ଚାଣକ୍ୟ ନୀତି : ଏହି ୩ ଜିନିଷର ଖୁସୀ କ୍ଷଣ ମାତ୍ର ରହିଥାଏ, ଏହାର ଆଦତ ଲାଗିଗଲେ ସବୁ ସୁଖ ଶାନ୍ତି ଛଡ଼ାଇ ନେଇଥାଏ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଚାଣକ୍ୟ ନୀତି ଅନୁଯାୟୀ କିଛି ଏମିତି ଗୁଣ ଅଛି, ଯାହାକୁ ସବୁ ବ୍ୟକ୍ତିଙ୍କୁ ନିଜ ଜୀବନରେ ଆପଣାଇବା ଉଚିତ୍‌ ।

ସବୁ ବ୍ୟକ୍ତି ଚାହିଁଥାନ୍ତି ଯେ ତାଙ୍କ ଜୀବନ ହସ ଖୁସୀରେ ବିତୁ । ହେଲେ ଜୀବନ କିନ୍ତୁ ଏମିତି ସରଳ ନୁହେଁ । ଚାରକ୍ୟ କୁହନ୍ତି ଯେ ଜୀବନରେ ଏମିତି କିଛି କଥା ଅଛି ଯାହା କ୍ଷଣିକ ପାଇଁ ଆନନ୍ଦ ଦେଇଥାଏ । ଏହି ସବୁ ଆଦତରେ ପଡ଼ନ୍ତୁ ନାହିଁ, ନହେଲେ ଜୀବନ ଦୁଃଖ ଓ ଦୁଃଶ୍ଚିନ୍ତାରେ କଟିଥାଏ ।

ଦୁଷ୍ଟ ବ୍ୟକ୍ତିଙ୍କ ଠାରୁ ଲାଭ

ଚାଣକ୍ୟଙ୍କ ଭାଷାରେ ଦୁଷ୍ଟ ଲୋକ କେବେ କାହାର ବନ୍ଧୁ ହୋଇ ନଥାନ୍ତି । ଏମାନଙ୍କ ବନ୍ଧୁତା ଓ ଶତ୍ରୁତା ଉଭୟେ ଖରାପ ହୋଇଥାଏ । ଖରାପ ବ୍ୟକ୍ତିଙ୍କ ସେବା ଦ୍ୱାରା ଯଦି କିଛି ଲାଭ ହେଉଥାଏ ତ ଏହା କିଛି ସମୟର ଖୁସୀ ହୋଇଥାଏ । ହେଲେ ଏମାନଙ୍କ ସାହାଯ୍ୟ ଅସୁବିଧାରେ ପକାଇଥାଏ । ଦୁଷ୍ଟ ବ୍ୟକ୍ତି ନିଜର ଫାଇଦା ପାଇଁ ଆପଣଙ୍କୁ ଭୁଲ କାମରେ ବି ବ୍ୟବହାର କରିପାରେ । ଏମାନଙ୍କ କାମ ନ କଲେ ବି ଆପଣଙ୍କ ପାଇଁ ଅସୁବିଧା ହୋଇପାରେ । ତେଣୁ ଏମିତି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ ।

ଦୁଷ୍ଟ ଲୋକଙ୍କୁ ପ୍ରେମ

ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିର ବ୍ୟବହାର ଓ ବ୍ୟକ୍ତିତ୍ୱ ତାକୁ ଅନ୍ୟର ପ୍ରେମ ପାତ୍ର ବନାଇଥାନ୍ତି । ପୁଣି ସେ ଝିଅ ହୁଅନ୍ତୁ ବା ପୁଅ । ଅର୍ଥ ଓ ପଦବି ପାଇଁ କିଛି କରିପାରୁଥିବା ବ୍ୟକ୍ତି କାହାକୁ ବି ଧୋକା ଦେଇପାରେ । ଏମାନଙ୍କ ପ୍ରେମ ଜାଲରେ ଫଶନ୍ତୁ ନାହିଁ । ଏମିତି କରିବା ଦ୍ୱାରା ବ୍ୟକ୍ତି ନିଜ ଜୀବନ ବରବାଦ କରି ଦେଇଥାଏ ।

ଦୀପର ନିଆଁ

ଚାଣକ୍ୟଙ୍କ ମତରେ ଦୀପର ନିଆଁ କ୍ଷଣିକ ପାଇଁ ଜଳିଥାଏ,ହେଲେ ପୁଣି ଲିଭିଯାଇଥାଏ । ଏହା କ୍ଷଣିକ ପାଇଁ ଖୁସି ଦେଇଥାଏ,ହେଲେ ପୁଣି ଅନ୍ଧାର ହୋଇଯାଇଥାଏ । ସେହିପରି ମୁହଁ ଉପରେ ମିଠା କଥା କହୁଥିବା ବ୍ୟକ୍ତି କିଛି ସମୟ ପାଇଁ ଆକର୍ଷିତ କରିପାରେ,ହେଲେ ମନରେ ଥିବା ଭୁଲ ବିଚାର ଆମକୁ ଭବିଷ୍ୟତରେ ଦୁଃଖ ଦେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.