ଘର ଭିତରେ ଶୋଇଥିଲେ ମହିଳା, ହଠାତ୍‌ ଛାତ ଫଟେଇ ବେଡ୍‌ ଉପରେ ଖସିପଡ଼ିଲା ଉଲ୍‌କାପିଣ୍ଡ

ଦୁନିଆର ଅନେକ ଦେଶରୁ ଉଲ୍‌କାପିଣ୍ଡ ଖସିବାର ଅନେକ ଖବର ସାମନାକୁ ଆସିଥାଏ। କିନ୍ତୁ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ କାନାଡାରୁ ଏକ ଏମିତି ମାମଲା ସାମନାକୁ ଆସିଛି । ଯେଉଁଠି ଜଣେ ମହିଳା ବେଡ୍‌ରେ ଶୋଇଥିବା ବେଳେ ଉଲ୍‌କାପିଣ୍ଡ ଖସି ପଡ଼ିଥିଲା । ଆଶ୍ଚର୍ଯ୍ୟକର କଥା ଯେ , ମହିଳାଙ୍କର ଛାତକୁ ଫଟେଇ ଏହି ଉଲ୍‌କାପିଣ୍ଡଟି ଖସିଥିଲା ।

ଖବର ଅନୁସାରେ ଏହି ଘଟଣା କାନାଡାରେ ଘଟିଛି । ଡେଲିମେଲ୍‌ର ଏକ ରିପୋର୍ଟ ମୁତାବିକ , ଏହି ମହିଳାଙ୍କ ନାମ ରୁଥ୍‌ ହାମିଲଟନ୍‌ । ମହିଳା ରାତିରେ ନିଜର ଶେଯ ଉପରେ ଶୋଇଥିଲେ । ଅଚାନକ ତାଙ୍କ ବେଡ୍‌ ଉପରେ କୌଣସି ଜିନିଷ ଖସି ପଡ଼ିବାର ଜୋରରେ ଶବ୍ଦ ଶୁଣାଗଲା । ସେ ଖୁବ୍‌ ଡ଼ରି ଯାଇ ଉଠି ବସିପଡ଼ିଲେ । ସେ ଉପରକୁ ଦେଖିଲେ ଛାତର କିଛି ଅଂଶ ଫାଟି ଯାଇଥିଲା । ଏହା ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହାପରେ ମହିଳା ଜଣଙ୍କ ଯେବେ ଶେଯ ଉପରକୁ ଦେଖିଲେ , ସେଠାରେ ଏକ ପଥର ପଡ଼ିଥିଲା । ମହିଳାଙ୍କୁ କିଛି ବୁଝା ପଡ଼ିଲା ନାହିଁ କି ଏହା କେଉଁ ଜିନିଷ । ପରେ ସେ ବୁଝିପାରିଲେ କି ଏହି ପଥରଟି ଏକ ଉଲକାପିଣ୍ଡ। ହେଲେ ସୌଭାଗ୍ୟର କଥା ଯେ ଏହି ଉଲକାପିଣ୍ଡଟି ମହିଳା ଶୋଇଥିବା ସ୍ଥାନରୁ କିଛି ଦୂରରେ ପଡ଼ିଲା , ଯାହାକି ତାଙ୍କର କୌଣସି କ୍ଷତି ହୋଇନାହିଁ । ତଥାପି ସେ ଖୁବ୍‌ ଡ଼ରି ଯାଇଥିଲେ ।

ଉକ୍ତ ଘଟଣାଟି ୪ ଅକ୍ଟୋବର ରାତିରେ ଘଟିଥିଲା । ରୁଥ ରାତି ବେଳେ ନିଜ ରୁମରେ ଶୋଇଥିଲେ। ତେବେ ବିକଟଳ ଶବ୍ଦ ହୋଇଥିଲା। ଏହା ଶୁଣି ସେ ନିଜ ବେଡରୁ ତଳକୁ ଡେଇଁ ପଡ଼ିଥିଲେ। ଏହାର କିଛି ସମୟ ପରେ ସେ ଦେଖିଲା ବେଳକୁ ତାଙ୍କ ବେଡ୍‌ ଉପରେ ଗୋଟିଏ ବିରାଟ ପଥର ଖଣ୍ଡ ପଡ଼ିଛି। ସେ ଏହା କେଉଁଠୁ ଆସିଲା, ସେକଥା ବୁଝି ପାରି ନଥିଲେ। ହେଲେ ତାଙ୍କ ଘରର ଛାତ ମଧ୍ୟ କଣା ହୋଇ ଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ରୁଥ ଏହି ପଥର ଖଣ୍ଡ କେଉଁଠୁ ଆସିଲା ବୋଲି ଜାଣି ନ ପାରିବାରୁ ଜରୁରୀକାଳୀନ ହେଲ୍ପଲାଇନକୁ ଫୋନ କରିଥିଲେ। ସେଠାକାର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପଥରର ଯାଞ୍ଚ କରିଥିଲେ। ଏହାପରେ ଏହା ଗୋଟିଏ ଉଲକାପିଣ୍ଡ ବୋଲି ଜଣାପଡ଼ିଥିଲା। ଏହି ଘଟଣା ପରେ କିଛି ଲୋକ ସୋଶାଲ ମିଡିଆରେ ମଧ୍ୟ ଆକାଶରୁ ଉଲକାପିଣ୍ଡ ଖସିବା ବେଳେ ସେମାନେ ଦେଖିଥିବା ଦାବି କରିଛନ୍ତି। ସେହିପରି ରୁଥ ମଧ୍ୟ ଉଲକାପିଣ୍ଡକୁ ନିଜ ଘରେ ରଖିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.