ଲାଇଭ୍‌ ଭିଡିଓ: ‘ମୌତ୍‌ କା କୁଆଁ’ରେ ଭୟଙ୍କର ଦୁର୍ଘଟଣା! ଉପରୁ ଖସି ପଡ଼ିଲା ଦୁଇ ବାଇକ୍‌; ଚାଳକଙ୍କ ଉପରେ ଚଢ଼ିଗଲା କାର୍‌

ଉତ୍ତର ପ୍ରଦେଶର ଜନପଦ ଅମରୋହାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମେଳାରେ ଲାଗିଥିବା ‘ମୌତ୍‌ କା କୁଆଁ’ ଷ୍ଟଣ୍ଟ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହାର ଲାଇଭ୍‌ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଥରି ଉଠିଛନ୍ତି। ଭିଡିଓରେ ଦେଖାଯାଉଛି, ମୌତ୍‌ କା କୁଆଁରେ ଦ୍ରୁତ ଗତିରେ ଦୌଡ଼ୁଥିବା ଦୁଇ ବାଇକ୍‌ ଅଚାନକ୍‌ ଉପରୁ ଖସି ପଡ଼ୁଛନ୍ତି ଏବଂ ଏହାର କିଛି ସେକେଣ୍ଡ୍‌ ଭିତରେ ଏକ ମାରୁତି କାର୍‌ ମଧ୍ୟ ତଳକୁ ଖସି ପଡ଼ୁଛି।

ଏହି ସମୟରେ କାର୍‌ଟି ବାଇକ୍‌ ଚାଳକଙ୍କ ଉପରେ ଚଢ଼ି ଯାଉଛି। ଦୁର୍ଘଟଣାର ଲାଇଭ୍‌ ଭିଡିଓକୁ କେହି ଜଣେ ନିଜ କ୍ୟାମେରାରେ କଏଦ୍‌ କରି ନେଇଥିଲେ, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଘଟଣାରୁ ଜଣାପଡ଼ିଛି ଯେ ଗତ କିଛି ଦିନ ହେବ ଏଠାରେ ଏକ ମେଳାର ଆୟୋଜନ କରାଯାଇଛି। ଏଠି ପଡ଼ିଥିବା ‘ମୌତ୍‌ କା କୁଆଁ’ରେ ଏହି ଦୁର୍ଘଟଣା ଘଟିଛି।

ଏଥିରେ ଦୁଇ ବାଇକ୍‌ ଚାଳକ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି। ‘ମୌତ୍‌ କା କୁଆଁ’ରେ ହୋଇଥିବା ଏହି ଦୁର୍ଘଟଣାର ଲାଇଭ୍‌ ଭିଡିଓକୁ ସେଠାରେ ଉପସ୍ଥିତ ଜଣେ ଦର୍ଶକ କ୍ୟାମେରାରେ କଏଦ୍‌ କରି ନେଇଥିଲେ। ଭିଡିଓରେ ଲୋକଙ୍କ ହୋ-ହଲ୍ଲା ଓ ଚିଲ୍ଲାଇବାର ପାଟି ଶୁଣିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.