ଜଳବାୟୁ ପରିବର୍ତ୍ତନକୁ ରୋକା ନଗଲେ ବଢ଼ିଯିବ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା, UNDP ରିପୋର୍ଟ ଦେଲା ସତର୍କ ସୂଚନା

ନୂଆଦିଲ୍ଲୀ : ଜଳବାୟୁ ପରବର୍ତ୍ତନକୁ ନେଇ ଏବେ ଯେତିକି ଚିନ୍ତା ପ୍ରକଟ କରାଯାଉଛି, ପୂର୍ବରୁ ଏହା ଉପରେ ଏତେ ଚିନ୍ତା କରାଯାଉ ନଥିଲା । ଏବେ ସବୁ ଦିଗରୁ ସୁ ରାଷ୍ଟ୍ର ଏହା ଉପରେ କେବଳ ଯେ ସ୍ଲୋଗାନ ଦେଉ ନାହାଁନ୍ତି, ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି । ୟୁନାଇଟେଡ ନେସନ ଡେଭଲପମେଣ୍ଟ ପ୍ରୋଗ୍ରାମ (UNDP) ରେ ଏହାକୁ ନେଇ ଏକ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି ।

ଏଥିରେ କୁହାଯାଇଛି, ଯଦି ଠିକ୍‌ ସମୟ ପୂର୍ବରୁ କାର୍ବନ ନିଷ୍କାସନ (Co2)କୁ ରୋକା ନଯାଏ, ବିଶ୍ୱର ଅନେକ ଦେଶରେ ଏହାର ପ୍ରଭାବରୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଯିବ । ତେଣୁ ବିଶ୍ୱକୁ ଏ ସମ୍ପର୍କରେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଛି । ନଚେତ କ୍ଲାଇମେଟ ଚେଞ୍ଜ ବା ଜଳବାୟୁ ପରିବର୍ତ୍ତନ ଯୋଗୁ ମାନବ ବିକାଶ ବହୁତ ବିପଦରେ ପଡିଯିବ ।

ମାନବ ଜାତି ପାଇଁ ହୋଇପାରେ ବିପଦପୂର୍ଣ୍ଣ

ଜଳବାୟୁ ପରିବର୍ତ୍ତନ ନା କେବଳ ମାନବ ଜାତିର ଭବିଷ୍ୟତୁ ଅନ୍ଧକାରମୟ କରିଦେବ, ବରଂ ଏହାର କାରଣରୁ ମନୁଷ୍ୟର ମୃତ୍ୟୁ ହାର,ଲୋକଙ୍କ ଚଳ ପ୍ରଚଳ କ୍ଷମତା ଓ ଶକ୍ତିର ବ୍ୟବହାର ଉପରେ ବଡ଼ ପ୍ରଭାବ ପକାଇବ । ଏହାଯୋଗୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ ବୋଲି UNDP ରିପୋର୍ଟରୁ ଜଣାଯାଇଛି । ମାନବୀୟ କ୍ଲାଇମେଟ ଅନୁଯାୟୀ ପବନରେ କାର୍ବନ ବା ଅଙ୍ଗାରକାମ୍ଳ ସ୍ତର ଲଗାତାର ବିପଦପୂର୍ଣ୍ଣ ଭାବେ ବଢ଼ି ଚାଲିଛି । ଯେଉଁଥିପାଇଁ ପୃଥିବୀର ତାପମାତ୍ରା କ୍ରମାଗତଃ ଭାବେ ବଢ଼ି ଚାଲିଛି । ମାନବ ଜୀବନ ଉପରେ ସବୁ ସ୍ତରରେ ଏହାର ପ୍ରଭାବ ପଡୁଛି ।

ବଢ଼ିଯିବ ରୋଗୀଙ୍କ ସଂଖ୍ୟା

ଏହଯୋଗୁ ହାର୍ଟ ଓ ଶ୍ୱାସ ସମ୍ବନ୍ଧୀୟ ରୋଗୀ ସଂଖ୍ୟା ବଢ଼ିଯିବ । ବଢ଼ୁଥିବା ରୋଗୀ ସଂଖ୍ୟା ଆଧାରରେ UNDP ଆଶଙ୍କା କରିଛି ଯେ ଏହର ପ୍ରଭାବରେ ପାକିସ୍ତାନର ଫୈସଲାବାଦ ଓ ବାଂଲାଦେଶର ରାଜଧାନୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ସେହିପରି ସାଉଦ ଆରବ ରାଜଧାନୀ ରିୟାଦରେ ଏହାର ବୃଦ୍ଧି ସଂଖ୍ୟା ମଧ୍ୟ ଆଶଙ୍କା କରାଯାଇପାରେ । ୧୯ ଶତାବ୍ଦୀ ପରେ ପୃଥିବୀର ତାପମାତ୍ରାରେ ପ୍ରାୟ ୧.୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିବା ଏକ ଗବେଷଣାରୁ ଜଣାଯାଇଛି । ବିଶ୍ୱର ଅଧିକାଂଶ ଭାଗରେ ଲୋକେ ପୂର୍ବାପେକ୍ଷା ଅଧିକ ଗରମ ଅନୁଭବ କରିବେ ବୋଲି ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.