ଆଜି ହିଁ ଘରେ ବନାନ୍ତୁ ଦହି ଛତୁ ତରକାରୀ, ସ୍ୱାଦ ଏକଦମ୍ ଲାଜବାବ୍

ଛତୁ ତିଆରି କରିବାର ଅନେକ ପ୍ରକାର ତରିକା ରହିଛି । ଆଜି ଆମେ ଆପଣଙ୍କୁ ଦହି ଛତୁ ରେସିପି ବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଅଧିକାଂଶ ଲୋକ ମସରୁମ୍ ବାହାରେ ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଅତି ସହଜ ଉପାୟରେ ଏହାକୁ ଘରେ ମଧ୍ୟ ତିଆରି କରିପାରିବେ । ଛତୁ ତିଆରି କରିବାର ଅନେକ ପ୍ରକାର ତରିକା ରହିଛି । ଆଜି ଆମେ ଆପଣଙ୍କୁ ଦହି ଛତୁ ରେସିପି ବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:

ଛତୁ -୫୦୦ ଗ୍ରାମ୍, ବାଦାମ-୧୦୦ଗ୍ରାମ୍, କଟା ପିଆଜ-୧୫୦ଗ୍ରାମ୍, ଦହି- ୨୦୦ଗ୍ରାମ୍, ଅଦା ରସୁଣ କଟା-୫୦ଗ୍ରାମ୍, ହଳଦୀ -୨ ଚାମଚ୍, ଲଙ୍କାଗୁଣ୍ଡ – ୧ଚାମଚ୍, ଧନୀଆ ଗୁଣ୍ଡ -୧/୨ଚାମଚ୍, ଜିରା ଗୁଣ୍ଡ -୧/୨ଝାମଚ୍, ଗରମ ମସଲା -୧/୨ ଚାମଚ୍, ସ୍ଵାଦ ଅନୁସାରେ ଲୁଣ, ୩-୪ ଚାମଚ୍ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଛତୁକୁ ଭଲଭାବେ ଧୋଇ ସେଗୁଡିକୁ କାଟିକରି ଗୋଟିଏ ପାତ୍ରରେ ରଖିଦିଅନ୍ତୁ । ଏବେ ପ୍ୟାନରେ ତେଲ ଗରମ କରି ସେଥ‌ିରେ କଟା ପିଆଜ ଓ ଲୁଣ ପକାଇ କିଛି ସମୟ ଭାଜିବେ, ପିଆଜ ଭାଜି ହୋଇଗଲା ପରେ ସେଥିରେ କଟା ରସୁଣ ଓ କଟା ଅଦା ପକାଇ ୨ ରୁ ୩ ମିନିଟ ପୁଣି ଭାଜି ଦେବେ । ପିଆଜ ଓ ରସୁଣସବୁ ସିଝିଗଲା ପରେ ସେଥିରେ ବାଦାମ ଓ ଛତୁ ପକାଇ ୪ରୁ ୫ମିନିଟ ପର୍ଯ୍ୟନ୍ତ ଭାଜିଦିଅନ୍ତୁ ।

ଛତୁ ସବୁ ଭାଜି ହୋଇଗଲା ପରେ ସେଥିରେ ଲଙ୍କାଗୁଣ୍ଡ, ଗରମ ମସଲା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଏବଂ ଲୁଣ ପକାଇ ଭଲଭାବେ ଭାଜି ଦେବେ । ଛତୁ ସିଝିବାପାଇଁ ଅଳ୍ପ ସମୟ ନେଇଥାଏ ତେଣୁ ମସଲା ସହ ୩-୪ ମିନିଟ ପର୍ଯ୍ୟନ୍ତ ଛତୁ ଭଲଭାବେ କଷି ହୋଇଗଲେ ସେଥିରେ ଦହି ମିଶାଇ ୨ ମିନିଟ ପର୍ଯ୍ୟନ୍ତ ରାନ୍ଧି ହେବା ପାଇଁ ଛାଡିଦିଅନ୍ତୁ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଦହିଛତୁ ତରକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.