ଜବରଦସ୍ତ ଅନ୍ଦାଜରେ ‘Pole Dance’ କଲା ଭାଲୁ, ଥରେ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ପଶୁ-ପକ୍ଷୀମାନଙ୍କର ଭିଡିଓ ଖୁବ୍ ପସନ୍ଦ କରାଯିବା ସହ ଭାଇରାଲ ମଧ୍ଯ ହେଉଛି। ଠିକ୍ ସେହିଭଳି ଏଥର ମଧ୍ଯ ଏକ ଭାଲୁର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ମଧ୍ଯ ନିଜର ହସ ରୋକିପାରିବେନି। ଏହି ଭିଡିଓରେ ଭାଲୁଟି ଏକ ଖମ୍ବକୁ ଲାଗି ଛିଡା ହୋଇ ପିଠି କୁଣ୍ଡାଉଥିଲା କିନ୍ତୁ ଲୋକମାନେ ଏହାକୁ ପରଫେକ୍ଟ ପୋଲ୍ ଡ୍ଯାନ୍ସ କହିଛନ୍ତି। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଧା ରମନ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ସେୟାର କରିବା ସହ ସୁଧା ରମନ କହିଛନ୍ତି, ‘କଣ ଆପଣମାନେ କେବେ ଭାଲୁର ପୋଲ ଡ୍ଯାନ୍ସ ଦେଖିଛନ୍ତି? କିନ୍ତୁ ଏହା ଡ୍ଯାନ୍ସିଂ ଭିଡିଓ ନୁହେଁ। ଏହି ଭିଡିଓରେ ଭାଲୁ ନିଜ ପିଠି କୁଣ୍ଡାଇବା ପାଇଁ ଏକ ଖମ୍ବରେ ପିଠି ରଗଡୁଥିବାର ନଜର ଆସିଛି। ଯାହା ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.