Below header

ଏତେ ବଡ ଦୁର୍ଘଟଣା ଛାତି ଥରି ଉଠିବ ! ହେଲେ ଏୟାର୍ ବ୍ୟାଗ୍ ପାଇଁ ବଞ୍ଚିଗଲେ ସମସ୍ତେ

କଥାରେ ଅଛି ଭାଗ୍ୟ ଯଦି ସାଥ ଦିଏ, କେହି କିଛି ବି ଟିକେ ବିଗାଡି ପାରନ୍ତିନାହିଁ । କିଛି ଲୋକ ସାମାନ୍ୟ ଘଟଣାରେ ଦୁନିଆ ଛାଡି ଚାଲି ଯାଉଥିବା ବେଳେ କିଛି ଜଣଙ୍କର ଭାଗ୍ୟ ଏମିତି ଟାଣ ଥାଏଯେ ଯେତେ ବଡ ଧରଣର ବିପଦ ଆସିଲେ ବି ସେମାନେ ତରିଯାନ୍ତି । ଯେମିତି ମୃତ୍ୟୁ କୁ ଏମାନେ ଜୟ କରିଯାନ୍ତି ।

ଗଜପତି (କେନ୍ୟୁଜ): କଥାରେ ଅଛି ଭାଗ୍ୟ ଯଦି ସାଥ ଦିଏ, କେହି କିଛି ବି ଟିକେ ବିଗାଡି ପାରନ୍ତିନାହିଁ । କିଛି ଲୋକ ସାମାନ୍ୟ ଘଟଣାରେ ଦୁନିଆ ଛାଡି ଚାଲି ଯାଉଥିବା ବେଳେ କିଛି ଜଣଙ୍କର ଭାଗ୍ୟ ଏମିତି ଟାଣ ଥାଏଯେ ଯେତେ ବଡ ଧରଣର ବିପଦ ଆସିଲେ ବି ସେମାନେ ତରିଯାନ୍ତି । ଯେମିତି ମୃତ୍ୟୁ କୁ ଏମାନେ ଜୟ କରିଯାନ୍ତି । ଯାହାର ଏକ ଜ୍ଵଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି ।

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତରେ ଘଟିଛି ଭୟଙ୍କର ଦୁର୍ଘଟଣା । ମହେନ୍ଦ୍ରଗିରି ପର୍ବତ ବୁଲିଯାଇଥିବାବେଳେ ୫୦ଫୁଟ ତଳକୁ ଖସିଲା କାର୍ ତାପରେ ଯାହା ହୋଇଥିବ ଆପଣ ଭାବିଲା ବେଳକୁ ବିଛାତି ଥରି ଉଠୁଥିବ ଆଜ୍ଞା । ସୂଚନା ମୁତାବକ, ବ୍ରହ୍ମପୁରର ପାଞ୍ଚ ଜଣ ପର୍ଯ୍ୟଟକ ମହେନ୍ଦ୍ରଗିରି ପର୍ବତ ବୁଲିବାକୁ ଯାଇଥିବାବେଳେ, କାର୍ ଟି ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡିଛି । ହେଲେ କଥାରେ ଅଛି ଯାହାକୁ ଭଗବାନ୍ ରକ୍ଷା କରିବେ ତାର ବା କାଳ କଣ କରିପାରିବ । ସୌଭାଗ୍ୟ ବଶତଃ ଏତେ ବଡ ଦୁର୍ଘଟଣାରେ କାହାର ଜୀବନ ଯାଇନାହିଁ । କେବଳ କାରରେ ବସିଥିବା ଜଣେ ମହିଳାଙ୍କ ବାମ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଚାରିଜଣ ସୁରକ୍ଷିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଶୁକ୍ରବାର ବ୍ରହ୍ମପୁର ସହରର ଚାରି ଜଣଙ୍କ ସମେତ ଡ୍ରାଇଭର ଏକ କାର ଯୋଗେ ଐତିହାସିକ ସ୍ଥଳ ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫେରୁଥିବାବେଳେ ଅପରାହ୍ନ ଚାରିଟା ସମୟରେ ହଠାତ୍ କାର୍ ଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ପାହାଡ଼ ତଳକୁ ଖସି ଯାଇଥିଲା । ଯାହା ଫଳରେ କାରଟି ଭାଙ୍ଗି ଚୁରମାର ହୋଇଯାଇଥିଲେ ମଧ୍ୟ କାରର ବେଲୁନ ପ୍ରୁଫ ସଠିକ ସମୟରେ କାମ ଦେଇଥିଲା । ଯାହା ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ କାର୍ ରେ ସବିଥିବା ଯାତ୍ରୀ ।

ରୋଜାଲିନ୍ ପ୍ରଧାନ ନାମକ ଜଣେ ୩୩ବର୍ଷିୟା ମହିଳାଙ୍କ ବାମ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଚାରିଜଣଙ୍କ ବିଶେଷ ଭାବେ କିଛି କ୍ଷତି ହୋଇନାହିଁ । ତେବେ ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପରେ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରୁ ରୋଜାଲିନଙ୍କୁ ବ୍ରହ୍ମପୁରକୁ ଅଧିକା ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଗାରାବନ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏତେ ବଡ ଦୁର୍ଘଟଣାରୁ ବର୍ତ୍ତିଯିବାପରେ ଯାତ୍ରୀମାନେ ବିଶ୍ୱାସ ବି କରିପାରିନଥିଲେକି ସେମାନେ ରକ୍ଷା ପାଇଯାଇଛନ୍ତି ବୋଲି । କିନ୍ତୁ ସତ କଥାଟା ହେଲା ସେହି ସମୟରେ ସେମାନଙ୍କ ଭାଗ୍ୟ ସେମାନଙ୍କା ସାଥ୍ ଦେଇଥିଲା । ଶରୀରର ପ୍ରତିଟି ଅଂଶ ମାଡ ହୋଇଥିଲେ ବି ସମସ୍ତଙ୍କ ଜୀବନ କିନ୍ତୁ ରକ୍ଷା ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.