ଏଠି ଦୃଷ୍ଟିହୀନଙ୍କ ଆଶା ବାଡ଼ି ପାଲଟିଛି କୁକୁର, ଜଣେ ଗାଇଡ଼ ପରି ଦେଉଛି ମାର୍ଗଦର୍ଶନ

 

କୁକୁର ଏକ ବିଶ୍ୱସ୍ତ ପ୍ରାଣୀ । ଘର ଜଗିବା ଠାରୁ ଆରମ୍ଭ କରି ମାଲିକର ବୋଲକରା ହେବା ପରି କାମ ଗୁଡିକୁ କୁକୁର ବେଶ ଭଲ ଭାବରେ ନିଭେଇଥାଏ । ଏହାବାଦ କୌଣସି ସନ୍ଧାନ କାର୍ଯ୍ୟରେ ମଧ୍ୟ କୁକୁରକୁ ସାମିଲ କରାଯାଏ । କିନ୍ତୁ ଏକ ସାଧାରଣ କୁକୁର ଟିଏ ଯେ ଜଣେ ବ୍ୟକ୍ତିର ଗାଇଡ଼ ସାଜି ସଠିକ ମାର୍ଗଦର୍ଶନ ଦେଇପାରେ ସେପରି ଘଟଣା ଖୁବ ବିରଳ । କିନ୍ତୁ ଚୀନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଦୃଷ୍ଟିହୀନ ବ୍ୟକ୍ତିର ଆଶ୍ରାବାଡ଼ି ପାଲଟିଛି କୁକୁର । କୁକୁର ପରି ଏକ ବିଶ୍ଵସ୍ତ ଗାଇଡ଼ ପାଇଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ବେଜିଙ୍ଗ ବାସିନ୍ଦା ୟଙ୍ଗ ଚିନ । ୟଙ୍ଗ ହେଉଛନ୍ତି ବେଜିଙ୍ଗର ସ୍ଥାୟୀ ବାସିନ୍ଦା । ସହରରେ ଏକ ଛୋଟ ପିଆନୋ ଷ୍ଟୁଡ଼ିଓ ଟିଏ କରି ନିଜର ତଥା ପରିବାରର ପେଟ ପୋଷୁଛନ୍ତି । ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିବା ବେଳେ ଏକ ବିରଳ ଆଖି କ୍ୟାନ୍ସର ରୋଗରେ ପୀଡିତ ହେବା କାରଣରୁ ତାଙ୍କୁ ନିଜ ଦୃଷ୍ଟି ଶକ୍ତି ହରାଇବାକୁ ପଡିଥିଲା ।

dog guide

ଆଉ ଏହିପରି ଜଟିଳ ସ୍ଥିତିରେ ୟଙ୍ଗଙ୍କ ସାହାରା ପାଲଟିଲା ଡ଼ିକ ନାମକ ଏକ କୁକୁର । ଡ଼ିକ ହେଉଛି ଏକ ଲାବ୍ରାଡର ପ୍ରଜାତିର କୁକୁର । ଅବଶ୍ୟ ଡ଼ିକକୁ ପାଇବା ପାଇଁ ୟଙ୍ଗଙ୍କୁ କିଛି କମ ପରିଶ୍ରମ କରିବାକୁ ପଡ଼ିନାହିଁ । ଏଥିପାଇଁ ତାଙ୍କୁ ଦୀର୍ଘ ୫ ବର୍ଷ ଧରି ଅପେକ୍ଷା କରିବାକୁ ପଡିଥିଲା । ବିଭିନ୍ନ କାମ ନେଇ ପ୍ରତି ସପ୍ତାହ ହାଇ ସ୍ପୀଡ ଟ୍ରେନ ଯୋଗେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାତ୍ରା କରିଥାନ୍ତି ୟଙ୍ଗ । ସପ୍ତାହକୁ ଦୁଇ ଥର ବସ ଓ ତିନି ଥର ସବୱେ ଜରିରରେ ଅତି ଭିଡ ସ୍ଥାନ ମଧ୍ୟ ଦେଇ ଯାତ୍ରା କରିଥାନ୍ତି । ଆଉ ଏହି ସବୁ କାମ ସେ କେବଳ ଡ଼ିକ ପାଇଁ ହିଁ କରିପାରୁଥିବା କହିଛନ୍ତି । ଆଉ ମଧ୍ୟ ଚିନ ପରି ଦେଶରେ ଡ଼ିକ ପରି କୁକୁର ପାଇବା ଖୁବ କଷ୍ଟକର ।

ଡ଼ିକକୁ ପାଇବା ପାଇଁ ୟଙ୍ଗଙ୍କୁ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ଉପଯୁକ୍ତ ପ୍ରଶିକ୍ଷଣ ପାଇବା ପରେ ହିଁ ଡ଼ିକକୁ ୟଙ୍ଗଙ୍କ ଦେଖାରଖା ପାଇଁ ଛଡ଼ାଯାଇଥିଲା । ଚିନ ସ୍ଥିତ ସିସିଟିଭି ବ୍ରଡ଼ କାଷ୍ଟର କମ୍ପାନୀ ପକ୍ଷରୁ କରାଯାଇଥିବା ଗଣନା ଅନୁଯାୟୀ ଏତେ ବଡ ଜନସଂଖ୍ୟା ଭିତରେ ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ଦେଶର ମାତ୍ର ୨୦୦ ଲୋକଙ୍କ ପାଖରେ ହିଁ ଏହି ଧରଣର କୁକୁର ଅଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶର ୮୦  ଲକ୍ଷ ଲୋକ ଦୃଷ୍ଟି ଶକ୍ତିର ଶିକାର ହୋଇଛନ୍ତି । ଏହି ଦୃଷ୍ଟିରୁ ଯଦି ହିସାବ କରାଯାଏ ତେବେ ପାଖାପାଖି ୮୫ ହଜାର ଦୃଷ୍ଟି ବାଧିତଙ୍କ ନିକଟରେ ଗାଇଡ଼ ଭାବରେ କୁକୁର ଟିଏ ଥିବା ନେଇ ଅନୁମାନ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.