୨୦୨୪ରେ ବିଶ୍ୱ ଧ୍ୱଂସ କରିବ ଆଉ ଏକ ରହସ୍ୟମୟ ଭାଇରସ୍‌! ଟାଇମ୍‌ ଟ୍ରାଭେଲର କଲେ ଭୟଙ୍କର ଦାବି…

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ସ୍ତରରେ ଆଗାମୀ ସମୟ ପାଇଁ ଭବିଷ୍ୟବାଣୀ କରି ଥାଆନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ଜ୍ୟୋତିଷ ଶାସ୍ତ୍ର ଏବଂ ସଂଖ୍ୟା ଜରିଆରେ ଗଣନା କରୁଥିବା ବେଳେ ଆଉ କିଛି ଲୋକ ନିଜକୁ ଟାଇମ୍‌ ଟ୍ରାଭେଲର ବୋଲି ଦାବି କରନ୍ତି। ଯଦିଓ ଦୁନିଆରେ ସେପରି କୌଣସି ମେସିନ୍ ନାହିଁ, ଯିଏ ଆଗାମୀ ସମୟକୁ ନେଇଯିବ। କିନ୍ତୁ ଏପରି ଲୋକେ ଦାବି କରନ୍ତି କି, ସେମାନେ ବର୍ଷ ବର୍ଷର ଆଗୁଆ ସମୟ ଦେଖି ପାରନ୍ତି।

ଏହିପରି ଟିକ୍‌ଟକରେ ନିଜକୁ ଟାଇମ୍‌ ଟ୍ରାଭେଲର ବୋଲି ଦାବି କରୁଥିବା ଜଣେ ବ୍ୟକ୍ତିଙ୍କ କହିବା ହେଲା, ୨୦୨୪ ମସିହାରେ ଆଉ ଏକ ବିପଜ୍ଜନକ ଏବଂ ରହସ୍ୟମୟ ଭାଇରସ୍‌ ଆସିବ, ଯାହା କି ପୂରା ଦୁନିଆକୁ ନିଜ କବଳକୁ ନେଇଯିବ। @Timetravlehqr ନାମକ ଆକାଉଣ୍ଟ ଚଲାଉଥିବା ଏହି ବ୍ୟକ୍ତି ଚେତାଇ ଦେଇଛନ୍ତି ଯେ ଏହି ରହସ୍ୟମୟ ଭାଇରସ୍‌ ତୃତୀୟ ଦୁନିଆର ଦେଶରୁ ଆସିବ ଏବଂ ପୂରା ବିଶ୍ୱରେ ବ୍ୟାପିଯିବ।

ଟାଇମ୍‌ ଟ୍ରାଭେଲରଙ୍କ ଅଜବ ଦାବି

ରିପୋର୍ଟ ମୁତାବକ, ଜୁନ୍ ୨୮ରେ ବ୍ୟକ୍ତି ଜଣକ ନିଜର ଏହି ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଛନ୍ତି, ‘ସାବଧାନ! କିଛି ଲୋକ ମୋ ଉପରେ ବିଶ୍ୱାସ କରନ୍ତି ନାହିଁ। ମୁଁ ଜଣେ ଟ୍ରାଇମ୍‌ ଟ୍ରାଭେଲର, ଯିଏ ୨୦୯୬ରେ ଅଛି। କିଛି ଘଟଣା ଅଛି, ଯାହା ପୃଥିବୀରେ ଘଟିବାକୁ ଯାଉଛି’।

ତାଙ୍କ ବିବରଣୀ ଅନୁସାରେ, ୨୦୨୨ରେ ଆମେରିକା UFO ସହ ଜଡିତ କିଛି ଡକ୍ୟୁମେଣ୍ଟ୍ ଦୁନିଆ ସହିତ ସେୟାର କରିବ। ୨୦୨୩ରେ ପୃଥିବୀ ତଳୁ ସବୁଠାରୁ ବଡ଼ ଜୀବିତ ଜୀବ ବାହାରିବ। ୨୦୨୪ରେ ଏକ ବିପଜ୍ଜନକ ଏବଂ ରହସ୍ୟମୟ ଭାଇରସ୍‌ ତୃତୀୟ ଦୁନିଆର ଦେଶରୁ ଜନ୍ମ ନେଇ ସମଗ୍ର ବିଶ୍ୱରେ ବ୍ୟାପି ଯିବ। ବ୍ୟକ୍ତି ଜଣକ ଏଥିପାଇଁ ପ୍ରସ୍ତୁତ ରହିବାକୁ ବି ଚେତାବନୀ ଦେଇଛନ୍ତି।

ଅନ୍ୟ ପକ୍ଷରେ ବ୍ୟକ୍ତିଙ୍କର ଏଭଳି ଭୟାନକ ଦାବି ପରେ ଲୋକେ କମେଣ୍ଟ ସେକ୍ସନରେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି। ଅନେକ ଲୋକ ତାଙ୍କୁ ନକଲି କହି UFO ଦସ୍ତାବିଜ୍‌ ପୂର୍ବରୁ ହିଁ ସାମ୍ନାକୁ ଆସିଛି ବୋଲି କହିଛନ୍ତି। ଅଧିକାଂଶ ଲୋକ ଏହି ଦାବିକୁ ଅସଲି ରୂପେ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କିନ୍ତୁ ବ୍ୟକ୍ତି ଜଣକ ନିଜ ଭବିଷ୍ୟବାଣୀ ସପୋର୍ଟରେ ଅନେକ ଜିନିଷ ସାମ୍ନାରେ ରଖିଛନ୍ତି। ବର୍ତ୍ତମାନ କେବଳ UFO ଦସ୍ତାବିଜ୍‌ ସହ ଜଡିତ ଜିନିଷ ହିଁ ସତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.