ଔଷଧ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ, ମହିଳା ସମେତ ୪ କର୍ମଚାରୀ ଜୀବନ୍ତ ଦଗ୍ଧ

ଅମୃତସରର ମଜିଠା ରୋଡ଼ରେ ଅବସ୍ଥିତ କ୍ୱାଲିଟି ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି । ଔଷଧ ଫ୍ୟାକ୍ଟ୍ରିରେ ହୋଇଥିବା ଅଗ୍ନିକାଣ୍ଡରେ ଜଣେ କିଶୋର, ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ପଞ୍ଜାବର ଅମୃତସର ଠାରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଅମୃତସରର ମଜିଠା ରୋଡ଼ରେ ଅବସ୍ଥିତ କ୍ୱାଲିଟି ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି । ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରିରେ ହୋଇଥିବା ଅଗ୍ନିକାଣ୍ଡରେ ଜଣେ କିଶୋର, ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଫ୍ୟାକ୍ଟ୍ରିର ମାଲିକମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ।

ଫ୍ୟାକ୍ଟ୍ରିରେ ନିଆଁ ଲାଗିବା କାରଣରୁ ଲୋକମାନେ ଚିତ୍କାର କରିବାକୁ ଲାଗିଥିଲେ । ଗୁରୁବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟି ଯାଇଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ଫ୍ୟାକ୍ଟ୍ରି ମାଲିକଙ୍କ ଅବହେଳା କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟମାନେ ଔଷଧ ଫ୍ୟାକ୍ଟ୍ରି ସମ୍ମୁଖରେ ଧାରଣା ଦେଇଛନ୍ତି ।

ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି । ଯେତେବେଳ ନିଆଁ ଲାଗିଥିଲା ଅନେକ କର୍ମଚାରୀ ଫ୍ୟାକ୍ଟ୍ରି ଭିତରେ ହିଁ କାମ କରୁଥିବା ସୂଚନା ମିଳିଛି । ନିଆଁ ଲାଗିବା ମାତ୍ରେ ସମସ୍ତେ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । କିନ୍ତୁ ଜଣେ ମହିଳାଙ୍କ ସମେତ ୪ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.