ଆସନ୍ତାକାଲି ଶ୍ରାବଣ ଦ୍ୱିତୀୟ ଶନିବାରରେ ପଡ଼ୁଛି ଖାସ୍‌ ସଂଯୋଗ, ଶନିଦେବଙ୍କ ଆଶୀର୍ବାଦ ପାଇଁ ନିଶ୍ଚୟ କରନ୍ତୁ ଏହି କାମ

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବେଶ୍‌ ଗୁରୁତ୍ୱ ରହିଛି। ପବିତ୍ର ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କୁ ସମର୍ପିତ ହୋଇଥାଏ। ଏହି ମାସରେ ଭୋଳାନାଥଙ୍କୁ ବିଧିବଦ୍ଧଭାବେ ପୂଜା କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ର ମୁତାବକ, ମହାଦେବଙ୍କ କୃପାରୁ ସବୁ ପ୍ରକାରର ଦୋଷରୁ ମୁକ୍ତି ମିଳିଥାଏ ଓ ବ୍ୟକ୍ତିଙ୍କ ଜୀବନ ଆନନ୍ଦରେ ଭରିଯାଏ।

ବର୍ତ୍ତମାନ ମକର, କୁମ୍ଭ, ଧନୁ, ମିଥୁନ ଓ ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଅଶୁଭ ପ୍ରଭାବ ରହିଛି। ଶନିଦେବ ମକର ରାଶିରେ ରହିବା ଫଳରେ ମକର, କୁମ୍ଭ, ଧନୁ ରାଶିରେ ଶନିଙ୍କ ସାଢ଼େସାତି ଚାଲିଛି। ସେହିପରି ମିଥୁନ, ତୁଳା ରାଶି ଉପରେ ବି ଶନିଙ୍କ କୋପ ଦୃଷ୍ଟି ରହିଛି। ଏହି କାରଣରୁ ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ, ଶାରୀରିକ ଓ ମାନସିକ ଚିନ୍ତା ଲାଗି ରହିବ। ଜ୍ୟୋତିଷଙ୍କ ମତରେ, ମହାଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶନିଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ। ଶନିବାର ଦିନ ଶନିଦେବଙ୍କୁ ସମର୍ପିତ ହୋଇଥାଏ। ଶ୍ରାବଣ ମାସରେ ଏହି ଦିନ ଶନିଦେବଙ୍କ ପୂଜା କରିବା ଦ୍ୱାରା ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ।

shani

ଶ୍ରାବଣ ମାସର ଦ୍ୱିତୀୟ ଶନିବାର ଦିନ ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧିଯୋଗ ଓ ବୃଦ୍ଧି ଯୋଗ ପଡ଼ୁଛି। ସର୍ବାର୍ଥ ସିଦ୍ଧି ଯୋଗ ଓ ଅମୃତ ସିଦ୍ଧି ଯୋଗ ସନ୍ଧ୍ୟା ୭.୦୩ ମିନିଟ୍‌ରୁ ତା’ପର ଦିନ ସକାଳ ୫ଟା ୩୮ ମିନିଟ୍‌ ଯାଏଁ ଚାଲିବ।

ଶନିବାର ଦିନ କରନ୍ତୁ ଏହି ଉପାୟ:

ଶନିଦେବଙ୍କୁ ସୋରିଷ ତେଲରେ ଅଭିଷେକ କରିବା ଆବଶ୍ୟକ ଓ ସୋରିଷ ତେଲ ଦାନ କରିବା ଆବଶ୍ୟକ। ଧାର୍ମିକ ମାନ୍ୟତା ଅନୁସାରେ, ଶନିବାର ଦିନ ଲୁହା କିମ୍ବା ଲୁହାରେ ତିଆରି ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଶନିବାର ଦିନ ଶନି ଚାଳିସା ପାଠ କରିବା ଲାଭଦାୟୀ ହୋଇଥାଏ।

Also Read: ରାଷ୍ଟ୍ରପତିଙ୍କ ଅଭିବାଦନ ବେଳେ ‘ମହାମହିମ’ ଶବ୍ଦକୁ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.