୧୭ ବର୍ଷୀୟ ଯୁବତୀଙ୍କ ପେଟ ଭିତରେ ବଢ଼ୁଥିଲା କିଛି ଏପରି.. ସର୍ଜରୀରୁ ଜଣା ପଡିଲା ଆଶ୍ଚର୍ଯ୍ୟକର ତଥ୍ୟ

ମଣିଷ ଶରୀରରେ ବେଳେବେଳେ ଜଣା ଅଜଣାରେ ଏଭଳି କିଛି ପରିବର୍ତ୍ତନ ହୋଇଥାଏ ଯାହାକି ନିଜେ ବ୍ୟକ୍ତିଙ୍କୁ ମଧ୍ୟ ଜଣାନଥାଏ । ଏପରି କିଛି ଘଟିଛି ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ । ଅନେକ ସମୟରେ ତାଙ୍କ ପେଟ ଭିତରେ ଯନ୍ତ୍ରଣା ହେଉଥିଲା କିନ୍ତୁ ଏହାର କାରଣ ଜଣାପଡୁନଥିଲା । ନିକଟରେ ଏକ ସର୍ଜରୀ କରାଇବା ଦ୍ୱାରା ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି । ଦେଖାଯାଇଛି ଯେ ମହିଳାଙ୍କ ପେଟେ ଭିତରେ ଏକ ବିକୃତ ଯମଜ ବଢ଼ୁଥିଲେ ଯାହାକି ଟ୍ୟୁମର ଭଳି ଅଟେ ।
ବ୍ରିଟିଶ ମେଡିକାଲ ଜର୍ଣ୍ଣାଲଙ୍କ ଏକ ରିପୋର୍ଟ ଅନୁଯାୟୀ ଯୁବତୀଙ୍କ ପେଟ ଭିତରେ ଆଂଶିକ ରୂପେ ଏକ ଯମଜ ବଢୁଥିଲେ । ଏପରି ପ୍ରାୟ ପାଞ୍ଚ ବର୍ଷ ଧରି ଚାଲି ଆସୁଥିଲା । ଏହି ପ୍ରକାରେ ମହିଳାଙ୍କ ପେଟ ଭିତରେ ଯନ୍ତ୍ରଣା, ଭୋକ ନ ଲାଗିବା ଏବଂ ଆଘାତ ଦେବା ଭଳି କଷ୍ଟ ହେଉଥିଲା ବୋଲି କହୁଥିଲେ । ଯେତେବେଳେ ଡାକ୍ତରମାନେ ଏହାର ପରୀକ୍ଷା କରିଥିଲେ ସେତେବେଳେ ଏହା ଏକ ଆବୁ ପିଣ୍ଡ ଭଳି ଜଣାପଡିଥିଲା ଯାହାକି ଅତ୍ୟନ୍ତ କଠିନ ଥିଲା ।
ଡାକ୍ତରଙ୍କ କହିବା ଅନୁଯାୟୀ ସିଟି ସ୍କାନ ପରେ ଯୁବତୀଙ୍କ ପେଟ ଭିତରେ ଥିବା ଟ୍ୟୁମରର କ୍ୟାଲସିୟମ ଅଂଶଟି ସମ୍ପୂର୍ଣ ଧଳା ଦେଖା ଯାଉଥିଲା କିନ୍ତୁ ଅତି ନିରୀକ୍ଷଣ କଲାପରେ କ୍ୟାଲସିୟମ ଅଂଶଟି ହାଡର ରୂପ ନେଇଥିଲା ଏବଂ ଏହାର କିଛି ଅଂଶରେ ଚୁଟି ଓ ଦାନ୍ତ ବାହାରି ଆସିଥିଲା ।
ଏହି ଆବୁ ପିଣ୍ଡକୁ ଟେରାଟୋମା ବୋଲି କୁହାଯାଇଥାଏ । ଏହା ଟ୍ୟୁମରର ଏକ ଅଂଶ ଅଟେ ଯାହାକି ଅନେକ ପ୍ରକାର ଟିସୁକୁ ନେଇ ଉତ୍ପନ୍ନ ହୋଇଥାଏ । ଏହା ଭୃଣ ବା ପିଲା ବୃଦ୍ଧି ହେଲା ଭଳି ଦେଖାଯାଇଥାଏ କିନ୍ତୁ ଏଥିରେ ଭୃଣ ନଥାଏ । ଏହା ସାଧାରଣତଃ ଅଣ୍ଡାଶୟ, ଅଣ୍ଡକୋଷ ଅଥବା ଟେଲବୋନରେ ହୋଇଥାଏ ।
ଏହାସହ ପଢନ୍ତୁ ମଣିଷ ଶରୀରରେ ମଧ୍ୟ ଲାଗିପାରିବ ‘ଘୁଷୁରୀ ହୃତ୍ପିଣ୍ଡ’, ଆପଣ ବି ଜାଣି ଆଶ୍ଚର୍ଯ୍ୟ ହେବେ
ଏହି ଯୁବତୀଙ୍କ ଟେରାଟୋମା କିନ୍ତୁ ଅନେକ କାରଣରୁ ଅଜବ ଥିଲା । ତାଙ୍କ ଟ୍ୟୁମର ଏକ ବିକୃତ ଯାଆଁଳା ପିଲାର ରୂପ ନେଇଥିଲା । ଭୃଣ ଭିତରେ ଭୃଣ ବଢିବା ଘଟଣା ପ୍ରାୟ ୫ ଲକ୍ଷ ଘଟଣାରେ ଗୋଟିଏ ହୋଇଥାଏ ।