ସମୁଦ୍ର ପାଣିରେ ନୀଳ ରଙ୍ଗର ଚମକ! ହୋଇପାରେ ଘାତକ!
ଚେନ୍ନାଇର ଇଞ୍ଜମବକ୍କମ ଏବଂ ଏଲିୟଟ୍ ସମୁଦ୍ର ତଟରେ ପାଣିରେ ଏକ ଆକର୍ଷଣୀୟ ନୀଳ ରଙ୍ଗର ଚମକ ଦେଖିବାକୁ ମିଳିଥିଲା। ଏହି ସମୟରେ ସେଠାରେ କିଛି ଲୋକ ଉପସ୍ଥିତ ଥିଲେ। ଲୋକେ ଏହି ପାଣି ସହିତ ବେଶ୍ ମସ୍ତି ମଧ୍ୟ କରିଥିଲେ। କଥାଟି ହେଲା, ଏହି ନୀଳ ଚମକ ନୋକ୍ଟିଲୁକା ସ୍କିନଟିଲନ୍ସ ଦ୍ୱାରା ଉତ୍ପନ୍ନ ହୋଇଥିଲା। ଘଟଣାଟି ପୂରପୂରି ଜୈବକ ଥିଲା। ଏହି ପ୍ରକାର ନୀଳ ରଙ୍ଗ ମାଛଙ୍କ ପାଇଁ ହାନିକାରକ ହୋଇଥାଏ। ଅନୁସନ୍ଧାନ ଏହାକୁ ତଟୀୟ ପ୍ରଦୂଷଣ ଏବଂ ସମୁଦ୍ର ଖାଦ୍ୟ ଶୃଙ୍ଖଳାରେ ଅସନ୍ତୁଳନ କାରଣକୁ ଦର୍ଶାଇଛି।
ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବରରେ ନ୍ୟୁୟର୍କର ଲୋକେ ଆକାଶରେ ରହସ୍ୟମୟ ନୀଳ ଚମକ ଦେଖିଥିଲେ। କିନ୍ତୁ ପରେ ଜଣାପଡ଼ିଥିଲା କି, ଏହା ଏକ ଟ୍ରାନ୍ସଫର୍ମର ବିସ୍ଫୋରଣ କାରଣରୁ ହୋଇଥିଲା। ଏପରି କି, ଏପ୍ରିଲ ମାସରେ ମଧ୍ୟ ସେଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ବାସ୍ତବରେ ତାହା ନାସାର ଏକ ମିଶନ ଦ୍ୱାରା ହୋଇଥିଲା। ତେବେ ଏହି ପ୍ରକାରର ଘଟଣା ବାରମ୍ବାର ହେବା, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହିତ ଏହାକୁ ନେଇ ମଧ୍ୟ ଚେତାବନୀ ଜାରି କରାଯାଇଛି।
ଏହାସହ ପଢ଼ନ୍ତୁ: ପବନରେ ଉଡ଼ୁଥିବାର ନଜର ଆସିଲା ଭୂତ, ଦେଖିଲା ପରେ ଲୋକଙ୍କର ଉଡ଼ିଗଲା ହୋସ୍
ଚେତାବନୀରେ କୁହାଯାଇଛି କି, ଏଭଳି ସ୍ଥିତିରେ ଯେବେ ଏହି ପ୍ରକାର ନୀଳ ରଙ୍ଗ ଦେଖାଯିବ, ସେତେବେଳେ ନଦୀକୁ ଯିବା ଠିକ୍ ନୁହେଁ। କାରଣ, ଏହାଦ୍ୱାରା ଅଧିକ ମାତ୍ରାରେ ଆମୋନିଆ ବାହାରିଥାଏ ଏବଂ ଅମ୍ଳଜାନ ପରିମାଣ କମିଯାଇଥାଏ। ଜଳରେ ଭାସୁଥିବା ଏହି କ୍ଷୁଦ୍ର ଜୈବ ପଦାର୍ଥ ସାଧାରଣତଃ ସେହି କ୍ଷେତ୍ରରେ ଦେଖାଯାଇଥାଏ, ଯେଉଁଠି ଅମ୍ଳଜାନର ଅଭାବ ରହିଥାଏ। ଏହା ବିଶେଷ କରି ସମୁଦ୍ର ଜୀବଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ।