ଚନ୍ଦ୍ର ତିଆରି ହେଲା କିପରି?

ଚନ୍ଦ୍ର ବିଷୟରେ କାହାକୁ କିଛି ବି ଜଣାନଥିଲା। ପ୍ରଥମେ ଆପୋଲୋ ୧୧ ମହାକାଶ ଯାନ ଚନ୍ଦ୍ରକ ୁ ଯିବା ପରେ ମଣିଷ ପ୍ରଥମର ଥର ପାଇଁ ଜହ୍ନରେ ପାଦ ରଖିଲା। ଏହାପରେ ଏଠାରେ ଥିବା ରହସ୍ୟ ସମ୍ପର୍କରେ ଧିରେ ଧିରେ ଜଣାପଡ଼ିଲା। ସେମାନେ ସେହି ସମୟରେ ଚନ୍ଦ୍ରପୃଷ୍ଠ ରୁ ଫେରିବା ଆଗରୁ ଏକ ଇମ୍ପାକ୍ଟ ଛାଡ଼ିଥିଲେ। ଅନ୍ୟ ଏକ ସାଟେଲାଇଟକୁ ଚନ୍ଦ୍ରରେ ବାଡ଼େଇଥିଲେ। ଏହା ଠିକ ସେହପରି ଶବ୍ଦ ବାହାର କଲା ଯେପରି ଭିତରେ କିଛି ବି ନାହିଁ। ଏଣୁ ଜଣାପଡ଼ିଲା ଚନ୍ଦ୍ର ଭିତରୁ ଫମ୍ପା ରହିଛି।

ଜହ୍ନ, ଦେଖିବାକୁ ଯାହା ଖୁବ ସୁନ୍ଦର। ରାତିର ଘନ ଅନ୍ଧକାରରେ ଆକାଶରେ ତାରା ମାନଙ୍କ ସହ ଶୋଭାପାଏ ଏହି ଜହ୍ନ। କୁହାଯାଏ ଜହ୍ନକୁ ଦେଖି କ୍ୟାଲେଣ୍ଡର ତିଆରି କରାଯାଇଛି। ଏହାକୁ ନେଇ ଅନେକ କାହାଣୀ ମଧ୍ୟ ସାମ୍ନାକୁ ଆସିଛି। ସୁନ୍ଦର ଜହ୍ନକୁ ଦେଖି ସମସ୍ତଙ୍କଆଖି ଲାଖିଯାଏ। ରାତିରେ ଜହ୍ନ ଆଲୁଅ ଥଣ୍ଡା ପ୍ରକାଶ ପ୍ରଦାନ କରିଥାଏ। ବିଶେଷ କରି ପୂର୍ଣ୍ଣିମାରେ ଏହାର ତେଜ ଅଧିକ ଥାଏ। ଏମିତିରେ ସୋଲାର ସିଷ୍ଟମରେ ପୃଥିବୀ ଗୋଟିଏ ବାଲାନ୍ସ ରହିଥାଏ।

ଏହା ତ ସମସ୍ତେ ଜାଣିଛନ୍ତି ସୂର୍ଯ୍ୟ ଚନ୍ଦ୍ର ପାଇଁ ଏ ଧରାପୃଷ୍ଠରେ ଜୀବ ଜଗତ ବଞ୍ଚି ରହିଛନ୍ତି। ପୃଥିବୀର ନିକଟତର ଚନ୍ଦ୍ରମା ହି ରହିଛି। ଏହାକୁ ନେଇ ଅନେକ ରହସ୍ୟ ଲୁୂଚି ରହିଛି।

ଚନ୍ଦ୍ର ବିଷୟରେ କାହାକୁ କିଛି ବି ଜଣାନଥିଲା। ପ୍ରଥମେ ଆପୋଲୋ ୧୧ ମହାକାଶ ଯାନ ଚନ୍ଦ୍ରକ ୁ ଯିବା ପରେ ମଣିଷ ପ୍ରଥମର ଥର ପାଇଁ ଜହ୍ନରେ ପାଦ ରଖିଲା। ଏହାପରେ ଏଠାରେ ଥିବା ରହସ୍ୟ ସମ୍ପର୍କରେ ଧିରେ ଧିରେ ଜଣାପଡ଼ିଲା। ସେମାନେ ସେହି ସମୟରେ ଚନ୍ଦ୍ରପୃଷ୍ଠ ରୁ ଫେରିବା ଆଗରୁ ଏକ ଇମ୍ପାକ୍ଟ ଛାଡ଼ିଥିଲେ। ଅନ୍ୟ ଏକ ସାଟେଲାଇଟକୁ ଚନ୍ଦ୍ରରେ ବାଡ଼େଇଥିଲେ। ଏହା ଠିକ ସେହପରି ଶବ୍ଦ ବାହାର କଲା ଯେପରି ଭିତରେ କିଛି ବି ନାହିଁ। ଏଣୁ ଜଣାପଡ଼ିଲା ଚନ୍ଦ୍ର ଭିତରୁ ଫମ୍ପା ରହିଛି।

ଚନ୍ଦ୍ର ତିଆରି ହେଲା କିପରି? ଏହାକୁ ନେଇ ବଡ଼ ପ୍ରଶ୍ନ ଉଠିଥିଲା।
ଅନେକ ବୈଜ୍ଞାନିକ କହିଥିଲେ ଯେ ଏକ ବଡ଼ି ପୃଥିବୀ ସହ ମାଡ଼ ହେବା ପରେ ଚନ୍ଦ୍ର ତିଆରି ହେଲା। କିନ୍ତୁ ଗଠନ ଶୈଳୀକୁ ଦେଖିଲେ ପୃଥିବୀ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ଅଲଗା। ସୂଚନା ଅନୁସାରେ ଚନ୍ଦ୍ର ପୃଥିବୀଠାରୁ ୪ ଗୁଣା ଛୋଟ ରହିଛି। ଆଉ ବୈଜ୍ଞାନିକଙ୍କ କହିବା ଅନୁସାରେ ପୃଥିବୀ ଆଷ୍ଟ୍ରଏଡ କୁ ନିଜ ଆଡକୁ ଟାଣିବା ଯେତିକି ସହଜ ଚନ୍ଦ୍ରକୁ ଟାଣି ତାକୁ ପାଖରେ ରଖିବା ସେତିକି କଷ୍ଟ।

ଏଠାରେ ଥିବା ଗୁରୁତ୍ୱାକର୍ଷଣ ବଳ ଅଲଗା ଭାବେ କାମ କରେ। ଏହାକୁ ବୁଝିବା ପାଇଁ ଅନେକ ମିଶନ ମଧ୍ୟ କରାଯାଇଛି। କାହାକୁ ଏହା ବିଷୟରେ ଜଣାପଡ଼ିନାହିଁ। ଏହାର ଆକାରକୁ ନେଇ ମନରେ ପ୍ରଶ୍ନ ଉଠିଥାଏ। ରିପୋର୍ଟ କୁ ଦେଖିଲେ ଜଣାପଡ଼େ ଚନ୍ଦ୍ର ପୃଷ୍ଠର ଆକାର ପୃଥିବୀ ଠାରୁ ୧/୪ ଭାଗ ରହିଛି। ମାନେ ପୃଥିବୀରେ ଏପରି ୪ ଟି ଚନ୍ଦ୍ର ରହିଯିବେ। ଏମିିତିରେ କୁହାଯାଏ ପ୍ରତ୍ୟେକ ଗ୍ରହର ନିଜ ନିଜ ଚନ୍ଦ୍ରପୃଷ୍ଠ ରହିଛି। ଯାହାକି ପରସ୍ପରଠୁ ପୂରା ଅଲଗା ରହିଥାଏ। ଜୁପିଟର ର ଚନ୍ଦ୍ରର ଆକାର ଅନୁଯାୟୀ ଏଥିରେ ମୋଟ ୮୮ ଟି ଚନ୍ଦ୍ର ରହିଯିବେ। ମାନେ ଏହାର ଚନ୍ଦ୍ରପୃଷ୍ଠ ବହୁତ ଛୋଟ ।

କିନ୍ତୁ ପୃଥିବୀର ଚନ୍ଦ୍ରପୃଷ୍ଠ ସବୁଠୁ ବଡ଼ ଆକାରର ରହିଛି। କୁହାଯାଏ ଚନ୍ଦ୍ର ପୃଥିବୀର ଚାରିପଟେ ପରଫେକ୍ଟ ସର୍କୁଲାର ଅର୍ବିଟରେ ଘୂରି ବୁଲୁଛି। ଏମିତିରେ ଅନ୍ୟାନ୍ୟ ଗ୍ରହ କକ୍ଷ ପଥରେ ବୁଲିବା ସମୟରେ କିଏ କାହା ସହ ସମାନ ସ୍ଥିତିରେ ଯାଇ ନଥାଏ। ଆଗପଛ ହୋଇ ଏମାନେ ଘୂରି ବୁୁଲୁଥାନ୍ତି। ଏହା ପୃଥିବୀ ର ସନ୍ତୁଳନକୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରୁଛି। ଯାହା କାରଣରୁ ଜଳବାୟୁର ପରିବର୍ତ୍ତନ ସଠିକ ସମୟରେ ହୋଇଥାଏ।

ଆପୋଲୋ ୧୧ରେ ଯାଇଥିବା ନିଲ ଆମଷ୍ଟ୍ରଙ୍ଗ ଓ ତାଙ୍କ କ୍ରିଉ ମେମ୍ବର୍ସ ଚନ୍ଦ୍ରରେ କିଛି ଅନ୍ତରିକ୍ଷ ଯାନକୁ ଦେଖିଥିଲେ। ହୁଏତ ସେମାନେ ଏହାକୁ ଟ୍ରେସ କରିପାରନ୍ତି ବୋଲି ମଧ୍ୟ ଭାବୁଥିଲେ। ସୂଚନା ଅନୁସାରେ ନାସା ଏପର୍ଯ୍ୟନ୍ତ ଏ ଘଟଣାରେ କାହାକୁ କିଛି ବିସ୍ତାର ଭାବେ କହିନାହିଁ। ଚନ୍ଦ୍ରପୃଷ୍ଠକୁ ନେଇ ଆପଣ କଣ ଭାବୁଛନ୍ତି ଆମ ସହ ସେୟାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.