ଏହା ହେଉଛି ବିଶ୍ବର ୭ ସ୍ଥାନ, ଯାହାକୁ ଦେଖିଲେ ଲାଗେ ପୂରା କାଳ୍ପନିକ

ରୋରାଇମା ପର୍ବତ: ବେନେଜୁଏଲାରେ ପାଖାପାଖି ୯,୨୨୨ ଫୁଟ ଉଚ୍ଚରେ ଅବସ୍ଥିତ ‘ରୋରାଇମା ପର୍ବତ’ ବର୍ଷର ୮ ମାସ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥାଏ। ଏହା ୩ ଦେଶ ବେନେଜୁଏଲା, ଗୁଏନା ଓ ବ୍ରାଜିଲକୁ ଯୋଡ଼ିଥାଏ। ଏହି ପର୍ବତକୁ ଦେଖିଲେ ଏପରି ଲାଗେ, ଯେପରି ଜଣେ ଗ୍ରାଫିକ୍ ଡିଜାଇନର ଏହାକୁ ତିଆରି କରିଛନ୍ତି।

tunnel love

ଟନଲ୍ ଅଫ୍ ଲଭ୍: ଏହା ହେଉଛି ୟୁକ୍ରେନର ‘ଟନଲ ଅଫ୍ ଲଭ୍’, ଯାହାକି ଦେଶର ସବୁଠାରୁ ରୋମାଣ୍ଟିକ ସ୍ଥାନ ମଧ୍ୟରୁ ଅନ୍ୟତମ। ଏହା ଦେଖିବାକୁ ଏତେ ସୁନ୍ଦର ଯେ, ସତେ ଯେପରି ଏହାକୁ କେହି ପୂରା ସମୟ ଦେଇ ତିଆରି କରିଥିବା ଅନୁଭବ ହୁଏ। ମୋଟାମୋଟି କହିବାକୁ କଲେ ସ୍ଥାନଟି ପୂରା କାଳ୍ପନିକ ଲାଗେ।

salar de

ସାଲାର ଦେ ଓୟୁନି: ବୋଲିଭିଆର ପୋତସି ଏବଂ ଓରୁରୋରେ ଅବସ୍ଥିତ ଏହି ଜାଗାର ନାଁ ହେଲା ‘ସାଲାର ଦେ ଓୟୁନି’। ଏଠାରେ ଦୁନିଆର ସବୁଠାରୁ ବଡ଼ ଲୁଣର ପଡ଼ିଆ ରହିଛି। ଏହାର ସୁରନ୍ଦତା ଜଣେ ଗଲେ ହିଁ ଅନୁଭବ କରିପାରିବ।

mount grinnel

ମାଉଣ୍ଟ ଗ୍ରୀନେଲ୍: ଏହା ହେଉଛି ଆମେରିକାର ମୋଣ୍ଟୋନା ରାଜ୍ୟରେ ଥିବା ‘ମାଉଣ୍ଟ ଗ୍ରୀନେଲ୍’। ଲାଲ୍ ରଙ୍ଗର ଏହି ପାହାଡ଼ ନିଜ ନାମକୁ ନେଇ ବେଶ୍ ସ୍ବତନ୍ତ୍ର। ଏହାକୁ ଦେଖିଲେ ଏଠାରେ ନିଆଁ ଜଳୁଥିବାର ମନେହୁଏ।

ଏହାସହ ପଢ଼ନ୍ତୁ : କ’ଣ ଏହି ହାଇପରଟେନଶନ, କିଭଳି ଖାଦ୍ୟରେ କରିବେ ଏହାର ନିୟନ୍ତ୍ରଣ, ଆସନ୍ତୁ ଜାଣିବା

china stone

ଷ୍ଟୋନ୍ ଫରେଷ୍ଟ: ଚୀନର ୟୁନାନ୍ ଅଞ୍ଚଳରେ ଅବସ୍ଥିତ ଏହି ଜଙ୍ଗଲ ବ୍‌କ୍ଷ ବଦଳରେ ପାହାଡ଼କୁ ନେଇ ତିଆରି ହୋଇଛି, ଯେଉଁ କାରଣରୁ ଏହା ‘ଷ୍ଟୋନ୍ ଫରେଷ୍ଟ୍’ ନାଁରେ ଜଣାଶୁଣା। ୨୭୦ ବର୍ଷର ପୁରୁଣା ଏହି ଜଙ୍ଗଲ ୩୪୯ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏଠାରେ ପାହାଡ଼ର ଶିଖର ୩୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲମ୍ବିଛି। କିଛି ପାହାଡ଼ର ଶିଖର ବେଳେବେଳେ ବ୍‌କ୍ଷର ଭ୍ରମ ସ୍‌ଷ୍ଟି କରେ।

cave island

କ୍ରିଷ୍ଟଲ୍ କେଭ: ଆଇଲ୍ୟାଣ୍ଡର କ୍ରିଷ୍ଟଲ୍ କେଭକୁ ଯଦି ଆପଣ ସ୍ବପ୍ନର ଦୁନିଆ କହିବେ, ତେବେ କୌଣସି ଭୁଲ୍ ହେବ ନାହିଁ। କାହିଁକି ନା ଏହା ବାସ୍ତବରେ ବହୁତ ସୁନ୍ଦର। ଏହାର ଫଟୋ ଦେଖିଲେ ଜଣେ ସହଜରେ ବିଶ୍ବାସ କରିପାରିବ ନାହିଁ, କି ଏହା ପ୍ରକ୍‌ତରେ ସେହି ଜାଗା ନା ଏହାକୁ ପେଣ୍ଟ୍ କରାଯାଇଛି।

pink lake

ପିଙ୍କ୍ ଲେକ୍: ଉତ୍ତର-ପଶ୍ଚିମ ଆଫ୍ରିକାର କେପ୍ ୱଟ୍ ପେନିନସୁଲା ଅଫ୍ ସେନେଗଲ ନିକଟସ୍ଥ ଏକ ପଡ଼ିଆ ଏବଂ ସମୁଦ୍ର ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ ପିଙ୍କ୍ ଲେକ୍। ଏହି ହ୍ରଦର ନାଁ ହେଉଛି ‘ଲେକ୍ ରେତୱା’। ଏହାର ପାଣି ଗୋଲାପି ରଙ୍ଗର, ଯାହାକୁ ଦେଖିବାକୁ ବିଶ୍ବର କୋଣ ଅନୁକୋଣରୁ ପର୍ଯ୍ୟଟକ ଛୁଟିଆସନ୍ତି।

Leave A Reply

Your email address will not be published.