କୁକୁର ବିଲେଇ କଲେ ଏମିତି କାମ, ଯାହାକୁ ଦେଖି ନିଜ ଆଖିକୁ କରିପାରିବେନି ବିଶ୍ୱାସ ଆପଣ

ସୋସିଆଲ ମିଡିଆରେ ଆମେ ପ୍ରତିଦିନ ମଜାଦାର ଭିଡିଓ ଦେଖିବାକୁ ପାଉଛନ୍ତି। କିଛି ଭିଡିଓ ଆମକୁ ମନୋରଞ୍ଜନ କରିଥାଏ ତ ଆଉ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରାଏ। ସେହିପରି ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଆଜି ଆମେ ଆପଣଙ୍କୁ ବିଲେଇ ଆଉ କୁକୁରଙ୍କର ଦୁଷ୍ଟାମିର ଚିତ୍ର ଦେଖାଇବୁ। ଏହି ଭିଡିଓକୁ ହସି ହସି ଜୋର ସୋରରେ ସେୟାର କରୁଛନ୍ତି।

ସୋସିଆଲ ମିଡିଆରେ ଭାଇରାଳ ହେଉଥିବା ଏହି ଭିଡିଓରେ ଏକ ଘର ଭିତରେ ଗୋଟେ ବିଲେଇ ଏବଂ ଗୋଟେ କୁକୁର ବଡ ଚାଲାକର ଭିଡିଓ ଦେଖିବାକୁ ମିଳୁଛି। ଭିଡିଓରେ ଦେଖିପାରିବେ ଯେ କେମିତି ବିଲେଇ ଆଉ କୁକୁର ଘର ଭିତରକୁ ପଶିବା ପାଇଁ ଅପ୍ରାଣେ ଚେଷ୍ଟା କରୁଛନ୍ତି। କୁକୁର ତ କିଛି କରୁନି ଛିଡା ହୋଇଛି କିନ୍ତୁ ବିଲେଇ କୁକୁରକୁ ସାହାଯ୍ୟ କଲାଭଳି ବାରମ୍ବାର ଡୋର ଖୋଲିବାକୁ ଚେଷ୍ଟା କରୁଛି। ଆଉ ଶେଷରେ ବିଲେଇ ଏଥିରେ ବି ସଫଳ ବି ହେଉଛି।

ଆପଣ ଜାଣିଛନ୍ତି କୁକୁର ବିଲେଇ ଦୁହେଁ ଦୁଇଜଣଙ୍କର ଶତ୍ରୁ। ଆପଣ ଦେଖିପାରୁଥିବେ ଏହି ଚାଲାକ କୁକୁର ବିଲେଇ ଦୁଇଜଣ ଘରର ସେହି ଭାଗକୁ ଯିବାକୁ ଚେଷ୍ଟା କରୁଛନ୍ତି ଯେଉଁଠିକୁ ଯିବାକୁ ତାଙ୍କୁ ପ୍ରତିବନ୍ଧ ରହିଛି। କିନ୍ତୁ ବିଲେଇ ବୁଦ୍ଧିଆ ଦେଖେଇ ଡୋର ଖୋଲି କୁକୁରକୁ ଧରି ଏମିତି ଯାଉଛି ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ।

ଦୁଇଜଣ ଚୁପ ଚୁପ ଚୋରଙ୍କ ଭଳି କବାଟ ଖୋଲି ଘର ଭିତରକୁ ଚାଲିଯାଉଛନ୍ତି। ଏହି ମଜାଦାର ଭିଡିଓକୁ ଯିଏ ଦେଖୁଛନ୍ତି ସେ ହସି ହସି ରହିପାରୁନାହାଁନ୍ତି। ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ନାମକ ଜଣେ ୟୁଜର ସେୟାର କରିଛନ୍ତି।