ଜାଣନ୍ତୁ ଏକ ବିରଳ ପ୍ରଜାତିର ଆମ୍ବ, ଯାହାକୁ କୁହାଯାଏ ‘ଆମ୍ବର ମଲ୍ଲିକା’

ଗରମ ଆରମ୍ଭ ହୋଇଯିବା ପରେ ବଜାରରେ ସବୁ ପ୍ରକାର ଆମ୍ବର ସମ୍ଭାର ଲାଗିଲାଣି । ଗ୍ରାହକଙ୍କ ଚାହିଦା ମୂତାବକ ବଜାରରେ ଭଳିକି ଭଳି ନୂଆ ରକମର ଆମ୍ବ ମଧ୍ୟ ବିକ୍ରି କରୁଛନ୍ତି ଦୋକାନୀ । ଯେହେତୁ ଆମ୍ବ କେବଳ ଖରା ସିଜିନରେ ଆସିଥାଏ ଓ ଲୋକଙ୍କ ଚାହିଦା ଥାଏ ସେଥିପାଇଁ ଆମ୍ବକୁ ଫଳମାନଙ୍କ ରାଜା ବୋଲି କୁହାଯାଏ । ହେଲେ ଆପଣ ଜାଣିଛନ୍ତି କି,ଯେମିତି ଫଳ ମାନଙ୍କ ଭିତରେ ରାଜା ହୋଇଥାଏ ଆମ୍ବ ସେହିପରି ଆମ୍ବ ମାନଙ୍କ ମଧ୍ୟରେ ଏକ ପ୍ରଜାତିର ଆମ୍ବ ‘ନୁରଜାହାଁ’ ଯାହାକୁ ‘ଆମ୍ବର ମଲ୍ଲିକା ‘ ବୋଲି କୁହାଯାଏ । ଏହାର ଓଜନ ସର୍ବନିମ୍ନ ୨.୫କେଜି ,ଟାକୁଆର ଓଜନ ୧୫୦ରୁ ୨୦୦ଗ୍ରାମ ଓ ଆମ୍ବର ଉଚ୍ଚତା ୧ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଆମ୍ବ କେବଳ ମଧ୍ୟପ୍ରଦେଶର ଅଲିରାଜପୁର କଠିବାଡା ଅଞ୍ଚଳରେ ମିଳିଥାଏ ଓ ଏହାର ଗୋଟା ଦାମ ୫୦୦ ଟଙ୍କା ବୋଲି ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.