ଆଜି ମହାନ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

ଆଜି ମହାନ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ। ଜାତୀୟ ମୁକ୍ତି ସଂଗ୍ରାମର ଏହି ମହାନ ଯୋଦ୍ଧା ୧୮୯୭ ଜାନୁଆରି ୨୩ ତାରିଖରେ କଟକର ଓଡ଼ିଆ ବଜାର ଠାରେ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ପାଇଁ ସରକାରୀ ଚାକିରୀ ତ୍ୟାଗ କରି ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ଆଜାଦ ହିନ୍ଦ ଫୌଜ ଗଠନ କରି ଇଂରେଜ ଶାସକଙ୍କ ବିରୋଧରେ ସଂଗ୍ରାମ କରିଥିଲେ।
ଏହି ମହାନ ସଂଗ୍ରାମଙ୍କୁ ମନେପକାଇବା ପାଇଁ ଆଜି ବିଭିନ୍ନ ସ୍ଥାନରେ ଅନେକ କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କାର୍ୟ୍ୟକ୍ରମ ରହିଛି। ସେହିପରି ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କର ମଧ୍ୟ ଆଜି ଜନ୍ମ ଜୟନ୍ତୀ। ସମ୍ବଲପୁରକୁ ଇଂରେଜଙ୍କ କବଳରୁ ରକ୍ଷା କରିବାରେ ତାଙ୍କର ଅବଦାନ ଅତୁଳନୀୟ।