୫୩ ବର୍ଷ ବୟସରେ ମା’ କଲେ ପ୍ରେମ ବିବାହ, ଭାବବିହ୍ୱଳ ହୋଇ ଏମିତି କିଛି ପୋଷ୍ଟ କଲେ ପୁଅ

ମା’ଙ୍କ ବିବାହ କରାଇଲେ ପୁଅ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ। ଯେଉଁ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜିମିତ ଗାନ୍ଧୀ ନାମକ ଜଣେ ଯୁବକ ତାଙ୍କ ମା’ଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏକ ଭାବପ୍ରଣଣ ପୋଷ୍ଟ କରିଥିଲେ। ବାସ୍ତବରେ ମହିଳା ଜଣଙ୍କ ୪୪ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇଥିଲେ ଏବଂ ତାଙ୍କ ପୁଅ ଜିମିତ ବାହାରେ ରହୁଥିଲେ। ମା କିନ୍ତୁ ଭାରତରେ ଏକୁଟିଆ ରହୁଥିଲେ। ଜୀବନର କଠିନ ପରିସ୍ଥିତିର ମୁକାବିଲା କରି ସେ ଜଣେ ପୁରୁଷଙ୍କ ପ୍ରେମରେ ପଡ଼ି ୫୩ ବର୍ଷ ବୟସରେ ତାଙ୍କୁ ବିବାହ କରିଥିଲେ।

ସୂଚନା ଅନୁଯାୟୀ, ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ କର୍କଟ ଏବଂ ଡିପ୍ରେସନ ପରି ରୋଗରେ ପୀଡିତ ଥିଲେ। ଖରାପ ପରିସ୍ଥିତି ସତ୍ତ୍ୱେ ସେ କେବେବି କାହା ନିକଟରେ ଅଭିଯୋଗ କରିନଥିଲେ ଏବଂ ଆଶା ମଧ୍ୟ ହରାଇ ନଥିଲେ। ମହିଳାଙ୍କ ପୁଅ ଜିମିତ ଗାନ୍ଧୀ ଲିଙ୍କଡଇନଙ୍କ ତାଙ୍କ ମା ଙ୍କ ଜୀବନ ଉପରେ ଏକ ଭାବପ୍ରବଣ କାହାଣୀ ଲେଖିଥିଲେ। ଏହି କାହାଣୀକୁ ୟୁଜର୍ସ ମାନେ ଭଲ ପାଉଥିଲେ ଯାହା ଭାଇରାଲ ହେବାରେ ଲାଗିଲା।

ଖବର ଅନୁଯାୟୀ ଜିମିତ ରିଫିନିଟିଭ ନାମକ ଏକ କମ୍ପାନୀରେ ମ୍ୟାନେଜମେଣ୍ଟ କାର୍ଯ୍ୟ କରନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ତାଙ୍କ ମା ‘ଫାଇଟର’ ବୋଲି କହି ସମ୍ମାନିତ କରିଛନ୍ତି। ଜିମିଟ୍ କହିଛନ୍ତି ଯେ ତାଙ୍କ ମା’ ୨୦୧୩ ରେ ୪୪ ବର୍ଷ ବୟସରେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ। ପ୍ରାୟ ୬ ବର୍ଷ ପରେ, ୨୦୧୯ ରେ ସେ ମଧ୍ୟ ଷ୍ଟେଜ ୩ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। କର୍କଟ ରୋଗ ସହ ସେ କୋଭିଡର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ।

ଏହା ପରେ ସେ ଡିପ୍ରେସନର ଶିକାର ହୋଇଥିଲେ। ଅନେକ ଅସୁବିଧା ସତ୍ତ୍ୱେ ସେ କେବେ ହାର ମାନି ନ ଥିଲେ। ଜିମିତଙ୍କ ଅନୁଯାୟୀ, ୫୨ ବର୍ଷ ବୟସରେ ତାଙ୍କ ମା ପ୍ରେମରେ ପଡିଥିଲେ ଏବଂ ଏବେ ସେ ବିବାହ କରିଛନ୍ତି। ଆଉ ସେ ବିବାହ କରି ଅନେକ କୁପ୍ରଥାକୁ ଦୂର କରିଛନ୍ତି । ଜିମିତି କହିଛନ୍ତି ଯେ ମୋ ମା ମୋ ପାଇଁ ଯୋଦ୍ଧା ଭଳି।