ବସ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚିଲା, ଦେଖନ୍ତୁ କଣ ଘଟିଥିଲା ଘଟଣା

ଥରେ ଭାବନ୍ତୁ ତ ଯଦି କେବେ ଆପଣଙ୍କ ସାମ୍ନାକୁ ହାତୀଟିଏ ଚାଲିଆସୁଛି । ଆଉ ଆପଣଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି । ସେମିତି ଏକ ପରିସ୍ଥିତିରେ ଆପଣ କଣ କରିବେ । ନିଶ୍ଚିତ ଖୁବ ଜୋରସେ ଡରି ଯିବେ । ଆଉ କଣ କରିବେ କଣ ନାହିଁ ଚିନ୍ତା କରିକରି ବ୍ୟତିବ୍ୟସ୍ତ ହୋଇପଡିବେ । ଏମିତି ହିଁ ଏକ ଘଟଣା ଜଣେ ଟ୍ରକ ଡ୍ରାଇଭରଙ୍କ ସହ ଘଟିଲା । କିନ୍ତୁ ସେ ଡରି ନଥିଲେ । ବରଂ ଦୃଢତାର ସହ ସାମ୍ନା କରି ଶହ ଶହ ଯାତ୍ରୀଙ୍କ ଜୀବନ ବି ବଞ୍ଚେଇଛନ୍ତି । ପ୍ରକୃତରେ ଘଟଣାଟି ଘଟିଛି ନୀଳଗିରି ଅଞ୍ଚଳରେ । ଯେଉଁଠି ଜଣେ ବସ ଡ୍ରାଇଭର ଗାଡି ଚଲାଉଥିବା ସମୟରେ ତାଙ୍କ ସାମ୍ନାକୁ ଏକ ଦନ୍ତା ହାତୀ ଚାଲି ଆସିଥିଲା । ଖାଲି ଚାଲି ଆସିନଥିଲା ବସର କାଚକୁ ବି ଭାଙ୍ଗି ଦେଇଥିଲା । କିନ୍ତୁ ଏମିତି ଏକ କଠୋର ସ୍ଥିତିରେ ବି ଡରିନଥିଲେ ଟ୍ରକ ଡ୍ରାଇଭର ଜଣଙ୍କ । କି ଧର୍ଯ୍ୟ ବି ହରେଇ ନଥିଲେ । କ୍ଲିପରେ ଆପଣ ଦେଖିପାରିବେ ସେ କେମିତି ଖୁବ ଦ୍ରୁତ ଗତିରେ ବସକୁ ବ୍ୟାକ କରିନେଉଛନ୍ତି । ପରେ ଖୁବ ରାଗରେ ହାତୀଟି ତାଙ୍କ ଆଡକୁ ମାଡି ଆସୁଛି । ଆଉ ଗ୍ଲାସକୁ ଭାଙ୍ଗି ଦେଉଛି । ଅନ୍ୟ ମାନେ ଡରି ଯାଉଥିବା ବେଳେ ଡ୍ରାଇଭର ଜଣଙ୍କ ନିଜ ସିଟରୁ ଉଠି ଅନ୍ୟ ଯାତ୍ରୀଙ୍କ ସହ ବସର ପଛ ଆଡକୁ ଚାଲି ଯାଉଛନ୍ତି । ଖୁବ ବୁଦ୍ଧିମାନର ସହ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ଆଉ ଯାତ୍ରୀ ମାନଙ୍କୁ ସୁରକ୍ଷା ଦେଇଥିଲେ । ଏହି ଡ୍ରାଇଭର ଜଣଙ୍କ ଯେତେ ବି ପ୍ରଶଂସା କରାଯିବ ହୁଏତ କମ ହେବ । କହିରଖିବା ଉଚିତ ହେବକି ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ଏହାକୁ 8 ହଜାରରୁ ଅଧିକ ଲୋକ ଦେଖିବା ସହ ୭୪୧ ଜଣ ଲାଇକ କରିସାରିଲେଣି ।

 

ଭିଡିଓଟିକୁ ସୁପ୍ରିୟା ସାହୁ ନାମକ ଜଣେ ଆଇଏଏସ ଅଧିକାରୀ ସେୟାର କରିଥିବା ବେଳେ କ୍ୟାପ୍ସନରେ ଲେଖିଛନ୍ତି- ନୀଳଗିରିର ଏହି ସରକାରୀ ଡ୍ରାଇଭର ଜଣଙ୍କର ମୁଁ ସମ୍ମାନ କରୁଛି । ଏତେ ବଡ ବିପଦକୁ ଅତି ନିକଟରୁ ଦେଖିଥିଲେ ମଧ୍ୟ ସେ ଧର୍ଯ୍ୟ ହରା ହୋଇନଥିଲେ କି ଭୟବିତ ବି ହୋଇନଥିଲେ । ହାତୀ ତାଙ୍କ କାଚ ଭାଙ୍ଗି ଦେଇଥିଲେ ବି ନଡରି ଖୁବ ସାହାସିକତାର ସହିତ ପରିସ୍ଥିତିର ସାମ୍ନା କରିଥିଲେ । ତାଙ୍କ ଶାନ୍ତ ମଥା ସତରେ କମାଲ କରି ଦେଖେଇଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.