ଯଦି ଆପଣ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆଜି ମଙ୍ଗଳବାର ପାଇଁ କିଛି ଉପାୟ କହିବୁ। ଯାହା ଦ୍ଵାରା ବିଶ୍ଵାସ ରହିଛି ଯେ ପ୍ରଭୁ ହନୁମାନଙ୍କ କୃପା ଆପଣଂକ ଉପରେ ରହିବ। ହନୁମାନ ପ୍ରତ୍ୟେକ ସମସ୍ୟା ଦୂର କରିବେ। ମଙ୍ଗଳବାର ଉପୟ ମଙ୍ଗଳବାର ଦିନ ଭଗବାନ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କୁ ପୂଜା କରିବାର ନିୟମ ରହିଛି।
ଏହି ଦିନ ପୂଜା କରିବା ସହିତ କିଛି ଜ୍ୟୋତିଷ ଶାସ୍ତ୍ର ଗ୍ରହଣ କରି ମଙ୍ଗଳ ଦୋଷରୁ ମଧ୍ୟ ମୁକ୍ତି ମିଳିବ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କ’ଣ କରିବାକୁ ହେବ।
ପଞ୍ଚାଙ୍ଗ ଅନୁଯାୟୀ ସପ୍ତାହର ପ୍ରତ୍ୟେକ ଦିନ ଗୋଟିଏ ବା ଅନ୍ୟ ଦେବତା ଏବଂ ଗ୍ରହ ପାଇଁ ଉତ୍ସର୍ଗୀକୃତ। ସେହିଭଳି ମଙ୍ଗଳବାର ଦିନ ଗ୍ରହମାନଙ୍କର ସେନା ପ୍ରଭୁ ହନୁମାନ ଏବଂ ମଙ୍ଗଳଙ୍କ ଉଦ୍ଦେଶ୍ୟରେ ସମର୍ପିତ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହ ଭୟଙ୍କର ବୋଲି ବିବେଚନା କରାଯାଏ। ମଙ୍ଗଳ ଦୋଷ ଥିଲେ ଘରେ ଅସନ୍ତୋଷ ଦେଖା ଦିଏ, ଯନ୍ତ୍ରଣା, ଦୁର୍ଘଟଣା ଇତ୍ୟାଦିର କାରଣ ହୁଏ। କେବଳ ଏତିକି ନୁହେଁ ଯେଉଁମାନଙ୍କର ମଙ୍ଗଳ ଗ୍ରହରେ ସେମାନଙ୍କର ସ୍ଥିତି ଠିକ୍ ନଥାଏ, ସେମାନଙ୍କୁ ମସ୍ତିଷ୍କ ଏବଂ ରକ୍ତ ସମ୍ବନ୍ଧୀୟ ରୋଗର ସମ୍ମୁଖୀନ ହେବାକୁ ପଡିବ। ସେଥିପାଇଁ ମଙ୍ଗଳ ଗ୍ରହର ସ୍ଥିତି ଦୃଢ ହେବା ଆବଶ୍ୟକ।
ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହର ସ୍ଥିତିକୁ ଠିକ୍ କରିବା ପାଇଁ କିଛି ଉପାୟ ଦିଆଯାଇଛି, ଯାହା ଦ୍ୱାରା ଜଣେ ବ୍ୟକ୍ତି ଖୁସିରେ ବଞ୍ଚିପାରିବ।ଏହା ସହିତ ହନୁମାନଙ୍କ ଆଶୀର୍ବାଦ ମଧ୍ୟ ମିଳିବ।ମଙ୍ଗଳ ଦୋଷ ପାଇଁ ପ୍ରତି ମଙ୍ଗଳବାର ସକାଳେ ଏବଂ ସନ୍ଧ୍ୟାରେ ଭଗବାନ ହନୁମାନଙ୍କ ସାମ୍ନାରେ ଏକ ଘିଅ ଦୀପ ଜାଳନ୍ତୁ।
କେବଳ ମନେରଖନ୍ତୁ ଯେ ତୁଳା ସଳିତା ବଦଳରେ ହାତରେ ବାନ୍ଧୁଥିବା ମୌଲି ବା ରକ୍ଷା କବଚକୁ ଘିଅ ଦେଇ ଦୀପ ଲଗାନ୍ତୁ। ଯଦି କାଲାଭା ବା ଏହି ହାତ ସୂତା ନାହିଁ, ତେବେ ସଳିତାରେ ଟିକେ ସିନ୍ଦୁର ଦେଇ ଏହାକୁ ଲାଲ୍ କରି ଦୀପ ଲଗାନ୍ତୁ। ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ବୁନ୍ଦି ଲଡୁ ଭୋଗରେ ଲଗାନ୍ତୁ। ଏହା ଛଡ଼ା ଆପଣ ଚଣା ଡାଲି ସହିତ ଗୁଡ଼ ମଧୁ ଭୋଗ ଲଗାଇ ପାରିବେ। ଏହା ଛଡ଼ା ଆପଣ ହନୁମାନଙ୍କୁ ଚାମେଲି ତେଲରେ ସିନ୍ଦୂର ମିଶାଇ ଲଗାଇ ଦିଅନ୍ତୁ। ମଙ୍ଗଳବାର ଦିନ ଏହା କରିବା ଦ୍ୱାରା ଆପଣ ଶନି ଦୋଶରୁ ମଧ୍ୟ ମୁକ୍ତି ପାଇବେ।
ପ୍ରଭୁ ହନୁମାନଙ୍କୁ ୧୦୮ ତୁଳସୀ ମାଳରେ ରାମଙ୍କ ନାମ ଲେଖା ତୁଳସୀ ପତ୍ର ପିନ୍ଧାନ୍ତୁ। ଏପରି କଲେ ପ୍ରଭୁ ହନୁମାନ ଶୀଘ୍ର ଖୁସି ହୁଅନ୍ତି। କେବଳ ଏପରି କରିବା ଦ୍ୱାରା ନୁହେଁ ଆପଣ ପ୍ରଭୁଙ୍କୁ ପୂଜା କରିବା ସମୟରେ ଭକ୍ତି ଭାବ ରଖି ନିଜ ମନର ଦୁଃଖ ଜଣାଇବେ। ତେବେ ଯାଇ ପ୍ରଭୁ କୃପା ଲାଭ କରିବେ। ଏହା ସହିତ ମଙ୍ଗଳ ଦୋଷ ଏବଂ ଶନି ଦୋଷରୁ ମଧ୍ୟ ଜଣେ ମୁକ୍ତି ପାଇଥାଏ।ମଙ୍ଗଳବାର ଦିନ ମାଙ୍କଡ କିମ୍ବା ନାଲି ରଙ୍ଗର ଗାଇଙ୍କୁ ଭଜା ଚଣା କିମ୍ୱା ଏହାର ଗୁଣ୍ଡ ଦିଅନ୍ତୁ। ଏହା କରିବା ଦ୍ୱାରା ମଙ୍ଗଳ ଗ୍ରହର ସ୍ଥିତି ଠିକ୍ ହେବ।