ପଙ୍ଗପାଳଙ୍କ କାରଣରୁ ଚୀନରେ ଯାଇଥିଲା ଦେଢ଼ କୋଟି ଲୋକଙ୍କ ଜୀବନ, ଜାଣନ୍ତୁ କେମିତି

ପାକିସ୍ତାନ ରୁ ଆସୁଥିବା ପଙ୍ଗପାଳ ଦଳ ଭାରତରେ ଏକ ପ୍ରକାର ଆତଙ୍କ ଖେଳେଇ ଦେଇଛନ୍ତି । ଏହି କୀଟ ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ ସମେତ ଅନେକ ରାଜ୍ୟରେ ଯେମିତି ଏକ କୋକୁଆ ଭୟ ସୃଷ୍ଟି କରିଛନ୍ତି । କେବଳ ରାଜସ୍ଥାନରେ ହିଁ ଏହି ଦଳ ୯୦ ହଜାର ହେକ୍ଟର ଜମିର ଫସଲ ନଷ୍ଟ କରି ଦେଇଛନ୍ତି । ଏହାକୁ ନଜରରେ ରଖି ଦିଲ୍ଲୀ, ହରିୟାନା, ହିମାଚଳ ପ୍ରଦେଶ, ତେଲେଙ୍ଗାନା,ଓଡିଶା ଓ କର୍ଣାଟକ ପରି ରାଜ୍ୟ ଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପଙ୍ଗପାଳଙ୍କ ଆକ୍ରମଣରେ ଖାଲି ଫସଲ ନଷ୍ଟ ହୁଏନି, ଏମାନେ ମଣିଷ ମାନଙ୍କ ଜୀବନ ବି ନେଇ ଯାଇପାରନ୍ତି । ହଁ ଏମିତି ହିଁ ଏକ ଘଟଣା ଆମ ପଡୋଶୀ ଦେଶ ଚୀନରେ ୬୦ ବର୍ଷ ତଳେ ଘଟିଥିଲା

locusts new

ପ୍ରକୃତରେ ୧୯୫୮ ମସିହାରେ ଚୀନ ଶାସନ ଗାଦିରେ ବସିଥିବା ମାଓ ଜୋଡାଙ୍ଗ “ଫୋର ପେଷ୍ଟ କ୍ୟାମ୍ପେନ” ନାମକ ଏକ ଅଭିଯାନର ଆରମ୍ଭ କରିଥିଲେ । ଏହି ଅଭିଯାନ ଅନୁଯାୟୀ ସେ ଚାରୋଟି ଜୀବ( ମଶା, ମାଛି, ମୂଷା, ଘରଚଟିଆ) ମାନଙ୍କୁ ମାରିବା ଆଦେଶ ଦେଇଥିଲେ । ତାଙ୍କ ଅନୁଯାୟୀ ଏହି କୀଟ ତଥା ପକ୍ଷୀମାନେ ଫସଲ ନଷ୍ଟ କରିବା କାରଣରୁ ଦେଶର କୃଷକ ମାନଙ୍କୁ ନାହିଁ ନଥିବା କ୍ଷତି ସହିବାକୁ ପଡୁଛି । ଏମିତିରେ ମଶା, ମାଛି, ମୂଷା ମାନଙ୍କ ବଂଶର ବିନାଶ କରିବା ସହଜ ନୁହେଁ । ଅନ୍ୟ ପକ୍ଷରେ ଘର ଚଟିଆ ପକ୍ଷୀ ବିଶେଷ ଭାବେ ଲୋକ ମାନଙ୍କ ଗହଣରେ ହିଁ ରହିବାକୁ ଅଧିକ ପସନ୍ଦ କରିଥାନ୍ତି । ମାଓ ଜୋର୍ଡାନଙ୍କ ଆଦେଶ ଅନୁସାରେ ସେମାନଙ୍କୁ ମାରି ଦିଆଯାଇଥିଲା । ଏମିତିକି ତାଙ୍କ ବସା ଗୁଡିକୁ ମଧ୍ୟ ନଷ୍ଟ କରି ଦିଆ ଯାଇଥିଲା ।

locusts new

ଯେଉଁଠି ଗୋଟେ ବି ଘରଚଟିଆ ନଜର ଆସୁଥିଲେ ସେମାନଙ୍କୁ ମାରି ଦିଆ ଯାଉଥିଲା । ସେସମୟରେ ଏହି ଆଧାରରେ ଲୋକମାନଙ୍କୁ ପୁରସ୍କାର ମଧ୍ୟ ଦିଆଯାଉଥିଲା । ଏମିତି ଲାଗି ରହିଥିବାରୁ କିଛି ମାସ ଭିତରେ ଚୀନରେ ଘର ଚଟିଆ ବଂଶ ସମ୍ପୁର୍ଣ୍ଣ ଧ୍ବଂସ ପାଇଗଲା । ଯାହାର ସିଧାସଳଖ ପ୍ରଭାବ ଚୀନ କୃଷକ ତଥା ଫସଲ ଉପରେ ପଡିଲା | ଘରଚଟିଆ ମାନେ ହିଁ ଫସଲ ନଷ୍ଟ କରୁଥିବା କୀଟ ମାନଙ୍କୁ ଖାଇ ନଷ୍ଟ କରିଥାନ୍ତି । ତାଙ୍କର ବିନାଶ କାରଣରୁ କୀଟ ମାନଙ୍କ ଦାଉରୁ ଫସଲ ରକ୍ଷା କରାଯାଇ ପାରିଲା ନାହିଁ । କିନ୍ତୁ ଏହି ବୁଦ୍ଧି ମାଓ ଜୋର୍ଡାନଙ୍କ ମୁଣ୍ଡରେ ପଶିଲା ଓ ତୁରନ୍ତ ବନ୍ଦ କରିବା ଦେଇ ନିର୍ଦ୍ଦେଶ ଦେଇଥିଲେ |କିନ୍ତୁ ସେତେ ବେଳକୁ ବହୁତ ଡେରି ହେଇ ଯାଇଥିଲା ।

ଘରଚଟିଆଙ୍କ ବଂଶ ନାଶ କାରଣରୁ ସେଠାରେ ପଙ୍ଗପାଳଙ୍କ ସଂଖ୍ୟା ବଢି ଯାଇଥିଲା | ଫଳରେ ଦେଶର ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା । ଫଳରେ କିଛି ଦିନ ଭିତରେ ଦେଶରେ ଅକାଳ ପଡିଥିଲା । ଖାଦ୍ୟ ନପାଇ ପ୍ରାୟ ଦେଢ଼ କୋଟି ଲୋକଙ୍କ ଜୀବନ ଯାଇଥିଲା । କୁହାଯାଏକି ଚୀନର ଏହା ହେଉଛି ସବୁଠୁ ବଡ଼ ଦୁର୍ଦ୍ଧଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.