ଭାରତର ଏହି ସ୍ଥାନରେ ପାଳନ ହୁଏନି ଦୀପାବଳି ପର୍ବ, କାରଣ ଜାଣନ୍ତୁ

ଦୀପାବଳି ପର୍ବକୁ ସବୁଠି ବହୁତ ଧୂମଧାମରେ ପାଳନ କରାଯାଏ । କିନ୍ତୁ କେରଳରେ ଏହାକୁ ପାଳନ କରାଯାଏ ନାହିଁ। ଆଲୋକର ପର୍ବ ଦୀପାବଳିକୁ ସମସ୍ତଙ୍କର ଅପେକ୍ଷା ରହିଥାଏ। କିନ୍ତୁ କେରଳ ରାଜ୍ୟରେ ଏହାକୁ ନେଇ ସେମିତି କିଛି ଖାସ ଦେଖିବାକୁ ମିଳେ ନାହିଁ। ବିଶେଷ କରି ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ । କିନ୍ତୁ କେରଳ ରାଜ୍ୟରେ ଏସବୁ ଦେଖିବା ଅସମ୍ଭବ। ଏଠାରେ ଭଗବାନଙ୍କ ନିମିତ୍ତ ଦୀପ ମଧ୍ୟ ଜଳାଯାଏ ନାହିଁ। ଭାରତର ଦକ୍ଷିଣ ରାଜ୍ୟ କେରଳରେ ଏହି ପର୍ବ କୁ ଛାଡି ଅନ୍ୟପର୍ବକୁ ଖୁବ ଧୂମ ଧାମରେ ପାଳନ କରାଯାଏ । କେରଳର କୋଚ୍ଚିରେ କେବଳ ଏହାକୁ ମନାଯାଏ ।

ତେବେ ଏହା ପଛରେ ମଧ୍ୟ ଏକ ପୌରାଣିକ କାରଣ ରହିଛି। କେରଳରେ ରାକ୍ଷସ ମହାବଳୀ ରାଜାଙ୍କ ପୂଜା କରାଯାଏ। ତେଣୁ ତାଙ୍କ ପାଇଁ ଏହି ପର୍ବକୁ ପାଳନ କରିବାକୁ ବାରଣ କରାଯାଇଛି। ଏହି ପର୍ବ ତାଙ୍କ ହାରିବାକୁ ବୁଝାଏ। ତେଣୁ ଏଠାରେ ଲୋକ ରାଜାଙ୍କ ହାରିବାରେ ପୂଜା କରନ୍ତି ନାହିଁ । ଆମେ ସମସ୍ତେ ଜାଣିଛେ ଭଗବାନ ରାମ ରାବଣଙ୍କ ଠୁ ବିଜୟ ହାସଲ କରିବା ପରେ ଏହିଦିନ ଅଯୋଧ୍ୟା ଫେରିଥିଲେ। ତେଣୁ ଖୁସି ରେ ତାଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଜଳାଯାଇଥିଲା। ତେଣୁ ସେବେଠାରୁ ଲୋକମାନେ ଏହିଦିନ ଦୀପ ଜାଳି ପର୍ବକୁ ପାଳନ କରିଥାନ୍ତି।

କେରଳରେ ଏହି ପର୍ବକୁ ପାଳନ କରିବାର ଅନ୍ୟଏକ କାରଣ ମଧ୍ୟ ରହିଛି। ଏଠାରେ ହିନ୍ଦୁ ଧର୍ମର ଲୋକ କମ ରୁହନ୍ତି ।ତେଣୁ ରାଜ୍ୟରେ ବଡ଼ ଆଡମ୍ବର ସହକାରେ ଏହି ପର୍ବକୁ ପାଳନ କରାଯାଏ ନାହିଁ। କେରଳ ସମେତ ତାମିଲନାଡୁ ରେ ମଧ୍ୟ ଦିପାବଳି ପର୍ବ ଧୂମଧୂାମରେ ପାଳନ କରାଯାଏ ନାହିଁ। ବରଂ ସେଠାରେ ଲୋକମାନେ ନରକ ଚତୁର୍ଦ୍ଦଶୀ ପାଳନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.