ଆଇଆଇଟି କାନପୁର ବୈଜ୍ଞାନିକଙ୍କ ବଡ଼ ସଫଳତା, ମନୁଷ୍ୟ ଦେହରେ ଏବେ ଲାଗିବ ଟାଇଟେନିୟମ୍‌ ରେ ତିଆରି ହୃଦ ଯନ୍ତ୍ର

କାନପୁର : ହୃଦ ରୋଗ ଚିକିତ୍ସା କ୍ଷେତ୍ରରେ ଏବେ ମିଳିଛି ବଡ଼ ସଫଳତା । କାନପୁର ଆଇଆଇଟି ବିଶେଷଜ୍ଞମାନେ ପ୍ରସ୍ତୁତି କରିଛନ୍ତି ଏମିତି କୁତ୍ର୍ତ୍ରିମ ହାର୍ଟ ଯାହା ୨୦୨୪ ସୁଦ୍ଧା ମନୁଷ୍ୟ ଦେହରେ ଲାଗିପାରିବ । ଆଇଆଇଟି ବିଶେଷଜ୍ଞ ବିଶ୍ୱର ସବୁଠୁ ଉନ୍ନତ କୁତ୍ର୍ତ୍ରିମ ହୃଦ ଯନ୍ତ୍ର ପ୍ରସ୍ତୁତି ନେଇ ୨୦୨୨ରେ କାମ ଆରମ୍ଭ କରିଥିଲେ । ହୃଦ ଯନ୍ତ୍ର ନିର୍ମାଣ କାମ ବହୁତ କଠିନ ହୋଇଥିବାରୁ ଏଥିପାଇଁ ବହୁ ବିଶେଷଜ୍ଞ ଓ ସଂସ୍ଥା ନିଯୁକ୍ତ ଅଛନ୍ତି ବୋଲି ଆଇଆଇଟିର ପ୍ରଫେସର ବନ୍ଦୋପାଧ୍ୟାୟ କହିଛନ୍ତି ।

ଭାରତରେ ଏହି କୁତ୍ର୍ତ୍ରିମ ହାର୍ଟର ଦାମ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ଏହାକୁ ବିଦେଶରୁ ମଗାଯାଇଥାଏ । ଏଥିପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି ଅନୁସନ୍ଧାନ ଆସନ୍ତା ବର୍ଷ ଡିସେମ୍ବର ମଧ୍ୟରେ ପୁରା ହେବାର ସମ୍ଭାବନା ରହିଛି । ଏହାପରେ ଏହି ହାର୍ଟକୁ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ କରାଯିବ । ଏହି କୁତ୍ର୍ତ୍ରିମ ହାର୍ଟ(ଲେପ୍ଟ ଭେଣ୍ଟିକୁଲାର ଆସିଷ୍ଟ ଡିଭାଇସ) ଏକ ପ୍ରକାର ପମ୍ପ, ଯାହାକୁ ମନୁଷ୍ୟର ହାର୍ଟ ଫେଲ ଫେଲ ହେବା ପରେ ଲଗାଯାଇଥାଏ ।

କିମ୍ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଅସମର୍ଥ ବ୍ୟକ୍ତଙ୍କ ଦେହରେ ଏହାକୁ ଲଗାଯାଇଥାଏ । ଏହା ବ୍ୟାଟେରୀ ଦ୍ୱାରା ଚାଲୁଥିବା ଏକ ମେକାନିକାଲ ପମ୍ପ୍‌ ଯାହା ହାର୍ଟର ମୁଖ୍ୟ ପମ୍ପିଂ ଚାମ୍ବରରେ ଲାଗିଥାଏ । ପ୍ରକାଶଯୋଗ୍ୟ, ଏବେ ଦେଶରେ ୩୨ ପ୍ରତିଶତରୁ ଅଧିକ ମୃତ୍ୟୁ କେବଳ ହାର୍ଟ ରୋଗ ଯୋଗୁ ହୋଇଥାଏ । କାରଣ ଏହାର ଚିକିତ୍ସା ଖର୍ଚ୍ଚ ବହୁ ଅଧିକ ହୋଇଥିବାରୁ ଚିକିତ୍ସା ପାଇବା କଠିନ ହୋଇଥାଏ ।

ଆସନ୍ତା ବର୍ଷ ପଶୁଙ୍କ ଉପରେ ହେବ ପରୀକ୍ଷଣ

ଆସନ୍ତା ବର୍ଷ ଏହି କୁତ୍ର୍ତ୍ରିମ ହାର୍ଟ ପଶୁଙ୍କ ଦେହରେ ପରୀକ୍ଷଣ କରାଯିବ । ଏହି ହୃଦ ଯନ୍ତ୍ର (ହାର୍ଟ ମେସିନ) ଦୁନିଆର ସବୁଠୁ ଉନ୍ନତ ଓ ଶସ୍ତା ହେବ ବୋଲି ଆଇଆଇଟି ର ନିର୍ଦ୍ଦେଶକ ପ୍ରଫେସର ଅଭୟ କହିଛନ୍ତି । ପଶୁଙ୍କ ଉପରେ ପରୀକ୍ଷଣ ପରେ ଏହା ମନୁଷ୍ୟ ଦେହରେ ଲାଗିପାରିବ । ଆସନ୍ତା ୨୦୨୪ ବେଳକୁ ଏହା ମନୁଷ୍ୟର ହାର୍ଟ ବିଟ କରି ପାରିବ ବୋଲି ଆଇଆଇଟି ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.