କଟକ: ନିଶ୍ଚିନ୍ତକୋଇଲି ପିଂପୁର ମହାନଦୀର ଧସିଲା ବନ୍ଧ, ଆତଙ୍କିତ ଅଞ୍ଚଳବାସୀ

ମାହାଙ୍ଗା(କେନ୍ୟୁଜ୍):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପିଂପୁର ମହାନଦୀର ଧସିଲା ବନ୍ଧ।  ପାଖାପାଖି ୧୨ ଫୁଟ ଉଚ୍ଚରୁ ଉର୍ଦ୍ଧ୍ବ ମାଟି ଅତଡା ଧସିଯାଇଛି। ବନ୍ଧକୁ ଯୁଦ୍ଧ କାଳୀନ ଭିତ୍ତିରେ  ମରାମତି କରିବା ପାଇଁ ଏସଡିଓ ଓ ଜେଇ ରହି କାର୍ଯ୍ୟର ତଦାରଖ କରୁଛନ୍ତି। ପାଖାପାଖି ୨୦୦ ଶ୍ରମିକ ବନ୍ଧ ମରାମତି କାର୍ଯ୍ୟରେ ଲାଗି ପଡିଛନ୍ତି। ଯଦି ବନ୍ଧରେ ଘାଇ ହୁଏ ତେବେ ୫ରୁ ଅଧିକ ପଞ୍ଚାୟତ କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡିଛି। ମାହାନଦୀ ବନ୍ଧରୁ ମାତ୍ର ୩୦୦ ମିଟର ଦୂରରେ ଜନବସତି ଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।