ଓଡ଼ିଶାର ଶିମିଳିପାଳରେ ଦେଖାଗଲା ବିରଳ ପ୍ରଜାତିର କଳା ବାଘ, ଭାଇରାଲ ହେଉଛି ଭିଡିଓ

କଳା ବାଘଟି ଓଡିଶାର ସିମିଳିପାଳ ଟାଇଗର ରିଜର୍ଭରେ ଦେଖିବାକୁ ମିଳିଥିଲା । ଏହି ବାଘ ହେଉଛି ମେଲାନିଷ୍ଟିକ ବାଘ । ଜନସଂଖ୍ୟାରେ ଜେନେଟିକ ପରିବର୍ତ୍ତନ ହେତୁ କଳା ବାଘ ଦେଖିବାକୁ ମିଳିଥାଏ ।

ଯେତେବେଳେ ଆପଣ ବାଘ ବିଷୟ କଳ୍ପନା କରନ୍ତି ଆପଣଙ୍କ ମନରେ ପ୍ରଥମେ ଏକ ବଡ଼ ବିଲେଇର ପ୍ରତିଛବି ନିଶ୍ଚିତ ଆସିଥାଏ, ଯାହା ଶରୀରରେ କଳା ଦାଗ ପଡ଼ିଥାଏ । ବାଘ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ମଧ୍ୟ ଦେଖାଯାଇଥାଏ । ବାଘ ବିଭିନ୍ନ ପ୍ରକାରର ହୋଇଥାନ୍ତି ଯାହା ଆପଣ ସାମ୍ନାରେ ଦେଖିନଥିଲେ ମଧ୍ୟ କୌଣସି ନା କୌଣସି ଭିଡିଓରେ ଦେଖିଥିବେ । କିନ୍ତୁ ନିକଟରେ ଏକ ଭିନ୍ନ ପ୍ରଜାତିର ବାଘ ଓଡ଼ିଶାରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଏହି ବାଘ ହେଉଛି ମେଲାନିଷ୍ଟିକ ବାଘ ।

ଇଣ୍ଡିଆନ ଫରେଷ୍ଟ ସର୍ଭିସ (IFS) ଅଧିକାରୀ ରମେଶ ପାଣ୍ଡେ ଟ୍ୱିଟରରେ ଏହି ମେଲାନିଷ୍ଟିକ ଟାଇଗରର ଏକ ଭିଡିଓ ସେୟାର କରିଛନ୍ତି । ଏହି ବାଘଟି ଓଡିଶାର ସିମିଳିପାଳ ଟାଇଗର ରିଜର୍ଭରେ ଦେଖିବାକୁ ମିଳିଥିଲା । ଏହି ପୋଷ୍ଟର କ୍ୟାପସନରେ ଆଇଏଫଏସ ରମେଶ ପାଣ୍ଡେ ଲେଖିଛନ୍ତି ଯେ, ଓଡିଶାର ସିମିଳିପାଳ ଟାଇଗର ରିଜର୍ଭରେ ଏକ ମେଲାନିଷ୍ଟିକ ଟାଇଗରର ସୁନ୍ଦର କ୍ୟାମେରା ଟ୍ରାପ ଭିଡିଓ, ଯେଉଁଠାରେ ଜନସଂଖ୍ୟାରେ ଜେନେଟିକ ପରିବର୍ତ୍ତନ ହେତୁ ଆମେ କଳା ବାଘ ଦେଖିବାକୁ ମିଳିଥାଏ ।

ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣମାନେ କଳା ବାଘଟି ଗଛରେ ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇବେ । ପରେ ତଳେ ଶୁଙ୍ଘି ଶୁଙ୍ଘି ଦୂରକୁ ଚାଲି ଯାଇଥିବା ଆପଣମାନେ ଦେଖିପାରିବେ । ଏହି ପୋଷ୍ଟ ୧ ଅଗଷ୍ଟରେ ସେୟାର କରାଯାଇଥିଲା । ପୋଷ୍ଟ ହେବା ପରଠାରୁ ଏହାକୁ ୬୬ ହଜାରରୁ ଅଧିକ ଥର ଦେଖାଯାଇଛି । ସେୟାର ହୋଇଥିବା ଏହି ଭିଡିଓ ୧୬୦୦ ରୁ ଅଧିକ ଲାଇକ୍ ପାଇଛି । ଲୋକମାନେ କମେଣ୍ଟ ସେକ୍ସନରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି ଯେ, “ସେୟାର ଏବଂ ସୂଚନା ପାଇଁ ଧନ୍ୟବାଦ । ପ୍ରଥମ ଥର ପାଇଁ ଏହା ବିଷୟରେ ଶୁଣିବା ପାଇଁ ମିଳିଛି । ଏଭଳି ଅନେକ ୟୁଜର୍ସ ନିଜର ଭିନ୍ନ ଭିନ୍ନ ମତ ଦେଇଥିବା ଦେଖିବାକୁ ମିଳିଛି । ବାଘଙ୍କ ସଂଖ୍ୟା ପୃଥିବୀରୁ ଲୋପ ପାଉଥିବା ବେଳେ ଏଭଳି ବିରଳ ପ୍ରଜାତିର ବାଘକୁ ଦେଖି ଲୋକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.