ବାପା ବିକନ୍ତି ଲେମ୍ବୁ ସରବତ୍‌ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ଫୁଟ୍‌ପାଥ୍‌ ଷ୍ଟ୍ରିଟ୍‌ ଲାଇଟ୍‌ରେ ପାଠ ପଢ଼ି ପାଇଲେ ସଫଳତା

ଭଗବାନ ବି କେତେ ନିଷ୍ଠୁର ସତେ, କାହାକୁ ଜୀବନ ବଞ୍ଚିବାର ସବୁ କିଛି ସୁବିଧା ଅଜାଡି ଦେଇଛନ୍ତି ତ ଆଉ କାହାର ମୁଣ୍ଡ ଉପରେ ଛାତ ଖଣ୍ଡେ ଦେଇ ନାହାନ୍ତି । ହେଲେ ଜୀବନକୁ ସହଜରେ ଜୀଇବା ପାଇଁ, ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଦରକାର ଦୃଢ଼ ସଂକଳ୍ପ ଓ ମନୋବଳ । ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହା ଏହାକୁ ନେଇ ଏକ ସୁନ୍ଦର ବାର୍ତ୍ତା ଦେବ । ଯେକୌସି ପରିସ୍ଥିତିର ସାମନା କରିବାକୁ ସାହସ ଯୋଗାଇବ ।

asamaaମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ଫୁଟ୍‌ପାଥ୍‌ ଉପରେ ରହୁଛନ୍ତି ଲେମ୍ବୁ ସରବତ ବେପାରୀ ସଲିମ ସେଖ୍‌ଙ୍କ ପରିବାର । ଇଏ ହେଉଛି ସଲିମ୍‌ଙ୍କ ଝିଅ ଆସମା । ତାର ଛୋଟ ଆଖିରେ ବଡ ସ୍ୱପ୍ନ । ମନରେ କିଛି କରିବାର ଦୃଢ ସଂକଳ୍ପ । ସେହି ସଂକଳ୍ପକୁ ନେଇ ସେ ଆଜି ସଫଳ । ସେହି ସଫଳତାକୁ ବାପ ଝିଅ ପାଳନ କରୁଛନ୍ତି ପରସ୍ପରକୁ ମିଠା ଖୁଆଇ । କାରଣ ବଡ଼ ସଫଳତା ହାସଲ କରିଛନ୍ତି ଆସମା । ଏହି ଭିଡିଓ କ୍ଲିପ ଉପରେ ନଜର ପକାନ୍ତୁ, ଆପଣ ଏହି ଛୋଟ ଝିଅଟିର ଆଖିରେ ଥିବା ଖୁସିକୁ ନିଜେ ଅନୁଭବ କରି ପାରୁଥିବେ ।

video courtesy : Mumbai Mirror 


ମାତ୍ର ୧୭ ବର୍ଷ ବୟସରେ ଅନ୍ୟ ପାଇଁ ପ୍ରେରଣା ହୋଇଛି ଏହି କୁନି ଝିଅ । ଅଭାବ ଅନଟନ ଆଉ ଅନେକ ପ୍ରତିବନ୍ଧକ ଭିତରେ ରହି ମଧ୍ୟ ସେ ନିଜ ସ୍ୱପ୍ନକୁ ସଫଳ କରିବାରେ ସମର୍ଥ ହୋଇଛନ୍ତି । ଘର ନାହିଁ, ଷ୍ଟ୍ରିଟ୍‌ ଲାଇଟରେ ପାଠ ପଢି ଏସ୍‌ଏସ୍‌ସି ଦଶମ ଶ୍ରେଣୀ ପରୀକ୍ଷାରେ ୪୦% ମାର୍କ ରଖି ପାସ କରିଛନ୍ତି ଆସମା । ଦେଖନ୍ତୁ କିଭଳି ଭାବରେ ତାଙ୍କର ଏହି ସଫଳତାକୁ ମିଠା ଖୁଆଇ ଖୁସିରେ ପାଳନ କରୁଛନ୍ତ ପରିବାର ଲୋକେ । ମୁମ୍ବାଇ ଆଜାଦ ମଇଦାନ ଫୁଟ୍‌ପାଥ୍‌ ହେଉଛି ସଲିମଙ୍କ ବାସସ୍ଥାନ । ସେଇଠି ଲେମ୍ବୁ ସର୍ବତ ବିକି ପରିବାର ଚଳାନ୍ତି । ତଥାପି ଝିଅର ପାଠ ପଢ଼ିବା ଇଚ୍ଛାକୁ ଦେଖି ତାକୁ ଟ୍ୟୁସନ୍‌ ଦେଇଥିଲେ ।ଅବଶ୍ୟ ଏପର୍ଯ୍ୟନ୍ତ ସାର୍‌ଙ୍କୁ ଟ୍ୟୁସନ୍‌ ଫି ଦେଇ ନାହାନ୍ତି।

asamaaaଏତେ କଷ୍ଟ କରି ପାସ୍‌ କରିଥିବାରୁ ଆସମାଙ୍କୁ ନେଇ ସମସ୍ତେ ଖୁସି । ଏମିତିକି ପୂର୍ବତନ ମନ୍ତ୍ରୀ ମିଲିନ୍ଦ ଦେଓରା ଆସମା ସମ୍ପର୍କରେ ସୂଚନା ପାଇବା ପରେ ତାର ଆଗକୁ ପଢ଼ିବା ପାଇଁ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି। ଆସମା କଲେଜ ଯିବେ ଆଉ ଆଗକୁ ଆର୍ଟସରେ ପଢ଼ିବାକୁ ଚାହୁଁଛନ୍ତି। ଏହି ଭିଡିଓ ଭାଇରଲ୍‌ ହେବା ପରେ ଆସମାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହା ସହିତ ବଢ଼ିଛି ସହାୟତାର ହାତ। ସେଇଥିପାଇଁ ତ କୁହାଯାଏ ଯଦି ତୁମେ ନିଷ୍ଠା ଓ ବିଶ୍ୱାସର ସହ କାମ କରିବ ସଫଳତା ନିଶ୍ଚୟ ତୁମ ହାତମୁଠାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.