ସାବଧାନ ! କାଶିବା ଛିଙ୍କିବା ଠାରୁ ବେଶୀ ବିପଦ ଆଣିପାରେ ଗୀତ ଗାଇବା

ସାଧାରଣତଃ କରୋନା ସଂକ୍ରମିତ ରୋଗୀର କାଶ କିମ୍ବା ଛିଙ୍କ ଦ୍ୱାରା ଏହି ଭୁତାଣୁ ଅତି ଦ୍ରୁତ ଗତିରେ ତାର ମୁଂହରୁ ବାହାରି ଚାରିଆଡେ ବ୍ୟାପିଥାଏ ବୋଲି ଆପଣ ଜାଣିଥିବେ । ତେବେ ନିକଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କରୋନା ସଂକ୍ରମିତ ରୋଗୀ ଯଦି ଭିଡ଼ରେ ଗୀତ ଗାଉଥିବେ ତାହେଲେ ବହୁ ସଂଖ୍ୟକ ଲୋକ ଏହାର ଶିକାର ହୋଇପାରନ୍ତି ।

Tuberculosis clipart » Clipart Station

ବ୍ରିଟେନର ସାଇଣ୍ଟିଫିକ ଆଡ଼ଭାଇଜରୀ ଗ୍ରୁପ ଅଫ ଇମରଜେନ୍ସିର ବିଶେଷଜ୍ଞମାନେ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତି ନିଶ୍ୱାସ ନେବା କିମ୍ବା କଥାବାର୍ତ୍ତା କରିବା ଅପେକ୍ଷା ଗୀତ ଗାଇବା ଦ୍ୱାରା ଏରୋସୋଲ ଆକାରରେ ଅଧିକ ଜୀବାଣୁ ନିର୍ଗତ କରେ ଯାହା ଆଖପାଖ ଲୋକଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଯେଉଁଠାରେ ସଙ୍ଗୀତକାର ଗୀତ ଗାଉଛନ୍ତି ସେଠାରେ ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ ‌। ଯଦି ସମ୍ଭବ, ଏହିପରି କାର୍ଯ୍ୟକ୍ରମରେ ଯୋଗଦେବା ଠାରୁ ଦୂରେଇ ରୁହନ୍ତୁ ‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.