ଋଷର ଏହି ମହିଳା କରିଛନ୍ତି ୧୦ ପୁରୁଷଙ୍କ ବଳାତ୍କାର, ପୀଡ଼ିତ ବଖାଣିଲେ ଅଙ୍ଗେନିଭା କଥା

ଋଷରେ ଜଣେ ଏମିତି ମହିଳାଙ୍କ କେସ୍‌ ସାମ୍ନାକୁ ଆସିଛି ଯିଏ ଏବେ ପର୍ଯ୍ୟନ୍ତ ୧୦ ଜଣ ପୁରୁଷଙ୍କୁ ଦୁଷ୍କର୍ମ କରିସାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଷ୍କର୍ମ ମାମଲାରେ ସବୁବେଳେ ପୁରୁଷଙ୍କୁ ଗିରଫ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ କୌଣସି ମହିଳାଙ୍କୁ ଏଭଳି ମାମଲାରେ ଗିରଫ କରାଯାଇଛି। ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ସାଜିଛି।

woman-raped men

ଋଷର ତାମ୍ବୋବରେ ବାସ କରୁଥିବା ଏହି ମହିଳା ଜଣକ ‘ଋଷିଆନ୍‌ ବ୍ଲାକ୍‌ ଓ୍ଵିଡୋ’ ଭାବେ ମଧ୍ୟ ପରିଚିତ। ତାଙ୍କ ପ୍ରକୃତ ନାଁ ହେଉଛି ବଲେରିଆ କେ। ରିପୋର୍ଟ ମୁତାବକ ଏହି ମହିଳାଙ୍କୁ ହରର ଫିଲ୍ମ ଖୁବ୍‌ ପସନ୍ଦ ଓ ସେ ବୁଢ଼ିଆଣୀଙ୍କୁ ଭଲ ପାଆନ୍ତି।

harashment2

କେମିତି କରନ୍ତି ବଳାତ୍କାର:

ମହିଳା ଜଣକ ପୁରୁଷଙ୍କୁ ପ୍ରଥମେ ନିଜ ଜାଲରେ ଫସାଇଥାନ୍ତି। ପୁଅମାନଙ୍କ ସହ ତାଙ୍କ ଘରକୁ ଯିବାକୁ ମଧ୍ୟ ରାଜି ହୋଇଯାଆନ୍ତି। ଏକାନ୍ତରେ ଦେଖାହେବା ପରେ ସେ ପୁରୁଷଙ୍କୁ ମଦରେ ନିଶା ଔଷଧ ମିଶାଇ ପିଆଇବା ପରେ ଜବରଦସ୍ତ ସେମାନଙ୍କ ପୋଷାକ ଖୋଲି ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି। ମହିଳାଙ୍କ କହିବାନୁସାରେ କେତେକ ପୁଅ ନିଜ ଇଚ୍ଛାରେ ସମ୍ପର୍କ ସ୍ଥାପନ କରୁଥିବା ବେଳେ ଆଉ କିଛି ମନା କରିଥାନ୍ତି। ଏଣୁ ମନା କରଥିବା ଯୁବକଙ୍କୁ ସେ ଜବରଦସ୍ତ ବଳାତ୍କାର କରିଥାନ୍ତି।

sexual harashment by women

କେମିତି ପ୍ରଘଟ ହେଲା ଖବର:

ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ଯୁବକ ମହିଳାଙ୍କ ବିଷୟରେ ଖୁଲାସା କରିଥିଲେ। ତାଙ୍କ ଶରୀରରେ ବିଷ ଖେଳିଯିବା ସହ ଲିଙ୍ଗରେ କ୍ଷତ ହୋଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଯୁବକ ଜଣକ କହିଥିଲେ ଯେ ସମ୍ବନ୍ଧ ବନାଇବା ବେଳେ ମହିଳା ଜଣକ ପୁରୁଷଙ୍କୁ ରଶିରେ କଷିକି ବାନ୍ଧି ଦେଇଥା’ନ୍ତି ଯେମିତି କି ସେ ଖେଲିପାରିବେନି ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ସମ୍ପର୍କ ରଖିପାରିବେ। ମହିଳାଙ୍କ ଏହି କାମକୁ ୯ ଜଣ ବିରୋଧ କରିଥିଲେ। କିନ୍ତୁ ୧୦ ନମ୍ବର ବ୍ୟକ୍ତି ମହିଳାଙ୍କୁ ହଟ୍‌ ବୋଲି କହିବା ସହ ନିଶାରେ ଥିବାରୁ ସେ ସମ୍ପୂର୍ଣ୍ଣ ଉପଭୋଗ କରିପାରିନଥିବା କହିଥିଲେ। ରିପୋର୍ଟ ମୁତାବକ ମହିଳା ଜଣକ ମଦରେ ଏକ ଏମିତି ନିଶା ମିଶାନ୍ତି ଯାହାର ପ୍ରଭାବ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଶରୀରରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.