ଜଙ୍ଗଲ ଭିତରୁ କ୍ୟାମେରା ଚୋରି କଲାବେଳେ ଧରା ପଡ଼ିଲା ସିଂହ

ଶକ୍ତିଶାଳୀ ସିଂହର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଜଙ୍ଗଲର ରାଜା ସିଂହ ଚୋରି କରୁଥିବା ନଜର ଆସିଛି ।

ଜଙ୍ଗଲରୁ କ୍ୟାମେରା ଚୋରେଇ ନେଲା ସିଂହ । ଆଉ ଚୋରି କଲାବେଳେ ରେକର୍ଡ ହେଲା ଚୋରି ହେବାର ଦୃଶ୍ୟ । ଆପଣଙ୍କୁ କଥାଟା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଗୋଟିଏ ସିଂହ ସତରେ ଏଭଳି କିଛି କରିଥିବାର ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ @yourclipss ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି । ଜଙ୍ଗଲର ରାଜା ସିଂହ ସହ, ଖୁବ କମ ଜୀବ ଲଢ଼େଇ କରିବାକୁ ଚିନ୍ତା କରନ୍ତି । କାହିଁକି ନା ସିଂହ ସବୁଠୁ ଶକ୍ତିଶାଳୀ । ଯଦି ଥରେ କୌଣସି ଜୀବ ସିଂହ ସାମ୍ନାରେ ପଡ଼ିଛି, ତାର ମୃତ୍ୟୁ ସନିଶ୍ଚିତ । ତେବେ ଏହି ଶକ୍ତିଶାଳୀ ସିଂହର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଜୀବଯନ୍ତୁମାନଙ୍କର ଅନେକ ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ, ଯାହା ଓ୍ଵାଇଲ୍ଡ ଲାଇଫ ଫଟୋଗ୍ରାଫରମାନଙ୍କ ଦ୍ୱାରା ରେକର୍ଡ କରାଯାଇଥାଏ । ଓ୍ଵାଇଲ୍ଡ ଲାଇଫ ଫଟୋଗ୍ରାଫରମାନେ ସବୁବେଳେ ଜଙ୍ଗଲ ଦୁନିଆର ଖବର ଆମ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତି । ସେ ନିଜେ ପଶୁମାନଙ୍କର ଭିଡିଓ ରେକର୍ଡ କରନ୍ତି କିମ୍ବା ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାନ୍ତି, ଯାହା ଦ୍ୱାରା ପଶୁମାନଙ୍କର କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିଥାଏ ।

କିନ୍ତୁ ଯଦି କୌଣସି ଏକ ଜୀବ ଏହି କ୍ୟାମେରା ଚୋରି କରି ସାଙ୍ଗରେ ନେଇଯାଏ ତେବେ କଣ ହେବ ? ତେବେ ଏଭଳି କିଛି ବାସ୍ତବରେ ଘଟିଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଙ୍ଗଲର ରାଜା ସିଂହ ଚୋରି କରୁଥିବା ନଜର ଆସିଛି । ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଓ୍ଵାଇଲ୍ଡ ଫଟୋଗ୍ରାଫର ଜଙ୍ଗଲରେ ଏକ କ୍ୟାମେରା ଲଗାଇଥିଲେ, ଯାହା ଦ୍ୱାରା ପଶୁମାନଙ୍କର କାର୍ଯ୍ୟକଳାପ ରେକର୍ଡ କରାଯାଇପାରିବ। କିନ୍ତୁ ସିଂହ ତାଙ୍କ କ୍ୟାମେରା ଉଠାଇ ସାଙ୍ଗରେ ନେଇଯିବ ବୋଲି ସେମାନେ କେବେ ଭାବି ନଥିଲେ ।

ଭାଇରାଲ ଭିଡିଓରେ ଆପଣମାନେ ଦେଖିପାରିବେ ଯେତେବେଳେ ସିଂହ ଜଙ୍ଗଲରେ ବୁଲୁଛି, ତାର ନଜର କ୍ୟାମେରା ଉପରେ ପଡ଼ିଥିଲା । କ୍ୟାମେରା ଦେଖି ସିଂହ ଏହାର ପାଖକୁ ଧିରେ ଧିରେ ଆସିଥିଲା । ପ୍ରଥମେ କ୍ୟାମେରା ମୁଭ୍‌ କରୁଥିବା ଦେଖି ସିଂହ ଡରିଯାଇଥିଲା । ପରେ ସେ ଏହାକୁ ପାଟିରେ କାମୁଡ଼ି ସେଠାରୁ ପଳାଇଥିଲା । ସିଂହଟି ପାଟିରେ କ୍ୟାମେରା ଧରି ବହୁତ ଦୂରକୁ ପଳାଇଥିଲା । କ୍ୟାମେରାକୁ ପାଟିରେ ଧରି ଦୌଡ଼ିବାରେ ଲାଗିଥିଲା ସିଂହ । ପରେ ଥକି ପଡ଼ିବାରୁ ଗୋଟିଏ ଜାଗାରେ ଅଟକିଥିଲା ଏବଂ ନିଜ ପାଖରେ କ୍ୟାମେରାଟିକୁ ରଖିଥିଲା । ପରେ ପୁଣି କ୍ୟାମେରାକୁ ସାଙ୍ଗରେ ଧରି ଦୌଡ଼ିବାକୁ ଲାଗିଥିଲା । କିଛି ଦୂର ଗଲା ପରେ ସିଂହ କ୍ୟାମେରାକୁ ତଳେ ପକାଇ ସେଠାରୁ ପଳାଇଥିଲା । ଯାହା ପରେ କିଛି ଫଟୋଗ୍ରାଫର୍ସ ଗାଡ଼ିରେ ଆସି ସେମାନଙ୍କ କ୍ୟାମେରା ନେଇ ଯାଇଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ ହେଉଥିବା ଏହି ଭିଡିଓକୁ @yourclipss ନାମକ ଜଣେ ୟୁଜର ସେୟାର କରିଛନ୍ତି । ମୋବାଇଲ ୟୁଜର ଏହି ଭିଡିଓର ମଜା ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.