ଶିକାର ଖୋଜିବାକୁ ଯାଇ ନିଜେ ଶିକାର ହୋଇଗଲା ସାପ, ଜୀବନ ବିକଳରେ ଗାତ ବାହାରେ ହେଲା ଛଟପଟ: ଦେଖନ୍ତୁ ଭିଡିଓ

ସମସ୍ତେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ଆଉ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ସାମ୍ନାକୁ ଆସିଥାଏ। ବେଳେ ବେଳେ ଏମିତି କିଛି ଭିଡିଓ ଆଶ୍ଚର୍ଯ୍ୟ କରିଦେଇଥାଏ। ଏମିତି ଏକ ଭିଡିଓ ଏବେ ଭାଇରଲ ହେଉଛି। ଯେଉଁଥିରେ ସାପଟି ପିମ୍ପୁଡି ଗାତରେ ପଶିବା ପରେ ତା’ ଅବସ୍ଥା କ’ଣ ହୋଇଛି, ତାହା ଦେଖିବାକୁ ମିଳିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଶିକାର ଖୋଜିବା ପାଇଁ ସାପ ବିଲରେ ବୁଲୁଥିବା ବେଳେ ଏକ ଗାତ ଉପରେ ନଜର ପଡିଛି। ଆଉ ସାପ ଏହା ଭିତରେ ଶିକାର ରହିଛି ବୋଲି ଭାବି ପଶି ମଧ୍ୟ ଯାଇଥିଲା। କିନ୍ତୁ ସାପ ଯାହା ଭାବିଥିଲା, ସେଠାରେ ତାର କୌଣସି ଶିକାର ନଥିଲା ବରଂ ସେ ନିଜେ ଶିକାର ହୋଇଗଲା ।ଆଉ ସାପ ହୁଏତ ଏମିତି ଅବସ୍ଥା କେବେ ବି ଭୋଗିନଥିବ। ଶିକାର ଖୋଜିଖୋଜି ସାପ ପିମ୍ପୁଡି ଗାତରେ ପସିଯିବା ପରେ ପିମ୍ପୁଡିମାନେ ଆକ୍ରମଣ କରିଥିଲେ।

ସାପ ଗାତରେ ପଶିବା ମାତ୍ରେ ପିମ୍ପୁଡି ତାକୁ କାମୁଡିବାକୁ ଆରମ୍ଭ କରିଦେଇଥିଲେ। ଜୀବନ ବିକଳରେ ସାପ ଗାତରୁ ବାହାରି ଛଟପଟ ହୋଇଥିଲା। ଗାତରୁ ବାହାରିବା ପରେ ମଧ୍ୟ ପିମ୍ପୁଡି ସାପକୁ ଛାଡିନଥିଲେ। ସାପଟି ନିଜକୁ ବଞ୍ଚାଇବା ପାଇଁ ଝଟପଟ ହୋଇଥିଲା। ଲାଞ୍ଜ ବାଡେଇ ସାପ ଛଟପଟ ହେଉଥିଲା। କିନ୍ତୁ ପିମ୍ପୁଡି ତାକୁ କାମୁଡିବାରେ ଲାଗି ରହିଥିଲେ। ଭିଡିଓରେ ଆପଣ ସାପର ଅବସ୍ଥା ନିଶ୍ଚିତ ଭାବେ ଦେଖିପାରିବେ।

ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇଛି। beautiful_new_pix ଇନଷ୍ଟାଗ୍ରାମ ପେଜରେ ଏହାକୁ ସେୟାର କରାଯାଇଛି। ଆଉ ଭିଡିଓକୁ ଅନେକ ଲାଇକ୍ସ ଏବଂ ଭ୍ୟୁ ମଧ୍ୟମିଳୁଛି ।

ନିକଟରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ସାପର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସାପଟି ରାସ୍ତାରେ ବୁଲି ଘରକୁ ପଶୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଜଣେ ମହିଳା ଘର ଭିତରେ ଥାଇ ସାପକୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏହି ସମୟରେ ସାପଟି ନ ଡରିବା ଯୋଗୁଁ ମହିଳା ଜଣକ ତା ଉପରେ ଚପଲ ଫୋପାଡିଦେଇଛନ୍ତି। ଆଉ ଯେମିତି ମହିଳା ଜଣକ ଚପଲ ଫୋଫାଡୁଛନ୍ତି, ସାପ ମୁହଁରେ ଚପଲ ଧରି ଚାଲିଯାଉଛି । ତେବେ ସାପ ଚପଲରେ ମୁହଁରେ କାମୁଡି ଧରି ଯାଉଛି।

ଭିଡିଓରେ ଦେଖିବାକୁ ମିଳିଛି, ସାପଟି ଚପଲକୁ ମୁହଁରେ ଧରି ଯାଉଥିବା ବେଳେ ମହିଳା ଜଣକ ଚପଲ ମାଗୁଛନ୍ତି। ତେବେ ସାପ ଏହା ନ ଶୁଣି ଚପଲ ଧରି ଚାଲିଯାଉଛି। ଏହି ଭିଡିଓ ଭାଇରଲ ହେବା ପରେ ଲୋକେ ହସି ହସି ଗଡିଯାଉଛନ୍ତି । ଏହି ଭିଡିଓକୁ ଆଇଏଫଏସ୍‌ ପ୍ରବୀଣ କାସଓ୍ଵାନ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.