ଗୋଟିଏ ସମୟରେ ମଣିଷ ମୁଣ୍ଡରେ ଆସିଥାଏ ୬ ହଜାର ବିଚାର

କୁହାଯାଏ ମନକୁ ତୁମେ ନିୟନ୍ତ୍ରଣ କର ନହେଲେ ମନ ତୁମକୁ ନିୟନ୍ତ୍ରଣ କରିବ । ଆପଣ ଜାଣନ୍ତି କି ଆପଣଙ୍କ ମନ କେତେ ସ୍ଥିର ? ଅବଶ୍ୟ ସେକଥା ଆପଣଙ୍କ ସାମନାରେ ଥିବା ଲୋକ ନିଶ୍ଚୟ ଜାଣି ପାରିବ । କାରଣ ଆପଣଙ୍କ ଆଚାର ବ୍ୟବହାର କାର୍ଯ୍ୟକଳାପ ହିଁ ଜଣାଇ ଦେଇଥାଏ ଆପଣଙ୍କ ପ୍ରକୃତି କିଭଳି । ବର୍ତ୍ତମାନ ସମୟରେ ସମସ୍ତେ ବ୍ୟସ୍ତତା ମଧ୍ୟରେ ଜୀବନ କାଟୁଛନ୍ତି । କାରଣ ଜୀବନର ପ୍ରତିଯୋଗୀତା ଆଗରେ କାହାରିକୁ ସମୟ ଟିକେ ନାହିଁ ନିଜକୁ ଜାଣିବାକୁ । ଫଳରେ ରୋଗର ବଶବର୍ତ୍ତୀ ହୋଇ ଅବା ସେହି ଦୌଡରେ କେତେବେଳେ ଯେ ଜୀବନର ଦୌଡ ସରିଯାଉଛି ତାହା ଜଣାପଡୁନି । ଏପରି କାହିଁକି ହୁଏ । କଣ ସମସ୍ୟା ହୋଇଥାଏ ମଣିଷ ଭିତରେ । ଆଉ ଏ ସମସ୍ୟାକୁ କିଭଳି ଦୂର କରାଯାଇ ପାରିବା ଜାଣିବା ।

ମଣିଷର ମୁଣ୍ଡରେ ପ୍ରତିଦିନ ୬୦୦୦ ବିଚାର ଆସିଥାଏ । ଏଥିମଧ୍ୟରୁ ୮୦ପ୍ରତିଶତ ଅର୍ଥାତ ୪୮୦୦ ବିଚାର ନକାରାତ୍ମକ ଅଟେ । ଏହି ନେଗେଟିଭ ବିଚାରର ପ୍ରଭାବ ମଣିଷର ପ୍ରତିଦିନିଆ କର୍ମ ଉପରେ ପଡିଥାଏ । ଏହି ଦାବି କାନାଡାର କ୍ୱିନ୍ସ ୟୁନିଭରସିଟିର ଅନୁସନ୍ଧାନକାରୀ ମାନେ ରିସର୍ଚ୍ଚ କରିଛନ୍ତି । ଅନୁସନ୍ଧାନକାରୀଙ୍କୁ ପ୍ରଥମଥର ଏଭଳି କଥା ଜଣାପଡିଛି । ରିସର୍ଚ୍ଚ ଦ୍ୱାରା ବ୍ରେନ ଇମେଜିଂ ଟେକନିକରୁ ଏହା ବୁଝିବାର ଚେଷ୍ଠା କରାଗଲା କି ଗୋଟିଏ ସମୟରେ ମଣିଷ କଣ ଆଉ କେତେ ଭାବିପାରେ । ମୁଣ୍ଡରେ କେତେ ପ୍ରକାରର ପାଟର୍ନ ବିକଶିତ ହୋଇଥାଏ । ଅନୁସନ୍ଧାନକାରୀଙ୍କ କହିବା କଥା କି ଗୋଟେ ଗୋଟେ ବିଚାରର ଶେଷ ହୋଇଥାଏ ତ ସେହିଠାରେ ହିଁ ଦ୍ୱିତୀୟ ବିଚାର ଆରମ୍ଭ ହୋଇଯାଏ ।

ଯେତେବେଳେ ବି ମନରେ ନେଗେଟିଭ ବିଚାର ଆସିଥାଏ ଏବଂ ଏହାକୁ ରୋକିବାର ଚେଷ୍ଟା କରାନଯାଏ ତେବେ ଏହା ନିଜର ସ୍ଥାନ ବନାଇବାକୁ ଲାଗେ । ଏତିପାଇଁ ଏହା ସହ ଲଢିବାର ପ୍ରକାର ଉପରେ ବିଚାର କରିବା ଜରୁରୀ ଅଟେ । ଯେମିତିକି ଲଗାତାର ଯଦି ନେଗେଟିଭ ବିଚାର ଆସୁଛି ତେବେ ନିଜ ଲୋକ ଅଥବା ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ । ପ୍ରତିଦିନ ନିଜର ସମୟ ବାହାର କରି ନିଜ ସାଙ୍ଗସାଥୀ ଅଥବା ପରିବାର ସହ କଥା ହୁଅନ୍ତୁ । ଏଥିରେ ମଧ୍ୟ ନେଗେଟିଭ ବିଚାର ଉପରେ କମି ଆସିଥାଏ । ଏବଂ ପୂର୍ବ ଅପେକ୍ଷା ବେଶୀ ଭଲ ଲାଗିଥାଏ ।
ମନରୁ ନେଗେଟିଭ ବିଚାରକୁ କମ କରିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ଆପଣ ସେଇଆ କରନ୍ତୁ ଯାହା ଆପଣଙ୍କୁ ଭଲଲାଗୁଛି । ଯେମିତିକି ପ୍ରତିଦିନ ସମୟ ବାହାର କରି ନିଜର ହବିଜ ଉପରେ ଫୋକସ କରିବା, ଗୀତ ଗାଇବା, ପେଣ୍ଟିଂ କରିବା, ଫାର୍ମିଙ୍ଗ କରିବା, ଅଥବା କିଛି କିଛି କ୍ରିଏଟିଭ । ଏହା କରି ଆପଣ ଖୁସି ରହୁଛନ୍ତି । ତେବେ ଆପଣଙ୍କ ମନରେ କୌଣସି ବି ନକାରାତ୍ମକ ବିଚାର ପଶିପାରିବ ନାହିଁ । ମୁଣ୍ଡରେ ସକାରାତମ୍କ ଶକ୍ତି ବଢିଲେ ଏକ ନୂଆ ବିଚାରଧାରା ସୃଷ୍ଟି ହୁଏ । ଏହା ହେବା ଫଳରେ କନପିଡେନ୍ସ ମଧ୍ୟ ବଢିଥାଏ ।

ଯଦି ମନରେ ଆସୁଥିବା ନେଗେଟିଭ ବିଚାର ରୋକି ହେଉନାହିଁ । ତେବେ ମେଡିଟେସନ ଦ୍ୱାରା ମନକୁ ଶାନ୍ତ କରିପାରିବେ । ଏହାଦ୍ୱାରା ଚିନ୍ତା ଓ ମାନସିକ ଥକାପଣ କମ ହୋଇଯାଏ । ଫଳରେ ମଣିଷ ଭଲ ଅନୁଭବ କରିଥାଏ । ଏହାଦ୍ୱାରା ମଧ୍ୟ ଫଳ ପାଇପାରିବେ । ରିସର୍ଚ୍ଚରେ ମଧ୍ୟ ଏହା ପ୍ରମାଣିତ ହୋଇଛି କି ମେଡିଟେସନ ଦ୍ୱାରା ଏକାଗ୍ରତା ବଢିଥାଏ । ଏବଂ ମଣିଷ ଭିତରେ ଏକ ଭଲ ଧାରଣା ସୃଷ୍ଟି ହୋଇଥାଏ । ପ୍ରତିଦିନ ଅଧଘଣ୍ଟାର ମେଡିଟେସନ ସକାରାତ୍ମକ ପ୍ରଭାବ ଦେଇଥାଏ ।

ବର୍ତ୍ତମାନ ବ୍ୟସ୍ତବହୁଳ ଯୁଗରେ ମଣିଷ ନିଜ ପାଇଁ ସମୟ ବାହାର କରିପାରିବା କାଫି ମୁସ୍କିଲ ହେଉଛି । ମନରେ ନକାରାତ୍ମକ ଚିନ୍ତା ଆସିବାର ଏହା ମଧ୍ୟ ଏକ କାରଣ ଅଟେ । ତେଣୁ ନିଜ ପାଇଁ କିଛି ସମୟ ବାହାର କରନ୍ତୁ ଓ ନିଜକୁ ସମୟ ଦିଅନ୍ତୁ । ଆଉ ପଚାରନ୍ତୁ ଆପଣ କଣ ଚାହାନ୍ତି । ଆପଣଙ୍କୁ କଣ ପସନ୍ଦ । ଆଉ ଉତ୍ତର ଯାହା ବି ମିଳୁ ତାହା କାର୍ଯ୍ୟରେ ପ୍ରୟୋଗ କରନ୍ତୁ । ଦେଖିବେ ସବୁ କିଛି ଧୀରେ ଧୀରେ ଠିକ ଲାଗିବା ସହ ସମୟ ମଧ୍ୟ ବଦଳିଯିବ । ତେଣୁ ନିଜ ମନକୁ ଏମିତି ତାଲିମ ଦିଅନ୍ତୁ ଯେମିତି ଏସବୁ ନକାରାତ୍ମକ ଭାବନା ସବୁ ଆସିବ ନାହିଁ । କାରଣ ଆମ ଜୀବନ ହେଉଛି ଆମ ମନ ଦ୍ୱାରା ହିଁ ତିଆରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.