୍ଦିର ବାହାରିଲା ।

ସେହି ଭିଡିଓର କ୍ୟାପସନରେ ଲେଖା ହୋଇଛି, ଯେ ଏହି ମନ୍ଦିର କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହରର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ମଲେଶ୍ୱରାମ ଲେଆଉଟ୍‌ର ଦ୍ୱିତୀୟ ମନ୍ଦିର ଷ୍ଟ୍ରିଟ୍‌ରେ ଥିବା କାଦୁ ମଲେଶ୍ୱରା ମନ୍ଦିର ବିପରୀତରେ ରହିଛି । ଏହି ମନ୍ଦିରଟି ନନ୍ଦୀ ତିର୍ଥା, ନନ୍ଦିଶ୍ୱର ତିର୍ଥା, ବସଭା ତିର୍ଥା କିମ୍ବା ମଲେଶ୍ୱରମ୍ ନନ୍ଦୀ ଗୁଦି ନାମରେ ମଧ୍ୟ ଜଣାଶୁଣା ରହିଛି । ସେହି ମନ୍ଦିରର ମୁଖ୍ୟ ଦେବତା ଭାବେ ଶିବ ପୂଜା ହୋଇଥାନ୍ତି । ପ୍ରାୟ ୪୦୦ ବର୍ଷ ପାଇଁ କବର ଦିଆଯିବା ପରେ ୧୯୯୭ ରେ ଏହି ମନ୍ଦିର ପୁଣି ଆବିଷ୍କୃତ କରାଯାଇଥିଲା ।

ଏହି ଭିଡିଓ ସେୟାର ହେବା ପରେ ଲୋକମାନେ ସୋସିଆଲ ମିଡିଆରେ ମନ୍ଦିର ବିଷୟରେ ସେମାନଙ୍କର ଅନୁଭୂତି ମଧ୍ୟ କହିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଏଠାରେ ବହୁତ ଶାନ୍ତି ଅଛି, ଏହା ଆଶ୍ଚର୍ଯ୍ୟଜନକ’ । ‘ ଅନ୍ୟ ଜଣେ ଲେଖିଛନ୍ତି, ‘ଭୂମି ତଳେ ବହୁତ କିଛି ଅଛି ଯାହା ବିଷୟରେ ଆମେ ଜାଣିନାହୁଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.