ସପିଂ ମଲରେ ପ୍ରେମ ନିବେଦନ କଲେ ପ୍ରେମିକ, ତାପରେ ଦୁହିଁଙ୍କୁ. . .

ଇରାନର ସପିଂ ମଲରେ ଲୋକଙ୍କ ଭିଡ ମଝିରେ ରିଂ ପିନ୍ଧାଇବାରୁ ଏକ ଯୋଡିକୁ ଗିରଫ କରାଯାଇଛି। ଏହି ମାମଲା ଉତ୍ତର ସହର ଅରକର ଅଟେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ଯେଉଁଠି ଦେଖା ଯାଉଛି ଯେ ଯୁବକ ନିଜର ପ୍ରେମିକାକୁ ଭିଡ ମଝିରେ ମୁଦି ପିନ୍ଧାଉଛି। ଭୂମିରେ ଗୋଲାପ ପାଖୁଡାରେ ହାର୍ଟ୍ ସେପ ବନା ଯାଇଥିଲା ଏବଂ ଆଖପାଖରେ ଧଳା ଏବଂ ଲାଲ ରଙ୍ଗର ବେଲୁନ ମଧ୍ୟ ପଡିଥିଲା।

ଯେତେବେଳେ ମହିଳା ବ୍ୟକ୍ତିଙ୍କୁ ‘ହଁ’ କହିଲେ ତେବେ ତରଙ୍କ ସାଥି ତାଙ୍କୁ ଆଲିଙ୍ଗନ କଲେ। ଆଖପାଖର ଲୋକ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ କିଛି ସମୟ ପରେ ପୋଲିସ ଦୁହିଁଙ୍କୁ ଗିରଫ କରିନେଇଥିଲା। ପୋଲିସର କହିବାନୁଯାୟୀ ଦୁହେଁ ଇସଲାମୀ ସିନ୍ଧୁତାର ଉଲଂଘନ କରିଛନ୍ତି।

ଇରାନରେ ଇସଲାମିକ ଆଇନ ହିସାବରେ ସାର୍ବଜନିକ ଭାବରେ କେହି କାହାରିକୁ ପ୍ରପୋଜ୍ କରିପାରିବ ନାହିଁ। ଏମିତି କରିବା ଏଠାରେ ପ୍ରତିବନ୍ଧିତ ଅଟେ। ପୋଲିସ ଜଣାଇଛନ୍ତି ଯେ ଏହି ଯୋଡିକୁ ଜନତାଙ୍କ ଦାବିରେ ହେପାଜତରେ ରଖାଗଲା।

ଏମାନଙ୍କୁ ଏଥିପାଇଁ ମଧ୍ୟ ହାଜତରେ ରଖାଗଲା କାରଣ ଏମାନଙ୍କର ଏମିତି କରିବା ଦ୍ବାରା ପାଶ୍ଚ୍ୟାତ ସଭ୍ୟତାର କୁପ୍ରଭାବ ସମାଜ ଉପରେ ପଡୁଛି। କିନ୍ତୁ ପରେ ଏମାନଙ୍କୁ ଛାଡି ଦିଆଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା। କିଛି ଲୋକ ଏହାକୁ ଠିକ କହୁଥିବା ବେଳେ କିଛି ଲୋକ ଏହାକୁ ଭୁଲ ମଧ୍ୟ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.