ଇନକମ ଟ୍ୟାକ୍ସ ଫାଇଲିଂର ନୂଆ ନିୟମ ଗୁଡିକ ଉପରେ ଥରେ ନଜର ପକାନ୍ତୁ

୨୦୨୦ ମସିହାରେ ଭାରତ ସରକାର ଏକ ନୂଆ ଇନକମ ଟ୍ୟାକ୍ସକୁ ନେଇ କିଛି ନୂଆ ନିୟମ ମାନ ଲଞ୍ଚ କରିଛନ୍ତି । ପୁରୁଣା ନିୟମ-୧୯୬୧ ଅଧୀନରେ କରଦାତା ମାନେ ସେକ୍ସନ 80C, ସେକ୍ସନ 80D ଆଧାରରେ ଇନକମ ଟ୍ୟାକ୍ସକୁ କମ କରିବା ପାଇଁ ଆବେଦନ କରିପାରୁଥିଲେ । ଏହାସହ ଘରଭଡା, ଏଲଟିସି କ୍ୟାସ ଭାଉଚର ସ୍କିମ ଆଦି ପାଇଁ କିନ୍ତୁ ନୂଆ ନିୟମକୁ ପାଳନ କରିବାକୁ ହେବ ।
ଅନ୍ୟପକ୍ଷରେ ଲାଗୁ ହୋଇଥିବା ନୂଆ ଟ୍ୟାକ୍ସ ନିୟମରେ ପୁରୁଣା ନିୟମ ତୁଳନାରେ ଉପଭୋକ୍ତା ମାନଙ୍କ ପାଇଁ କିଛିଟା ରିହାତି ଦିଆଯାଇଛି । ଏହା ସହ ଉପଭୋକ୍ତା ମାନେ ବି ଦ୍ବନ୍ଦ୍ବରେ ପଡୁଛନ୍ତିଯେ ସେମାନେ ପ୍ରକୃତରେ କେଉଁ ନିୟମଟିକୁ ଆପଣେଇବେ । ନୂଆ ନିୟମରେ ଥିବା ଟ୍ୟାକ୍ସ ରେଟ ଓ ସ୍ଲାବ ଗୁଡିକୁ ଇଣ୍ଟରନେଟରେ ଉପଭୋକ୍ତା ମାନେ ବାରମ୍ବାର ଚେକ କରୁଥିବା ମଧ୍ୟ ଦେଖାଦେଇଛି ।
ଆର୍ଥିକ ବର୍ଷ ୨୦୧୧-୨୨ ପାଇଁ ରଖାଯାଇଥିବା ନିୟମ ମାନ:
୨ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ- ନିଲ ବା କିଛି ନାହିଁ
୨ ଲକ୍ଷ ୫୦ ହଜାର ୧ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ- ୫ ପ୍ରତିଶତ
୫ ଲକ୍ଷ ୧ ଟଙ୍କାରୁ ୭ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ- ୧୦ ପ୍ରତିଶତ
୭ ଲକ୍ଷ ୫୦ ହଜାର ୧ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ- ୧୫ ପ୍ରତିଶତ
୧୦ ଲକ୍ଷ ୧ ଟଙ୍କାରୁ ୧୨ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ- ୨୦ ପ୍ରତିଶତ
୧୨ ଲକ୍ଷ ୫୦ ହଜାର ୧ ଟଙ୍କାରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ- ୨୫ ପ୍ରତିଶତ
୧୫ ଲକ୍ଷରୁ ଉପରେ- ୩୦ ପ୍ରତିଶତ
ନୂଆ କରି ଲାଗୁ ହୋଇଥିବା ଟ୍ୟାକ୍ସ ନିୟମ ଅନୁଯାୟୀ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଆୟ ପାଇଁ ସର୍ବାଧିକ ୩୦ ପ୍ରତିଶତ ରଖାଯାଇଥିବା ବେଳେ ପୁରୁଣା ନିୟମରେ ଏହି ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଥିଲା । ଭଡା କିମ୍ବା ଖାଦ୍ୟ କୁପନ ଆଦି ଉପରୁ ଏମ୍ପ୍ଲୋୟୀଜ ପ୍ରୋଭିଡେଣ୍ଟ ଫଣ୍ଡ(EPF) , ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ(PPF) ଆଦିକୁ ଛାଡ଼ କରାଯାଇଛି । ଇନକମ ଟ୍ୟାକ୍ସ ଆକ୍ଟ 80CCD(2) ଟ୍ୟାକ୍ସ କ୍ଷେତ୍ରରେ ବି କିଛିଟା ହ୍ରାସ କରାଯାଇଛି | ଗୋଟିଏ ଆର୍ଥିକ ବର୍ଷରେ ନିଜ ଦରମାର ୧୦ ପ୍ରତିଶତ ସହ ଡ଼ିଏକୁ ସର୍ବାଧିକ ହ୍ରାସ ଭାବେ ଧରାଯାଇ ପାରିବ ।
ବାରମ୍ବାର ଟ୍ୟାକ୍ସ ରେଟ ଓ ଟ୍ୟାକ୍ସ ପରିମାଣରେ ହ୍ରାସ ହେବା ଫଳରେ ସାଧାରଣ ବ୍ୟକ୍ତିବିଶେଷ ମାନେ କିଛିଟା ଦ୍ବନ୍ଦ୍ବରେ ପଡ଼ିପାରନ୍ତି । ଉପଭୋକ୍ତା ମାନେ ଦୁଇଟି ତରିକାକୁ ଭଲ ଭାବରେ ତନାଘନା କରି ସେମାନଙ୍କ ପାଇଁ ଉପଯୁକ୍ତ କେଉଁଟି ହେବ ଚୟନ କରିପାରିବେ । ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଟ୍ୟାକ୍ସ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, କେହି ବି ଗୋଟିଏ ଆର୍ଥିକ ବର୍ଷରେ ୨.୫ ଲକ୍ଷରୁ ଅଧିକ ଆୟ କର ଦାଖଲ କରିପାରିବେ ନାହିଁ ।