ସେପ୍ଟିପିନର ଉଦ୍ଭାବନ, କେମିତି, କାହିଁକି ଆଉ କିଏ ଆଣିଲେ ଏହାକୁ ?

ସେପ୍ଟିମିନ ଏକ ଏମିତି ଜିନିଷ ଯାହାକୁ ଅନେକ ପ୍ରକାରରେ ବ୍ୟବହାର କରାଯାଏ । କପଡା ଠାରୁ କାଗଜ ଏମିତିକି ଗହଣା ଯାଏଁ ଏବେ ସବୁଠି ସେପ୍ଟିମିନ ଜରୁରୀ ହୋଇଗଲାଣି । ବେଳେ ବେଳେ ଅତି ଖରାପ ପରିସ୍ଥିତିରେ ଗୋଟିଏ ସେପ୍ଟିପିନର ଆବଶ୍ୟକତା ଅନେକଙ୍କୁ ପାଗଳ କରିଥିବା ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ସେପ୍ଟିପିନର କାହାଣୀ କଣ ଜାଣନ୍ତି । ନିଜ ସୁରକ୍ଷା ପାଇଁ ଅନେକାଂଶରେ ଏହାକୁ ବ୍ୟବହାର କରାଯାଏ । କିନ୍ତୁ ଏବେ ଅନେକ ଉପାୟରେ ଏହାକୁ ଅନେକ କାର୍ଯ୍ୟରେ ଲଗାଯାଉଛି । ଗୋଟିଏ ତାରରେ ତିଆରି ଏହି ଛୋଟିଆ ଜିନିଷଟି ବହୁତ ହି ଉପଯୋଗୀ । କିନ୍ତୁ ଏହାର ଇତିହାସ ଜାଣନ୍ତି କି । କେଉଁ କାରଣରୁ ଏହା ଉଦ୍ଧାବନ କରାଯାଇଥିଲା ଓ କିଏ ଏହାକୁ ତିଆରି କରିଥିଲେ ।

କହିରଖୁଛୁ ୱାଲ୍ଚର ହଣ୍ଟ ସେପ୍ଟିପିନର ଉଦ୍ଭାବକ । ସେ ଏଭଳି ଛୋଟ ଛୋଟ ଜିନିଷ ପାଇଁ ବେଶ ଜଣାଶୁଣା । କୁହାଯାଏ ଯେ ତାଙ୍କ ଉପରେ ବହୁତ ଋଣ ଥିଲା । ସେହି ଋଣ ପରିଶୋଧ କରିବାକୁ ସେ ନୂଆ ନୂଆ ଜିନିଷର ଉଦ୍ଭାବନ କରୁଥିଲେ । ଏବଂ ଏଥିରେ ସେପ୍ଟିପିନ ଅନ୍ତର୍ଭୁକ୍ତ । ଏହାପରେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ଏହା ଏକ ଉପଯୋଗୀ ଜିନିଷ । ତେବେ ପ୍ରଥମେ ଏହାକୁ ବିକ୍ରିକରି ୪୦୦ଡଲାର ପାଇଲେ ।

ଏମିତି ବି କୁହାଯାଏ ଯେତେବେଳେ ପତ୍ନୀଙ୍କ ପୋଷାକରେ ଲାଗିଥିବା ବଟନ ଟି ଖସିପଡିଲା ସେତେବେଳେ ସେ ଏହାକୁ ସେପ୍ଟିପିନ ଦ୍ୱାରା ଯୋଡିବା ଫଳରେ ଏହା ବଟନ ଭାବରେ କାମ କଲା । ଏହାପରଠୁ ସେ ତାରରୁ ଏଭଳି ପିନ ତିଆରି କଲେ । ଯାହାକୁ ଡ୍ରେସପିନ କୁହାଗଲା । ଏହାର ପ୍ରକୃତ ନାମ ହେଉଛି ଡ୍ରେସପିନ । ଏହି ପିନ ବ୍ୟବହାର ପରେ ଆଙ୍ଗୁଠିରେ ଆଘାତ ହେଲା ନାହିଁ । ଏବଂ ଆଙ୍ଗୁଠି ସୁରକ୍ଷିତ ରହିଲା । ଫଳରେ ବହୁ ମାତ୍ରାରେ ଆଘାତ ହ୍ରାସ ପାଇବାରୁ ଏହାକୁ ସୁରକ୍ଷା ପିନ ବା ସେପ୍ଟି ପିନ ମଧ୍ୟ କୁହାଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.