ପୂଜା କରିବା ସମୟରେ ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେଉଁ ଫୁଲ ଅର୍ପଣ କରିବା ଉଚିତ୍‌

ଆପଣ ଲକ୍ଷ୍ୟ କରିଥିବେ ଯେ ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି ଏହି ଶୁଖିଲା ଫୁଲକୁ କଣ କରିବେ। ମନ୍ଦିରରୁ ମିଳିଥିବା ଏହି ଫୁଲକୁ ଭୁଲ ବ୍ୟବହାର କଲେ ବ୍ୟକ୍ତି ପାପର ଭାଗିଦାର ହୋଇଥାନ୍ତି ବୋଲି କୁହାଯାଏ।

ଏମିତିରେ ପୂଜା କରିବା ସମୟରେ ସବୁ ଫୁଲ ଆମେ ସବୁ ଠାକୁରଙ୍କୁ ନେବା ଉଚିତ ନୁହେଁ। କାରଣ ପ୍ରତ୍ୟେକ ଦେବାଦେବୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଫୁଲ ରହିଛି। ସେହି ଫୁଲ ବ୍ୟତିତ ଅନ୍ୟ ଫୁଲ ଅର୍ପଣ କଲେ କୁହାଯାଏ ଭଗବାନ କ୍ରୋଧିତ ହୋଇଯିବେ। ଅବା ଆପଣଙ୍କ ମନସ୍କମନା ପୂର୍ଣ୍ଣ ହେବ ନାହିଁ।

ଏହାସହ ପୂଜା ଫୁଲକୁ ନଆଣି ତାକୁ କିପରି ବ୍ୟବହାର କରିବେ। ବେଳେ ବେଳେ ଆମେ କୌଣସି ତୀର୍ଥ ସ୍ଥାନ କିମ୍ବା କୌଣସି ମନ୍ଦିର ଦର୍ଶନ ପାଇଁ ଯାଇଥାଉ ମନ୍ଦିର ପୂଜାରୀ ଭଗବାନଙ୍କ ଚରଣରୁ ଫୁଲ ଆଣି ଦେଇଥାନ୍ତି।

ସେତେବେଳେ ଲୋକେ ଚିନ୍ତିତ ହୋଇ ପଡନ୍ତି ଯେ ଏହି ଫୁଲକୁ କ’ଣ କରାଯିବ। ଘରେ ପହଞ୍ଚୁ ପହଞ୍ଚୁ ତ ଏହି ଫୁଲ ଶୁଖିଯିବା।ଏହିଭଳି ସ୍ଥିତିରେ ଏହି ଫୁଲକୁ ହାତରେ ରଖି ଶୁଙ୍ଘି ନେବା ଉଚିତ। ଶୁଙ୍ଘିବା ପରେ କୌଣସି ଗଛ ତଳେ କିମ୍ବା ନଦୀରେ ପ୍ରବାହିତ କରିଦେବା ଉଚିତ। ଶୁଙ୍ଘିବା ଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଶରୀରକ ଚାଲି ଆସିଥାଏ। ଏହାପରେ ଏହି ଫୁଲକୁ କୌଣସି ନଦୀରେ ପ୍ରବାହିତ କରିଦେବା ଉଚିତ।

ଏମିତିରେ ଆପଣ ପୂଜାର ସଠିତ ତରିକା ଜାଣି ଯିବେ।ଯଦ୍ୱାରା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଯିବ। ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଦେବୀ-ଦେବତାଙ୍କୁ ପୂଜାରେ ତାଙ୍କ ପ୍ରିୟ ଫୁଲ ଅର୍ପଣ କରିଥାନ୍ତି। ଫଳରେ ଭଗବାନ ଏଥିରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ହେଲେ ଠାକୁରଙ୍କୁ ଏମିତି କିଛି ଫୁଲ ଅର୍ପଣ କରନ୍ତୁ ନାହିଁ ଯାହାଦ୍ୱାରା ସେ କ୍ରୋଧିତ ହେବେ । ଆଜି ଆସନ୍ତୁ ଜାଣିବା କେଉଁ ଫୁଲ କେଉଁ ଠାକୁରଙ୍କୁ ଦେବା ଉଚିତ ନୁହେ।

: ଧାର୍ମିକ ମାନ୍ୟତା ଅନୁସାରେ ଶ୍ରୀରାମଙ୍କ ପୂଜାରେ ଭୁଲରେ ବି କନିଅର ଓ ମାଧବୀ ଫୁଲ ଅର୍ପଣ କରନ୍ତୁ ନାହିଁ ।
: ଭଗବାନ ବିଷ୍ଣୁଙ୍କୁ ଅଗସ୍ତ୍ୟ ଓ ମାଧବୀ ଫୁଲ ଅର୍ପଣ କରନ୍ତୁ ନାହିଁ।
: ମା’ ପାର୍ବତୀଙ୍କୁ ଭୁଲରେ ମନ୍ଦାର ଫୁଲ ଅର୍ପଣ କରନ୍ତୁ ନାହିଁ । ମା’ ରୁଷ୍ଟ ହୋଇ ଫଳ ଦିଅନ୍ତି ନାହିଁ ।
: ଭଗବାନ ଶିବଙ୍କୁ ଜାଗର ବ୍ୟତିତ ଅନ୍ୟ କୌଣସି ଦିନ ଆପଣ କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ । ଏହାଦ୍ୱାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି।
: ମାନ୍ୟତା ଯେ ସୂର୍ଯ୍ୟଦେବଙ୍କ ପୂଜା ସମୟରେ ବେଲପତ୍ର ଅର୍ପଣ କରନ୍ତୁ ନାହିଁ । ଏଥିରେ ସୂର୍ଯ୍ୟଦେବ ଅସନ୍ତୁଷ୍ଟ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.