ଅତ୍ୟଧିକ ଖାଇବା ପରେ ପାଣିକୁଣ୍ଡରେ ନିଜକୁ ଥଣ୍ଡା କରୁଛି ଅଜଗର, ଦେଖନ୍ତୁ ଭିଡିଓ

କଥାରେ ଅଛି, ‘କାଇଁ ଅଜଗର ଭଳି ଗଡୁଛୁ’। ଅର୍ଥାତ୍‌ ମଣିଷ ଅଧିକ ଖାଇଦେଲେ ଆଉ କିଛି କାମଦାମ କରିପାରେ ନାହିଁ। ଅଜଗର ସାପ ଭଳି କେବଳ ଗଡେ। ଠିକ୍‌ ଏମିତି ଏକ ଭିଡିଓ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣ ଏହି କଥାର ମର୍ମ ବୁଝିପାରିବେ।

ଛୋଟ ବେଳେ ଗାଁମାନଙ୍କରେ ଖରାଦିନେ ଆମ୍ଭ ସମସ୍ତଙ୍କୁ ପ୍ରବଳ ଗରମ ଲାଗିଲେ ଆମେ ପୋଖରୀ କିମ୍ବା ନଦୀରେ ଯାଇ ଗାଧେଇପଡୁ। ଖରାଦିନରେ ଏହାର ମଜା ନିଆରା। ଏହାଛଡା ଖରାଦିନରେ ଅନେକ ଜୀବଜନ୍ତୁ ମଧ୍ୟ ଗରମ ନ ସହିପାରି ନଦୀ ପୋଖରୀରେ ଗାଧୋଉଥିବା ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ କେବେ ଅଜବର ସାପ କେବେ ଗାଧୋଉଥବା ଆପଣ ଦେଖିଛନ୍ତି କି ? ଅଜଗର କୌଣସି ଏକ ବଡ ଜୀବକୁ ଗିଳିବା ପରେ କିପରି ପାଣିରେ ଆସି ଆରାମ କରୁଛି। ଯାହାର ଭିଡିଓକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଏମିତିରେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁଙ୍କୁ ନେଇ ଭାଇରଲ ଭିଡିଓ ଆପଣ ନିଶ୍ଚିତ ଦେଖୁଥିବେ। କିନ୍ତୁ ଆମେ ଯେଉଁ ଭିଡିଓ ଆଜି ଦେଖାଇବୁ ତାହା ଦେଖି ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହେବେ।

ଏହି ଭିଡିଓକୁ ଆଇଏଫଏସ୍‌ ସୁଶାନ୍ତ ନନ୍ଦ ଟ୍ଵିଟରରେ ସେୟାର କରିଛନ୍ତି। ଯେଉଁଥିରେ ଅଜଗର ଏକ ବଡ ଜୀବନକୁ ଗିଳିବା ପରେ କିପରି ପାଣି କୁଣ୍ଡରେ ଯାଇ ଥଣ୍ଡା ହେବା ପାଇଁ ଶୋଇପଡୁଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଭ୍ୟୁ ହୋଇସାରିଲାଣି। ଏହି ଭିଡିଓ ସାଉଥ ଆଫ୍ରିକାନ ନ୍ୟାସନାଲ ପାର୍କର ରହିଛି। ଏହାଛଡା ଆଉ ଏକ ଫଟୋ ଟ୍ଵିଟ୍‌ କରିଛନ୍ତି, ଯେଉଁଥିରେ ଏକ ଧଳା ରଙ୍ଗ ସାପ ଦେଖିବାକୁ ମିଳିଛି। ଏହି ସାପ ଦୁଲର୍ଭ ପ୍ରଜାତିର ରହିଛି।

ଅଜଗର ଥରେ ଭୋଜନ କରିବା ପରେ ସପ୍ତାହେ ପର୍ଯ୍ୟନ୍ତ ଖାଦ୍ୟ ଅନେ୍ଵଷଣ କରେ ନାହିଁ। ସେ ଖାଇଥିବା ଖାଦ୍ୟକୁ ସେ ସପ୍ତାହ ପର୍ଯ୍ୟନ୍ତ ପେଟରେ ରଖି ପାଚନକ୍ରିୟା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.