୨୦୪୦ ସୁଦ୍ଧା ଚନ୍ଦ୍ରରେ ହେବ ଘର, ବ୍ୟବହାର ହେବ 3D ପ୍ରିଣ୍ଟର

ଏବେ ନାସାର ଯୋଜନା ଚନ୍ଦ୍ରରେ ଘର କରିବାର ଅଛି । ସେ ଚନ୍ଦ୍ରରେ ବହୁତ ସମୟ ପର୍ଯ୍ୟନ୍ତ ରହିବାକୁ ଚାହୁଁଛି । ନ୍ୟୁୟର୍କ ଟାଇମ୍ସ ଅନେକ ବୈଜ୍ଞାନିକଙ୍କ ସହିତ କଥା ହୋଇଛି । ସେମାନଙ୍କ ଅନୁଯାୟୀ ଚନ୍ଦ୍ରରେ ଘର କରିବାର ଲକ୍ଷ୍ୟ ୨୦୪୦ ସୁଦ୍ଧା ପୂରା ହେବାର ସମ୍ଭାବନା ରହିଛି। ଏହି କାର୍ଯ୍ୟ ପାଇଁ ଏକ 3D ପ୍ରିଣ୍ଟରର ସାହାର୍ଯ୍ୟ ନିଆଯିବ ।

ବର୍ତ୍ତମାନ ଦୁନିଆର ସମସ୍ତ ଅନ୍ତରୀକ୍ଷ ଏଜେନ୍ସି ମାନଙ୍କର ଚନ୍ଦ୍ର ଉପରେ ନଜର । ସମସ୍ତଙ୍କର ଏବେ ଚନ୍ଦ୍ରକୁ ଯିବାର ଚେଷ୍ଟା ରହିଛି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ମଧ୍ୟ ଏଥିରେ ପଛରେ ନାହିଁ । ନାସା କହିଛି ଯେ ସେ ଅନେକ ବର୍ଷ ପୂର୍ବରୁ ମନୁଷ୍ୟକୁ ଚନ୍ଦ୍ରରେ ପହଞ୍ଚାଇ ସାରିଛି । ଏବେ ନାସାର ଯୋଜନା ଚନ୍ଦ୍ରରେ ଘର କରିବାର ଅଛି ।  ଚନ୍ଦ୍ରରେ ବହୁତ ସମୟ ପର୍ଯ୍ୟନ୍ତ ରହିବାକୁ ଚାହୁଁଛି । ନ୍ୟୁୟର୍କ ଟାଇମ୍ସ ଅନେକ ବୈଜ୍ଞାନିକଙ୍କ ସହିତ କଥା ହୋଇଥିଲା । ସେମାନଙ୍କ ଅନୁଯାୟୀ ଚନ୍ଦ୍ରରେ ଘର କରିବାର ଲକ୍ଷ୍ୟ ୨୦୪୦ ସୁଦ୍ଧା ପୂରା କରିବାର ଯୋଜନା ରହିଛି । ଏହି କାର୍ଯ୍ୟ ପାଇଁ ଏକ 3D ପ୍ରିଣ୍ଟରର ସାହାଯ୍ୟ ନିଆଯିବ ।

ରିପୋର୍ଟ ଅନୁଯାୟୀ, ଏହି ପ୍ରିଣ୍ଟର ସାହାଯ୍ୟରେ ଚନ୍ଦ୍ରପୃଷ୍ଠର ଉପର ସ୍ତରରୁ ପଥର ଚିପ୍ସ ଏବଂ ଖଣିଜ ଖଣ୍ଡରେ ତିଆରି କଂକ୍ରିଟର ବ୍ୟବହାର କରିବ । ନାସା ଡାଇରେକ୍ଚର ଅଫ୍‌ ଟେକ୍ନୋଲୋଜି ନିକ୍‌ ୱେରଖାଇଜର କହିଛନ୍ତି ଯେ ସେମାନେ ଏବେ ଏକ ନିର୍ଣ୍ଣାୟକ ମୋଡରେ ଅଛନ୍ତି । କିଛି ସମୟରେ ତ ଏହା ସ୍ୱପ୍ନ ଭଳି ମନେ ହେଉଛି । ମୁନ୍‌ ମିଶନ ପାଇଁ ନାସା ବିଶ୍ୱବିଦ୍ୟାଳୟ ଏବଂ ପ୍ରାଇଭେଟ କମ୍ପାନୀ ମାନଙ୍କ ସହିତ ସହଭାଗୀତା କରୁଛି । ୱେରଖାଇଜର କହିଛନ୍ତି ଯେ ଆମକୁ ଠିକ୍‌ ସମୟରେ ସମସ୍ତ ଲୋକ ମିଳିଛନ୍ତି । ତାଙ୍କୁ ଲାଗୁଛି ଯେ ସେ ନିଜ ଲକ୍ଷ୍ୟ ସ୍ଥଳରେ ନିଶ୍ଚୟ ପହଞ୍ଚିବେ । ଯଦି ଆମେ ନିଜ କ୍ଷମତାକୁ ବଢାଇବା ତେବେ ଏହି କାମ ସମ୍ଭବ ହୋଇପାରିବ ।

ନାସା ଆସନ୍ତା ବର୍ଷ ଚନ୍ଦ୍ରକୁ 3D ପ୍ରିଣ୍ଟର ପଠାଇବାର ଯୋଜନା ରଖିଛି । ବର୍ତ୍ତମାନ ଏହାର ଟେଷ୍ଟିଙ୍ଗ କରାଯାଉଛି । ଯଦି ସବୁ ଠିକ୍‌ ରହିଲା ଏହା ପେବୃଆରୀରେ ଲଞ୍ଚ କରାଯିବ । ନାସା ଚନ୍ଦ୍ର ପାଇଁ ଆର୍ଟେମିସ୍‌ ମିଶନ ପ୍ରସ୍ତୁତ କରିଛି । ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରର ପରିକ୍ରମା କରି ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଥିଲା । ବର୍ତ୍ତମାନ ଆର୍ଟେମିସ୍‌-୨ ମିଶନ ଜରିଆରେ ମହାକାଶଚାରୀମାନଙ୍କୁ ଚନ୍ଦ୍ରର ଚାରିପଟେ ଘୂରିବା ପାଇଁ ପଠାଇବ । ଏହି ମିଶନ ଆସନ୍ତା ବର୍ଷ ଲଞ୍ଚ ହୋଇପାରେ । ତେବେ ଏହି ମିଶନରେ ୪ ଜଣ ମହାକାଶଚାରୀ ସାମିଲ ହେବାକୁ ଯାଉଛନ୍ତି । ଏମାନେ ସବୁ ଚନ୍ଦ୍ରକୁ ଯିବେ ସତ କିନ୍ତୁ ସେମାନେ ଚନ୍ଦ୍ରରେ ଅବତରଣ କରିବେ ନାହିଁ । ଚନ୍ଦ୍ରରେ ମଣିଷକୁ ଅବତରଣ ପାଇଁ ଆର୍ଟେମିସ୍‌-୩ କୁ ପଠାଯିବ । ଯାହା ୨୦୨୫ କିମ୍ବା ୨୦୨୬ରେ ଉଡାଣ ଭରିପାରେ । ସୂଚନାଯୋଗ୍ୟ ଯେ, ମଣିଷ ସହ ଆର୍ଟେମିସ୍‌-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.