ଯୁବକଙ୍କୁ ଜଗି ବସିଥିଲା ମୃତ୍ୟୁ, ଶୋଇଥିବା ବେଳେ କମ୍ବଳ ଭିତରୁ ବାହାରିଲା ୬ ଫୁଟର କଳା ନାଗ

ଥରେ କଳ୍ପନା କରନ୍ତୁ ଯେ ଆପଣ ଆରାମରେ ଶୋଇଛନ୍ତି। ତେବେ ଆପଣ ଅନୁଭବ କରିବେ ଯେ ଆପଣଙ୍କ ବିଛଣାରେ ଏକ ବିଷାକ୍ତ ସାପ ଅଛି। ସେଠାରେ ଆପଣ କଣ କରିବେ… ନିଶ୍ଚିତ ଭାବେ ଭୟଭୀତ ହୋଇଯିବେ। ତେବେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ରହୁଥିବା ଜଣେ ଯୁବକଙ୍କ ସହ ସମାନ ଘଟଣା ଘଟିଥଲା। ସେ ଅନୁଭବ କରିଥିଲେ ଯେ ସେ ‘ମୃତ୍ୟୁ’ ସହିତ ଶୋଇଛନ୍ତି। ରାତିରେ ତାଙ୍କ କୋଠରୀରେ ଶୋଇଥିବା ଗୋବିନ୍ଦ ପ୍ରଜାପତି କୁର୍ତ୍ତା ଭିତରେ କିଛି ଜୀବଙ୍କର ଅସ୍ତିତ୍ୱ ଅନୁଭବ କରିଥିଲେ। କିନ୍ତୁ ସେ ଶୋଇଥିବା ଅବସ୍ଥାରେ କିଛି ବୁଝିପାରିନଥିଲେ। ଯେତେବେଳେ ସେ ବିଛଣାରୁ ଉଠି ଘରର ଲାଇଟ ଲଗାଇଲେ ଜାଣିବାକୁ ପାଇଲେ ଯେ କମ୍ବଳ ଭିତରେ ୬ ଫୁଟ ଲମ୍ବର ଏକ ବିଷାକ୍ତ ନାଗ ସାପ ଅଛି।

ଗୋବିନ୍ଦ ପ୍ରଜାପତିଙ୍କ ଘର ସିରୋଞ୍ଜା ଗାଁର ପେଟ୍ରୋଲ ପମ୍ପ ନିକଟରେ। ମଙ୍ଗଳ-ବୁଧବାର ମଧ୍ୟବର୍ତ୍ତୀ ରାତିରେ ଯେତେବେଳେ ସେ ନିଜ କୋଠରୀରେ ଶୋଇଥିଲେ | ତା’ପରେ ସେ ଅନୁଭବ କଲେ ଯେ ତାଙ୍କ କୁର୍ତ୍ତା ଭିତରେ କିଛି ଅଛି। ସେ କିଛି ଅଦ୍ଭୁତ କଥା ଅନୁଭବ କରିବା ପରେ କମ୍ବଳ ଭିତରୁ ବାହାରି ଯାଇଥିଲେ। ଏହି ଘଟଣାକୁ ନେଇ ଯୁବକ ଜଣକ କହିଛନ୍ତି ଯେ, ‘ମୁଁ ରୁମର ଆଲୋକକୁ ଅନ୍ କରିବା ମାତ୍ରେ ମୋର ହୋସ ଉଡିଯାଇଥିଲା।’

କମ୍ବଳ ଭିତରେ ନାଗ ସାପ ଦେଖି ଗୋବିନ୍ଦଙ୍କ ସଙ୍ଗେ ସଙ୍ଗେ ସେ ନିଜ କୋଠରୀରୁ ବାହାରି କବାଟ ବନ୍ଦ କରିଦେଇଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ମଧ୍ୟ ବାହାରକୁ ଆସିଥିଲେ। ପଚରାଯିବାରୁ ଗୋବିନ୍ଦ କୋଠରୀରେ ନାଗ ସାପ ଉପସ୍ଥିତି ବିଷୟରେ କହିଥିଲେ। ଏହା ଶୁଣି ଘର ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲା। ସେମାନେ କୋଠରୀ ଭିତରକୁ ପଶି ଦେଖିଲେ ତା ନାଗ ସାପ କମ୍ବଳ ଉପରେ ନିଜର ଫଣା ଟେକି ବସିଥିଲା। ଏହାପରେ ରାତି ଅଧାରେ ସାପ ଧରିବା ପାଇଁ ସେହି ଅଞ୍ଚଳରେ ସ୍ନେକ ହେଲ୍ପ ଲାଇନ ଆକିଲ ବାବାଙ୍କୁ ଡକାଯାଇଥିଲା, ଆଉ ସମସ୍ତେ ସାପ ଉପରେ ସକାଳ ପର୍ଯ୍ୟନ୍ତ ନଜର ରଖିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ଆକିଲ ବାବା କଠିନ ପରିଶ୍ରମ ପରେ ସାପକୁ ନିୟନ୍ତ୍ରଣ କରି ଏହାକୁ ଏକ ପ୍ଲାଷ୍ଟିକ ଡବାରେ ବନ୍ଦ କରି ଦେଇଥିଲେ।

sanake

ଏହି ଘଟଣାକୁ ନେଇ ଗୋବିନ୍ଦ କହିଛନ୍ତି ଯେ ଯେତେବେଳେ ମୁଁ କୁର୍ତ୍ତା ଭିତରେ କୋବ୍ରାକୁ ଦେଖିଲି, ମୁଁ ମୋର ହୋସ ହରାଇବସିଲି। କିଛି ସମୟ ପାଇଁ ଲାଗିଲା ଯେ ମୁଁ ‘ମୃତ୍ୟୁ’ ସହିତ ଶୋଇଛି। ସୌଭାଗ୍ୟ ବଶତଃ ସାପଟି ମୋର କିଛି କ୍ଷତି କରି ନାହିଁ । ମୁଁ ଭଗବାନଙ୍କ ଦୟାରୁ ମୃତ୍ୟୁ ମୁଖରୁ ବଞ୍ଚିଗଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.