ରାମ ଭକ୍ତଙ୍କ ଅନନ୍ୟ ଯାତ୍ରା, ଚାଲି ଚାଲି ଯିବେ ବ୍ରହ୍ମପୁରରୁ ଅଯୋଧ୍ୟା

ଦୀର୍ଘ ୧୫୦୦ କିଲୋମିଟର ଚାଲି ଚାଲି ଯିବା ପାଇଁ ମନସ୍ଥ କରିଛନ୍ତି ଏମାନେ । ଆଜିର ସମୟରେ ଯୁବପିଢ଼ିମାନେ ମୋବାଇଲ ଚଲାଇବାରେ ସମୟ ବିତାଉଛନ୍ତି । କିନ୍ତୁ ଏ ଯୁବକମାନଙ୍କ ମନରେ କେବଳ ରାମ ହିଁ ରାମ ।

ଜୟ ଶ୍ରୀରାମ ନାରା ଦେଇ ବାହାରିଛନ୍ତି ସୁଦୂର ଅଯୋଧ୍ୟାକୁ । ସୃଷ୍ଟି କରିଛନ୍ତି ଭକ୍ତି ଭାବର ଅନନ୍ୟ ଉଦାହରଣ । ଦୂର ବାଟକୁ ନେଇ ମନରେ ଟିକେ ବି ଭୟ ନାହିଁ । ଭକ୍ତି ଭାବନା ଥିଲେ ପଥର ବି ଫୁଲ ହୋଇଯାଏ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଏ ୪ ଯୁବକ । ଚାଲି ଚାଲି ଯିବେ ଅଯୋଧ୍ୟା ।

ଦୀର୍ଘ ୫୦୦ ବର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ଠାରେ ଆସନ୍ତା ଜାନୁଆରୀ ୨୨ ତାରିଖ ଦିନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ଦେଶର ସମସ୍ତ ରାମ ଭକ୍ତଙ୍କ ପାଇଁ ଆନନ୍ଦର ବିଷୟ । ଏହି ଅବସରରେ ବ୍ରହ୍ମପୁର ସହରର ମ୍ୟୁନିସିପାଲିଟି କଲୋନୀ ବସ୍ତିର ୪ ଜଣ ରାମ ଭକ୍ତ ଚାଲି ଚାଲି ଅଯୋଧ୍ୟା ଗସ୍ତରେ ବାହାରିଛନ୍ତି । ସହରର କାମ୍ପସାହିସ୍ଥିତ ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ଚାରିଜଣ ଚାଲି ଚାଲି ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ଦେବା ନିମନ୍ତେ ଅଯୋଧ୍ୟା ପଦ ଯାତ୍ରା ଆରମ୍ଭ କରିଛନ୍ତି । ଛତିଶଗଡ, ମଧ୍ୟପ୍ରଦେଶ ପରେ ଉତ୍ତର ପ୍ରଦେଶ ଦେଇ ପ୍ରାୟ ୧୫ ଶହ କିଲୋମିଟର ଯାତ୍ରା କରିବେ ଏହି ଚାରି ଜଣ । ଯାତ୍ରା ଆରମ୍ଭ ବେଳେ ସ୍ଥାନୀୟ ଲୋକେ ଉପସ୍ଥିତ ରହି ୪ ଜଣ ରାମ ଭକ୍ତଙ୍କୁ ଉତ୍ସାହିତ କରିଥିଲେ ।

ଭକ୍ତି ଆଗରେ ହାର ମାନିଛି ଦୂର ରାସ୍ତା । ଶ୍ରୀରାମଙ୍କ ପାଇଁ ମନରେ ରହିଛି ଅଗାଢ଼ ବିଶ୍ୱାସ । ସେଥିପାଇଁ ଦୀର୍ଘ ୧୫୦୦ କିଲୋମିଟର ଚାଲି ଚାଲି ଯିବା ପାଇଁ ମନସ୍ଥ କରିଛନ୍ତି ଏମାନେ । ଆଜିର ସମୟରେ ଯୁବପିଢ଼ିମାନେ ମୋବାଇଲ ଚଲାଇବାରେ ସମୟ ବିତାଉଛନ୍ତି । କିନ୍ତୁ ଏ ଯୁବକମାନଙ୍କ ମନରେ କେବଳ ରାମ ହିଁ ରାମ । ଏମାନେ ଜାନୁୟାରୀ ୨୨ ମଧ୍ୟରେ ଅଯୋଧ୍ୟା ନଗରୀରେ ପହଞ୍ଚିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଚାଲି ଚାଲି ଏତେ ଦୂର ବାଟ ଯିବେ ବୋଲି ସ୍ଥାନୀୟ ଲୋକମାନେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.