ଗୁଗୁଲ ଓ ଫେସ୍‌ବୁକ ଠାରୁ ଟ୍ୟାକ୍ସ ଆଦାୟ କରିବେ କାନାଡ଼ା ସରକାର

ଆସନ୍ତା ୨୦୨୨ରୁ ଗୁଗଲ୍ ଏବଂ ଫେସବୁକ୍ ଭଳି ଡିଜିଟାଲ୍ ସେବା ପ୍ରଦାନ କରୁଥିବା ବଡ ବଡ କମ୍ପାନୀ ଉପରେ କାନାଡା ଟ୍ୟାକ୍ସ ଲାଗୁ କରିବାକୁ ଯାଉଛି। ଦେଶର ଅର୍ଥ ବିଭାଗ ପକ୍ଷରୁ ଗତ ସୋମବାର ଦିନ କୁହାଯାଇଛି କି, ଯେ ପର୍ଯ୍ୟନ୍ତ ପ୍ରମୁଖ ଦେଶଗୁଡିକ ଏ ବିଷୟ ଉପରେ ଟ୍ୟାକ୍ସ ଲଗାଇବାକୁ ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରସ୍ତୁତ କରିନାହାନ୍ତି ସେ ପର୍ଯ୍ୟନ୍ତ ଏହି ନିୟମ କାନାଡାରେ ଲାଗୁ ରହିବ।

ଦୁର୍ବଳ ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ପଦକ୍ଷେପ 

ଦ ଅର୍ଗାନାଇଜେସନ୍ ଫର୍ ଇକୋନୋମିକ୍ କୋପରେସନ୍ ଆଣ୍ଡ ଡେଭଲପମେଣ୍ଟ ଅଧୀନରେ ଆସୁଥିବା ଡିଜିଟାଲ କମ୍ପାନୀ ଭଳି ଗୁଗଲ୍ କିମ୍ବା ଫେସବୁକ୍ ଯଦି ଟ୍ୟାକ୍ସ ଦିଅ ନ୍ତି ତେବେ କରୋନା କାରଣରୁ ବିଗିଡି ଥିବା ଅର୍ଥ ବ୍ୟବସ୍ଥାରେ କିଛିଟା ସୁଧାର ଆସି ପାରିବ। ଅନ୍ୟପଟେ ଟ୍ୟାକ୍ସ ସହ ଜଡିତ ଏହି ଚୁକ୍ତି କାର୍ଯ୍ୟକାରୀ ନେଇ ବିଳମ୍ବ ହେଉଥିବାରୁ କାନାଡା ଚିନ୍ତିତ ଅଛି। ଏହା ସହ ଅର୍ଥନୀତିକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ମିଳୁଥିବା ଧମକ୍ ମଧ୍ୟ କାନାଡାକୁ ଚିନ୍ତାରେ ପକାଇଛି।

facebook୧ ଜାନୁଆରୀ ୨୦୨୨ରୁ ଲାଗୁ ହେବ ଏହି ନିୟମ

ଅବଶ୍ୟ ଏତେ ଶୀଘ୍ର ନୁହେଁ, ଆହୁରି ବର୍ଷେ ଅପେକ୍ଷା । ଡିଜିଟାଲ ଟ୍ୟାକ୍ସ ସହ ଜଡିତ ଏହି ନୂଆ ଟ୍ୟାକ୍ସ ଆସନ୍ତା ୧ ଜାନୁଆରୀ ୨୦୨୨ ଠାରୁ ଲାଗୁ ହେବ। ଆଥିର୍କ ବର୍ଷ ୨୦୨୧-୨୦୨୨ରେ ଆରମ୍ଭ ହେବାକୁ ଥିବା ଏହି ଉପାୟ ଦ୍ୱାରା ଆସନ୍ତା ୫ ବର୍ଷରେ ରାଜସ୍ୱ ଆୟ ବୃଦ୍ଧି କରି ହେବ । ରିପୋର୍ଟ ଅନୁଯାୟୀ ଅର୍ଥମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡ ସଂସଦରେ ସୂଚନା ଦେଇଛନ୍ତି କି, କାନାଡାର ନାଗରିକମାନେ ଏପରି ଏକ ଟିକସ ବ୍ୟବସ୍ଥା ଚାହାନ୍ତି ଯାହା ନ୍ୟାୟଯୁକ୍ତ ହୋଇଥିବ ଏବଂ ଯେଉଁଥିରେ ସମସ୍ତେ ନିଜ ନିଜ ଅଂଶର ଟ୍ୟାକ୍ସ ପ୍ରଦାନ କରିବେ।

କାନାଡା ଡିଜିଟାଲ ଟ୍ୟାକ୍ସ ସମ୍ବନ୍ଧରେ ଅନ୍ୟ ସଂସ୍ଥା ଉପରେ ମଧ୍ୟ ସମାନ ନଜର ରଖିବ । ବହୁରାଷ୍ଟ୍ରୀୟ ଡିଜିଟାଲ କର୍ପୋରେସନ୍ ଉପରେ ବି ଟିକସ ଲଗାଇବ । ସେହିଭଳି କାନାଡାରେ ଶାରୀରିକ ଉପସ୍ଥିତ ନଥିଲେ ମଧ୍ୟ ବିଦେଶୀ ବିକ୍ରେତାଙ୍କ ମୋବାଇଲି ଆପ୍, ଅନଲାଇନ୍ ଭିଡିଓ ଗେମିଂ ଏବଂ ଷ୍ଟ୍ରିମିଂ ଭଳି ଉତ୍ପାଦ ଉପରେ ଟିକସ ଆଦାୟ କରାଯିବ। ଅବଶ୍ୟ ଏହି ନିୟମ ଷ୍ଟାର୍ଟଅପ୍ କିମ୍ବା ସମ୍ପୂର୍ଣ୍ଣ ନୂଆ କମ୍ପାନୀଗୁଡିକ ଉପରେ ଲାଗୁ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.