ସୋଏବ ମଲିକ ଇନ୍‌ଷ୍ଟାଗ୍ରାମ ବାୟୋରୁ ହଟାଇଲେ ସାନିଆ ମିର୍ଜାଙ୍କ ନାମ, ଛାଡ଼ପତ୍ର ଖବରକୁ ନେଇ ପୁଣି ଚର୍ଚ୍ଚା ଜୋର୍‌

ସାନିଆ ଓ ସୋଏବ ୨୦୧୦ରେ ବିବାହ କରିଥିଲେ। ଏହାପରଠାରୁ ସେମାନେ ଦୁବାଇରେ ରହୁଛନ୍ତି। ସାନିଆ ୨୦୧୮ରେ ପୁଅ ଇଜାନ୍‌ଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଏବେ କିଛି ରିପୋର୍ଟରେ ଦାବି କରାଯାଉଛି କି, ସାନିଆ ଓ ସୋଏବ ନିଜର ୧୨ ବର୍ଷର ବୈବାହିକ ସମ୍ପର୍କକୁ ଭାଙ୍ଗି ଦେଇଛନ୍ତି।

ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜା ଓ ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା। ଯଦିଓ ପୂର୍ବରୁ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ଅନେକ ଥର ଚର୍ଚ୍ଚା ହୋଇ ସାରିଛି, ହେଲେ ଏଥର ଯେଉଁ ଖବର ସାମ୍ନାକୁ ଆସିଛି, ସେଥିରୁ ଦୁହେଁ ଅଲଗା ହୋଇ ସାରିଥିବା ଅନୁମାନ କରାଯାଉଛି।

ପୂର୍ବରୁ ଯେତେବେଳେ ସାନିଆ ଓ ସୋଏବ ଅଲଗା ହେବା ନେଇ ଖବର ଆସିଥିଲା, ସେହି ସମୟରେ କାହାର କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ପରେ ଉଭୟ ଏକାଠି ଓଟିଟି ସିରିଜ୍‌ ‘ଦ ମିର୍ଜା ମଲିକ ଶୋ’ ହୋଷ୍ଟ୍‍ କରିଥିଲେ। କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କାରଣ, ନିକଟରେ ସୋଏବ ମଲିକ ନିଜର ଇନ୍‌ଷ୍ଟାଗ୍ରାମ ବାୟୋରେ କିଛି ପରିବର୍ତ୍ତନ କରିଛନ୍ତି।

ସୋଏବଙ୍କ ଇନ୍‌ଷ୍ଟା ଆକାଉଣ୍ଟରେ ସାନିଆ ମିର୍ଜାଙ୍କ ନାମ ତାଙ୍କ ପତ୍ନୀଙ୍କ ରୂପେ ଲେଖା ହୋଇଥିଲା। ହେଲେ ଏବେ ଏହାକୁ ସେ ହଟାଇ ଦେଇଛନ୍ତି। ପୂର୍ବରୁ ବାୟୋରେ ଲେଖା ହୋଇଥିଲା, ‘ସୁପରଓ୍ଵିମେନ୍‌ ସାନିଆ ମିର୍ଜାଙ୍କ ସ୍ୱାମୀ’। ବର୍ତ୍ତମାନ ସୋଏବ ଏହି ଟ୍ୟାଗ୍‌କୁ ହଟାଇ ଦେଇଥିବା ଦେଖିବାକୁ ମିଳିଛି। ଏଭଳି ପରିବର୍ତ୍ତନ ପରେ ନେଟିଜନ୍ସ ଅନୁମାନ କରୁଛନ୍ତି ଯେ ସାନିଆ ଓ ସୋଏବ ଅଲଗା ହେବାକୁ ଯାଉଛନ୍ତି।

sani2
photo: amarujala

ଦୁହେଁ ୨୦୧୦ରେ ବିବାହ କରିଥିଲେ। ଏହା ପର ଠାରୁ ସେମାନେ ଦୁବାଇରେ ରହୁଛନ୍ତି। ସାନିଆ ୨୦୧୮ରେ ପୁଅ ଇଜାନ୍‌ଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଏବେ କିଛି ରିପୋର୍ଟରେ ଦାବି କରାଯାଉଛି କି, ସାନିଆ ଓ ସୋଏବ ନିଜର ୧୨ ବର୍ଷର ବୈବାହିକ ସମ୍ପର୍କକୁ ଭାଙ୍ଗି ଦେଇଛନ୍ତି ଏବଂ ଦୁହେଁ ମିଶି ପୁଅର ଲାଳନପାଳନ କରୁଛନ୍ତି।

ଏହା ବି ଗୁଜବ ଉଠିଥିଲା କି, ସୋଏବ, ସାନିଆଙ୍କୁ ଧୋକା ଦେଉଛନ୍ତି। ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ରର କାରଣ ହେଉଛନ୍ତି ଆୟଶା ଉମର। ସୋଏବ ମଲିକ ତାଙ୍କ ସହିତ ଏକ ଅନ୍ତରଙ୍ଗ ଫଟୋସୁଟ୍‌ କରିଥିଲେ। ଏହି ଫଟୋଗୁଡ଼ିକ ସେତେବେଳେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.