କରୋନା ଭ୍ୟାକ୍‌ସିନ୍‌ ତିଆରି ଦୌଡ଼ରେ ଏହି ଦୁଇଟି କମ୍ପାନୀ ସବୁଠୁ ଆଗରେ, ୯୯ ପ୍ରତିଶତ ସଫଳ ହୋଇଥିବା ଦାବି

କରୋନା ଭାଇରସ୍‌କୁ ମାତ୍‌ ଦେବା ଭଳି ଟୀକା ଏବେ ଯାଏଁ ପ୍ରସ୍ତୁତ ହୋଇପାରିନାହିଁ। ଏଣୁ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କମ୍ପାନୀ କରୋନାର ଟୀକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। କିନ୍ତୁ କେହି ବି ସଫଳ ହୋଇପାରିନାହାନ୍ତି। ଇତିମଧ୍ୟରେ ଦୁଇଟି କମ୍ପାନୀ ଖୁସି ଖବର ଦେଇଛନ୍ତି। କମ୍ପାନୀ ଦ୍ୱୟ ଦାବି କରିଛନ୍ତି ଯେ ସେମାନଙ୍କ ଟୀକା ପରୀକ୍ଷଣ ଅର୍ଦ୍ଧାଧିକ ସଫଳ ହୋଇଛି। ଆମେରିକାର ଏକ କମ୍ପାନୀର ଟ୍ରାଏଲ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିସାରିଲାଣି। ଅନ୍ୟପଟେ ଚୀନୀ କମ୍ପାନୀ ସିନୋଭାକ୍‌ ବାୟୋଟେକ୍‌ ଦାବି କରିଛି ଯେ ତାଙ୍କ ଭ୍ୟାକ୍‌ସିନ୍‌ ୯୯ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି।

Coronavirus vaccine status, COVID-19 vaccine latest news update ...

୯୯ ପ୍ରତିଶତ ସଫଳ ହୋଇଛି ଏହି କମ୍ପାନୀ:

ସିନୋଭାକ୍‌ ବାୟୋଟେକ୍‌ ତରଫରୁ କୁହାଯାଇଛି ଯେ ଏହି ଭ୍ୟାକ୍‌ସିନ୍‌ ଚୀନ୍‌ରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଭଲ୍ୟୁଣ୍ଟିୟରଙ୍କ ଉପରେ ପରୀକ୍ଷଣ କରାଯାଉଛି। କୁହାଯାଉଛି ଯେ ଏବେ ଏହି ଭ୍ୟାକ୍‌ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରିବାକୁ ପ୍ରସ୍ତୁତି ଚାଲିଛି। ଏନେଇ ରିସର୍ଚ୍ଚର କହିଛନ୍ତି ଯେ ଏହି ଟୀକା ୯୯ ପ୍ରତିଶତ ପ୍ରଭାବଶାଳୀ ହେବ। କମ୍ପାନୀ ବେଜିଂରେ ଏକ ପ୍ଲାଣ୍ଟ ନିର୍ମାଣ କରୁଛି। ଏହି ପ୍ଲାଣ୍ଟରେ ପ୍ରାୟ ୧୦ କୋଟି ଡୋଜ୍‌ ପ୍ରସ୍ତୁତ କରାଯିବ। ସର୍ବପ୍ରଥମେ ହାଇ ରିସ୍କ ଥିବା ରୋଗୀଙ୍କ ଠାରେ ଏହାର ପ୍ରୟୋଗ କରାଯିବ ବୋଲି ଜଣାଯାଇଛି।

Coronavirus vaccine update: India to begin human trial in next six ...

ଆମେରିକାର ଭ୍ୟାକସିନ୍‌:

ଆମେରିକୀୟ କମ୍ପାନୀ Moderna Inc. ଦାବି କରିଛି ଯେ ତାଙ୍କ ପ୍ରଥମ ଟ୍ରାଏଲ ସଫଳ ହୋଇଛି। ଏହି ଟୀକା ମାଧ୍ୟମରେ ଶରୀରରେ ଆଣ୍ଟିବଡି ତିଆରି ହେଉଛି। ଏହା ଭାଇରସ୍‌କୁ ଦୁର୍ବଳ କରିଥାଏ। ଭିନ୍ନ ଭିନ୍ନ ଷ୍ଟେଜ୍‌ରେ ଭ୍ୟାକ୍‌ସିନ୍‌ର ଟ୍ରାଏଲ ଚାଲିଛି। ସିଏଟଲରେ ୪୫ ଜଣ ସୁସ୍ଥ ଲୋକଙ୍କ ଉପରେ ଟୀକାର ପରୀକ୍ଷଣ ହୋଇଛି। ସେମାନଙ୍କ ଶରୀରରେ କରୋନା ସହ ଲଢ଼ିବା ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.