ନିଜ ଦାନ୍ତ ସାହାଯ୍ୟରେ କଲେ ଏମିତି ଷ୍ଟଣ୍ଟ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମଣିଷର ଶରୀରର ସବୁଠାରୁ ମଜବୁତ ଅଙ୍ଗ ହେଉଛି ତାର ଦାନ୍ତ। ଦାନ୍ତ ସାହାଯ୍ୟରେ ସେ କଠିନ ବା ଟାଣରୁ ଟାଣ ପଦାର୍ଥକୁ ସହଜରେ ଭାଙ୍ଗି ଦେଇପାରେ। କିନ୍ତୁ କେବେ କେଉଁ ମଣିଷକୁ ନିଜ ମଜବୁତ ଦାନ୍ତ ସାହାଯ୍ୟରେ ଟେବୁଲ ଉଠାଇବାର ଦେଖିଛନ୍ତି କି? ଆଜି ଅମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତି ବିଷୟରେ ଜଣାଇବୁ ଯିଏ ନିଜ ମଜବୁତ ଦାନ୍ତ ଓ ମାଡି ସାହାଯ୍ୟରେ କେବଳ ଏକ ଟେବୁଲ ନୁହେଁ ବରଂ ଟେବୁଲ ଉପରେ ବସିଥିବା ଝିଅକୁ ମଧ୍ୟ ଉଠାଇଛନ୍ତି। ଏହିଭଳି ଅଦ୍ଭୁତ ଘଟଣା ୨୦୦୮ ମସିହା ଫେବୃଆରୀ ମାସରେ ସ୍ପେନର ମ୍ୟାଡ୍ରିଣ୍ଡ ସହରରେ ବିଶ୍ୱ ରେର୍କଡ ସୃଷ୍ଟି କରିଥିଲା।
ଆମ ଘରେ ଥିବା ଏକ ମଜବୁତ ଟେବୁଲକୁ ହାତ ସାହାଯ୍ୟରେ ଉଠାଇବା କଷ୍ଟକର ହୋଇଯାଏ କିନ୍ତୁ ୟୁରୋପ ଦେଶର ଲଫଜମ୍ବର୍ଗ ସହରରେ ରହୁଥିବା ଜ୍ୟୋର୍ଜସ କ୍ରିଷ୍ଟନ ନାମକ ଏକ ବ୍ୟକ୍ତି ୧୨ କିଲୋ ଓଜନର ଏକ ଟେବୁଲ ଉପରେ ଏକ ଝିଅକୁ ବସାଇ ନିଜ ଦାନ୍ତ ସାହାଯ୍ୟରେ ତାକୁ ଉଠାଇ ନେଇଥିଲେ। କେବଳ ସେତିକି ନୁହେଁ ସେ ଏହି ଭାରି ଟେବୁଲ ସହିତ ଝିଅକୁ ଉଠାଇ ୧୧.୮୦ ମିଟର ପର୍ଯ୍ୟନ୍ତ ଚାଲିକି ମଧ୍ୟ ଯାଇଥିଲେ। ସମ୍ପୂର୍ଣ୍ଣ ୬୨ କିଲୋ ଓଜନକୁ ନିଜ ଦାନ୍ତ ସାହାଯ୍ୟରେ ଉଠାଇ ସେ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେର୍କଡରେ ନିଜର ନାମ ଦାଖଲ କରିଛନ୍ତି।
ଭାରତରେ ମଧ୍ୟ ଏହିଭଳି ଏକ ଭୟଙ୍କର ଷ୍ଟଣ୍ଟ ର ବାଦସାହା ଧର୍ମେନ୍ଦ୍ର ନାମକ ଏକ ବ୍ୟକ୍ତି ନିଜ ଦାନ୍ତର ମଜବୁତି ଦେଖା ଇତିହାସ ରଚିଥିଲେ। ବିହାରର କେମୁର ଜିଲ୍ଲାରେ ରହୁଥିବା ଏହି ବ୍ୟକ୍ତି ଏକ ମିନିଟରେ ୧୫ଟି ଲୁହାର ରଡକୁ ନିଜ ଦାନ୍ତ ସାହାଯ୍ୟରେ ମୋଡି ଆମେରିକାର ରେର୍କଡ ଭାଙ୍ଗିଥିଲେ। ଏହା ପୂର୍ବରୂ ମଧ୍ୟ ସେ ଏହି କାରନାମା କରି ଗିନିଜ ବୁକରେ ନିଜ ନାମ ଦାଖଲ କରିଥିଲେ।