ସାପ କାମୁଡ଼ାରେ ବାଳକର ମୃତ୍ୟୁ, ଶୋଇଥିବା ବେଳେ ମାରିଲା ଚୋଟ

ସୋର (କେନ୍ୟୁଜ୍‌) : ଶୋଇଥିଲା ବେଳେ ସାପକାମୁଡାରେ ବାଳକର ମୃତ୍ୟୁ ଘଟିଛି । ପିଲାଟି ହେଉଛି ଵାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡିଆ ଗାଁର କରୁଣାକର ପ୍ରଧାନଙ୍କ ପୁଅ ତାପସ। ସେ ରାତିରେ ଶୋଇଥିବା ବେଳେ ତାର ପାଦକୁ ସାପ କାମୁଡି ଦେଵାରୁ ସେ ଚିତ୍କାର କରିଥିଲା ।

TAPAS

ପରିବାର ଲୋକେ ଜାଣିବା ପରେ ତାକୁ ପ୍ରଥମେ ଆଗରପଡା ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ଅଵସ୍ଥା ଗୁରୁତର ହେଵାରୁ ଭଦ୍ରକ ମେଡିକାଲ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ ତାପସ କୁପାରି ଉଚ୍ଚ ଵିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଡୁଥିଲା । ସେ କରୁଣାକରଙ୍କ ଵଡ଼ପୁଅ । ତାପସର ଅକାଳ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.