ୟୁଏସ ଓପନ ୨୦୨୩: ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଲେ ନୋଭାକ୍ ଜୋକୋଭିକ୍

ଡାନିଏଲ ମେଦଭେଦଙ୍କୁ ସିଧା ସେଟରେ ହରାଇ ଚତୁର୍ଥ ୟୁଏସ୍ ଓପନ ଜିତିଛନ୍ତି ନୋଭାକ ଜୋକୋଭିକ । ଜୋକୋଭିକ୍(୩୬ ବର୍ଷ), ୬-୩, ୭-୬ (୭/୫), ୬-୩ ସେଟରେ ଜିତିଥିଲେ ।

ନୋଭାକ ଜୋକୋଭିକ ଡାନିଏଲ ମେଦଭେଦଙ୍କୁ ସିଧା ସେଟରେ ହରାଇ ଚତୁର୍ଥ ୟୁଏସ୍ ଓପନ ଜିତିଛନ୍ତି । ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ନୋଭାକ ଦୁଇ ବର୍ଷ ତଳେ ଫାଇନାଲରେ ନିଜ ପରାଜୟର ପ୍ରତିଶୋଧ ନେଇଛନ୍ତି । ଜୋକୋଭିକ୍(୩୬ ବର୍ଷ), ୬-୩, ୭-୬ (୭/୫), ୬-୩ ସେଟରେ ଜିତିଥିଲେ ଏବଂ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତି ମାର୍ଗେଟ୍ କୋର୍ଟଙ୍କର ସର୍ବକାଳୀନ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଜୋକୋଭିକ୍ ଗୋଟିଏ ସିଜନରେ ଚାରିଥର ତିନୋଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ପ୍ରଥମ ଖେଳାଳି ହୋଇପାରିଛନ୍ତି ।

ମେଦଭେଦ୍‌ ୨୦୨୧ରେ ଫାଇନାଲରେ ଜୋକୋଭିକ୍ ଙ୍କୁ ସିଧା ସେଟରେ ହରାଇ ସର୍ବିଆର ଏହି ଖେଳାଳିଙ୍କୁ ୧୯୬୯ ରେ ରଡ୍ ଲେବରଙ୍କ ପରେ ଗୋଟିଏ ବର୍ଷରେ ସମସ୍ତ ଚାରି ଗ୍ରାଣ୍ଡସ୍ଲାମ ଜିତିବା ରେକର୍ଡରୁ ଦୂରେଇ ରଖିଥିଲେ । ଜୋକୋଭିଚ୍ ସେହି ମୁହୂର୍ତ୍ତରେ ପରାଜିତ ଅନୁଭବ କରିଥିଲେ । କିନ୍ତୁ ରବିବାର ଯେତେବେଳେ ସେ ଚାମ୍ପିଅନସିପ୍ ମ୍ୟାଚରେ ଲିଡ୍ ନେଲେ ସେ ସମୟରେ ମଧ୍ୟ ସାମାନ୍ୟ ବିଚଳିତ ଅନୁଭବ କରିଥିଲେ ।

ମେଦଭେଦ୍‌ ସେମିଫାଇନାଲରେ ୧୦ ରୁ ୧୨ ପ୍ରଦର୍ଶନ ସହିତ ଗତବର୍ଷର ଚାମ୍ପିଅନ କାର୍ଲୋସ୍ ଅଲକରାଜଙ୍କୁ ପରାସ୍ତ କରିଥିଲେ । କିନ୍ତୁ ସେ ଲଗାତାର ଜୋକୋଭିକ୍ ଙ୍କ ବିପକ୍ଷରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦୋହରାଇବାରେ ବିଫଳ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.